ଶିବସେନା ଉପରେ ବରଷିଲେ କଙ୍ଗନାଙ୍କ ମା' ଆଶା ରଣାୱତ୍: କଂଗ୍ରେସ ଛାଡି ବିଜେପି ହେଲେ ସାମିଲ

Published By : Prameya-News7 Bureau | September 11, 2020 IST

ମୁମ୍ବାଇ ୧୧/୦୯ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ମହାରାଷ୍ଟ୍ର ସରକାରଙ୍କ ଉପରେ କ୍ରୋଧିତ ଅଛନ୍ତି | ବିଏମସି ତାଙ୍କ ଅଫିସରେ ଭଙ୍ଗାରୁଜା କରିବା ପରେ କ୍ଷୁବ୍ଧ ଅଛନ୍ତି | ମୁମ୍ବାଇ ପାଲି ହିଲ୍ ସ୍ଥିତ ମଣିକର୍ଣ୍ଣିକା ଫିଲ୍ମ ଅଫିସର କିଛି ଅଂଶାଙ୍କ ଅବୈଧ ଦର୍ଶାଇ ବିଏମସି ଭାଙ୍ଗିଦେଇଛି | ଏହାକୁ ନେଇ ସୋସିଆଲ ମିଡ଼ିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି | ଏହାପରେ କଙ୍ଗନା ଲଗାତାର ସୋସିଆଲ ମିଡ଼ିଆରେ ମହାରାଷ୍ଟ୍ର ସରକାରଙ୍କ ଉପରେ ବରଷିଛନ୍ତି | କଙ୍ଗନାଙ୍କ ବିରୋଧରେ ହୋଇଥିବା ଏହି କାର୍ଯ୍ୟାନୁଷ୍ଠାନ ଯୋଗୁଁ ତାଙ୍କ ମା ଆଶା ରଣାୱତ ମଧ୍ୟ ଉଦ୍ଧବ ସରକାରଙ୍କୁ ହମଲା କରିଛନ୍ତି |

{"id":327976,"sizeSlug":"large"}

କଙ୍ଗନାଙ୍କ ମା ଆଶା କହିଛନ୍ତି ଯେ, ତାଙ୍କ ଝିଅ ସହ ମୁମ୍ବାଇରେ ଯାହା ଘଟିଛି ସେଥିପାଇଁ ଆଜି ସାରା ଦେଶ ତାଙ୍କ ଝିଅ ସହ ଛିଡା ହୋଇଛି | ଏଜ ଘରୋଇ ଟିଭି ଚାନେଲରେ କଥାବାର୍ତ୍ତା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ୱାଇ ଶ୍ରେଣୀ ସୁରକ୍ଷା ପାଇଁ ଧନ୍ୟବାଦ ଜଣାଇଛନ୍ତି | ଆଗକୁ ସେ କହିଥିଲେ ଯେ ମୁମ୍ବାଇରେ ତାଙ୍କ ଝିଅ କଙ୍ଗନାଙ୍କ ଜୀବନ ପ୍ରତି ବିପଦ ରହିଛି | ମହାରାଷ୍ଟ୍ର ସରକାର କିଭଳି ପ୍ରତିଶୋଧ ଭାବନା ରଖିଛନ୍ତି ତାହା ସାରା ଦେଶ ଦେଖିପାରୁଛି |

{"id":327977,"sizeSlug":"large"}

କଙ୍ଗନାଙ୍କ ମା ଆଶା ରଣାୱତ ଶିବସେନା ବିରୋଧରେ ଶବ୍ଦ ବାଣ ଛାଡି କହିଛନ୍ତି, ଇଏ କଣ ବାଲା ସାହେବ ଠାକରେଙ୍କ ସେନା ? ସେମାନେ ଡରୁଆ, ଭୟଭୀତ | କିନ୍ତୁ ସେ ତାଙ୍କ ଭଳି ଵଂଶବାଦୀ, ଖାନଦାନୀ ନୁହନ୍ତି | କଙ୍ଗନା ୧୫ ବର୍ଷ ହେଲା କଠିନ ପରିଶ୍ରମ କରି ରୋଜଗାର କରୁଛନ୍ତି | ଇଏ କିଭଳି ସରକାର, ଯିଏ ଏହିଭଳି କାର୍ଯ୍ୟାନୁଷ୍ଠାନ କରୁଛନ୍ତି ଏବଂ ଧମକ ଦେଉଛନ୍ତି ବୋଲି ଆଶା କହିଥିଲେ | ସେ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଥିଲେ | କଂଗ୍ରେସ ଛାଡି ସେ କାହିଁକି ବିଜେପିରେ ସାମିଲ ହୋଇଥିଲେ ସେ କଥା ମଧ୍ୟ କହିଥିଲେ | ଏହି ଘଟଣା ପରେ ଗୁରୁବାର ଦିନ କଙ୍ଗନାଙ୍କ ମା ଆଶା ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି |  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.