Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ମାଲଭିଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିଲେ ଅଭିନେତ୍ରୀ କଙ୍ଗନା ରଣାଓ୍ବତ, କହିଲେ- ନ୍ୟାୟ ନିଶ୍ଚିତ ମିଳିବ

28/10/2020 at 3:54 PM

ନୂଆଦିଲ୍ଲୀ ୨୮/୧୦: ଟିଭି ଅଭିନେତ୍ରୀ ମାଲଭି ମଲହୋତ୍ରାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତ। କଙ୍ଗନା ଟ୍ବିଟ୍ କରି ତାଙ୍କୁ ନ୍ୟାୟ ଦେବା ତଥା ତାଙ୍କୁ ସମର୍ଥନ କରୁଥିବା କହିଛନ୍ତି। ସେ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ଓ କଙ୍ଗନାଙ୍କୁ ନ୍ୟାୟ ତଥା ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ପାଇଁ ଅନୁରୋଧ କରିଥିଲେ।

ଛୋଟ ସହରରୁ ମୁମ୍ବାଇକୁ ଆସି ସଂଘର୍ଷ କରୁଥିବା କଳାକାରଙ୍କ ସମ୍ପର୍କରେ କଙ୍ଗନା କହିଛନ୍ତି । ସେ ଟ୍ବିଟ୍ କରି କହିଛନ୍ତି ‘ଏହା ହେଉଛି ଫିଲ୍ମ ଜଗତର ସତ କଥା। ଛୋଟ ସହରର ସଂଘର୍ଷକର୍ତା ମାନଙ୍କ ସହ ଏମିତି ହୋଇଥାଏ ଯେଉଁମାନଙ୍କ ପାଖରେ କନେକ୍ସନ କି ଚାନେଲ ନ ଥାଏ। ଯେଉଁମାନେ ନେପାଟିଜମରେ ଅଛନ୍ତି ସେମାନେ ନିଜକୁ ରକ୍ଷା କରିପାରନ୍ତି। ମାତ୍ର ସେମାନଙ୍କ ମଧ୍ୟରୁ ଏମିତି ବି କିଛି ଅଛନ୍ତି ଯେଉଁମାନଙ୍କୁ ଛୁରା ମାଡ, ବଳାତ୍କାର ନଚେତ ଜୀବନରୁ ମାରି ଦିଆଯିବା ଚେଷ୍ଟା କରାଯାଏ।’

ଏହା ସହ କଙ୍ଗନା ମହିଳା କମିଶନର ଅଧ୍ୟକ୍ଷା ରେଖା ଶର୍ମାଙ୍କୁ ମଧ୍ୟ ଏହି ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରିବାକୁ କହିଛନ୍ତି। କଙ୍ଗନା କହିଛନ୍ତି ସେ ମାଲଭିଙ୍କ ସହ ରହିଛନ୍ତି। କିନ୍ତୁ ନ୍ୟାୟ ମାଲଭିଙ୍କୁ ନିଶ୍ଚିତ ମିଳିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ମାଲଭି ଗଣମାଧ୍ୟମ ସହ ଆଲୋଚନା କରୁଥିବା ବେଳେ କଙ୍ଗନା ଓ ମହିଳା ଆୟୋଗ ସାହାଯ୍ୟ ଲୋଡୁଥିବା କହିଥିଲେ। ସେ କହିଥିଲେ ତାଙ୍କୁ ଏ ଦିଗରେ ସମର୍ଥନ କରିବା ସହ ନ୍ୟାୟ ମିଳିବା ଦିଗରେ ସାହାଯ୍ୟ କରନ୍ତୁ। କିଛିଦିନ ତଳେ ମାଲଭିଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଯେଉଁଥିପାଇଁ ସେ ଏବେ ମୁମ୍ବାଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି।  

   Related Posts