୯୩ କୋଟି ଟଙ୍କା ସମ୍ପତ୍ତିର ମାଲିକାଣି ବଲିଉଡର ପଙ୍ଗା ଗାର୍ଲ କଙ୍ଗନା, ବାର୍ଷିକ ଆୟ ଏତିକି କୋଟି ଟଙ୍କା

Published By : Prameya-News7 Bureau | September 10, 2020 IST

ମୁମ୍ବାଇ ୧୦/୦୯ : ବଲିଉଡର ପଙ୍ଗା ଗାର୍ଲ କଙ୍ଗନା ରଣାୱତଙ୍କୁ ନେଇ ଗତ କିଛି ଦିନ ହେଲା ଖୁବ ଚର୍ଚ୍ଚା ହେଉଛି | ସୁଶାନ୍ତ ସିଂହଙ୍କ ମୃତ୍ୟୁ ପରେ ଲଗାତାର ବଲିଉଡକୁ ଟାର୍ଗେଟ କରିବା ପରେ ମୁମ୍ବାଇକୁ ପିଓକେ ସହ ତୁଳନା କରିଥିଲେ କଙ୍ଗନା | ମୁମ୍ବାଇକୁ ପିଓକେ ସହ ତୁଳନା କରି ମହାରାଷ୍ଟ୍ର ସରକାରଙ୍କ କ୍ରୋଧର କାରଣ ପାଲଟିଛନ୍ତି କଙ୍ଗନା | ବୁଧବାର ଦିନ କଙ୍ଗନାଙ୍କ ୪୮ କୋଟିର କାର୍ଯ୍ୟାଳୟର ଅବୈଧ ଭାଗ ଉପରେ ବିଏମସି ବୁଲଡୋଜର ଚଲାଇ ଭାଙ୍ଗି ଦେଇଥିଲା | ଯାହାଫଳରେ କଙ୍ଗନା ରକ୍ତ ଚାଉଳ ଚୋବେଇ ଥିଲେ |

{"id":327789,"sizeSlug":"large"}

୧୫ ବର୍ଷର କ୍ୟାରିୟରରେ କଙ୍ଗନା ବହୁତ ପରିଶ୍ରମ କରି ଜଣେ ଅଗଧାଡ଼ିର ଅଭିନେତ୍ରୀ ହୋଇଛନ୍ତି | କଙ୍ଗନା ରାଷ୍ଟ୍ରୀୟ ପୁରସ୍କାର ସମେତ ଅନେକ ପ୍ରତିଷ୍ଠିତ ଫିଲ୍ମ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି | ସେ ପଦ୍ମଶ୍ରୀରେ ମଧ୍ୟ ସମ୍ମାନିତ ହୋଇଛନ୍ତି | ୪୮ କୋଟି ଟଙ୍କାର କାର୍ଯ୍ୟାଳୟ ଛିଡା କରିଥିବା କଙ୍ଗନାଙ୍କ ସମ୍ପତ୍ତି କେତେ ଜାଣିଛନ୍ତି କି ?

{"id":327790,"width":564,"height":564,"sizeSlug":"large"}

କଙ୍ଗନାଙ୍କ ଅଧିକାଂଶ ରୋଜଗାର ଫିଲ୍ମ ଓ ବ୍ରାଣ୍ଡ ଏଂଡର୍ସମେଣ୍ଟରୁ ହୋଇଥାଏ | ଫିଲ୍ମ ଇଣ୍ଡଷ୍ଟ୍ରିର ମହଙ୍ଗା ଅଭିନେତ୍ରୀମାନଙ୍କ ମଧ୍ୟରୁ କଙ୍ଗନା ଜଣେ | କଙ୍ଗନା ଗୋଟିଏ ଫିଲ୍ମ ପାଇଁ ୧୧ କୋଟି ଟଙ୍କା ନିଅନ୍ତି | ସେ ବିଜ୍ଞାପନରେ ମଧ୍ୟ କାମ କରନ୍ତି | ଏଥିପାଇଁ ସେ ୧ରୁ ୨ କୋଟି ଟଙ୍କା ନେଇଥାନ୍ତି | caknowledge ଅନୁଯାୟୀ, କଙ୍ଗନାଙ୍କ ମୋଟ ସମ୍ପତ୍ତି ୧୩ ମିଲିୟନ୍ ଡଲାର ଅର୍ଥାତ ପାଖାପାଖି ୯୩ କୋଟି ଟଙ୍କା | କଙ୍ଗନାଙ୍କ ବାର୍ଷିକ ଆୟ ପାଖାପାଖି ୭.୫ କୋଟି ଟଙ୍କା |

{"id":327791,"sizeSlug":"large"}

ହିମାଚଳ ପ୍ରଦେଶ ମନାଲିରେ ରହୁଥିବା କଙ୍ଗନାଙ୍କ ଏକ ଆକର୍ଷଣୀୟ ହବେଲି ଅଛି | ଏହି ହବେଲିର ମୂଲ୍ୟ ୨୦ କୋଟି ଟଙ୍କା | କଙ୍ଗନାଙ୍କର ଏକ ଅର୍ଗାନିକ ଫାର୍ମ ମଧ୍ୟ ଅଛି | ବଲିଉଡରେ ସବୁଠାରୁ ଅଧିକ ଆୟକର ଟ୍ୟାକ୍ସ ଦେଉଥିବା କଳାକାରମାନଙ୍କ ମଧ୍ୟରୁ କଙ୍ଗନା ଜଣେ | କଙ୍ଗନାଙ୍କ ସମ୍ପତ୍ତିରେ ରିୟଲ ଇଷ୍ଟେଟ ମଧ୍ୟ ସାମିଲ ଅଛି | କଙ୍ଗନାଙ୍କ ପାଖରେ ବିଏମଡବ୍ଲୁ ସିରିଜ ୭ ଓ ଏକ ମର୍ସିଡିଜ ବେଞ୍ଜ GLE SUV ମଧ୍ୟ ଅଛି | କଙ୍ଗନା ଲଜ୍ଜରି ଗାଡି ସୌଖିନ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.