Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

ସଞ୍ଜୟ ରାୱତଙ୍କୁ କଙ୍ଗନାଙ୍କ ଚ୍ୟାଲେଞ୍ଜ: କହିଲେ, ଆସୁଛି ମୁମ୍ବାଇ, ‘ଦେଖିବା କିଏ ମୋଁ ମୁହଁ ଫଟେଇବ’

6/09/2020 at 6:22 PM

ମୁମ୍ବାଇ ୦୬/୦୯ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ମୁମ୍ବାଇ ଯିବା ବୟାନ ପରେ ଲଗାତାର ଶିବସେନା ନେତାଙ୍କୁ ଜବାବ ଦେଇଛନ୍ତି | ସଞ୍ଜୟ ରାୱତଙ୍କ ବୟାନକୁ ନେଇ ସେ ନିଜର ଏକ ଭିଡିଓ ଜାରି କରିଛନ୍ତି | ଭିଡିଓରେ କଙ୍ଗନା କହିଛନ୍ତି, “ସଞ୍ଜୟ ରାୱତ ମୋତେ ହାରାମଖୋର କହି କେବଳ ମୋର ନୁହଁ ବରଂ ସମାଜର ସବୁ ମହିଳାଙ୍କ ବିରୋଧରେ ବୟାନ ଜାରି କରିଛନ୍ତି | ଏହିଭଳି ମାନସିକତା ମହିଳାଙ୍କ ପ୍ରତି ଅନ୍ୟାୟ କରୁଥିବା ଲୋକଙ୍କୁ ସାହସ ଦେଇଥାଏ |”

କଙ୍ଗନା ଆଗକୁ କହିଛନ୍ତି, “ମହାରାଷ୍ଟ୍ର ସଞ୍ଜୟ ରାୱତଙ୍କର ନୁହେଁ ଆମ ସମସ୍ତଙ୍କର | ମୁଁ ମହାରାଷ୍ଟ୍ରକୁ ନିନ୍ଦା କରିନି | ପୁର୍ବାୟୁ ମୁଁ ମୁମ୍ବାଇ ପୋଲିସର ପ୍ରଶଂସା କରୁଥିଲି | କିନ୍ତୁ ଯେଉଁଭଳି ପାଲଘର ସାଧୁଙ୍କୁ ହତ୍ୟା ଓ ସୁଶାନ୍ତ ସିଂହଙ୍କ ପିତାଙ୍କ ମାମଲାରେ ମୁମ୍ବାଇ ପୋଲିସ ହାବଭାବ ଥିଲା ତାହା ନିନ୍ଦନୀୟ | ମୁଁ କହିବା ସତ୍ୱେ ମୁମ୍ବାଇ ପୋଲିସ ମୋ ବୟାନ ନେଇନଥିଲା |” 

କଙ୍ଗନା କହିଛନ୍ତି ଯେ, ସେ ୯ ତାରିଖରେ ମୁମ୍ବାଇ ଆସୁଛନ୍ତି | ଲୋକେ କହୁଛନ୍ତି ଯେ “ମୁମ୍ବାଇ ଆସିଲେ ମୋ ମୁହଁ ଫଟେଇଦେବେ, ହେଲେ. ମୁଁ ଭୟ କରୁନି | ଯେତେବେଳେ ଅମୀର ଖାଁ ଓ ନାସିରୁଦ୍ଦିନ ଶାହ କହିଥିଲେ ଯେ ସେମାନଙ୍କୁ ଦେଶରେ ଡର ଲାଗୁଛି କିନ୍ତୁ ତାଙ୍କୁ କେବେ କିଏ ହାରାମଖୋର କହିନଥିଲେ | ମୁଁ ଡରୁନି, ମୁଁ ଆସୁଛି ମୁମ୍ବାଇ |”

   Related Posts