କଙ୍ଗନାଙ୍କୁ ବିଏମସିର ଆଉ ଏକ ଝଟ୍‌କା: ଅଫିସ୍ ପରେ ଏବେ ଘରେ ଅବୈଧ ନିର୍ମାଣକୁ ନେଇ ଜାରି କଲା ନୋଟିସ୍

Published By : Prameya-News7 Bureau | September 13, 2020 IST

ମୁମ୍ବାଇ ୧୩/୦୯ : କଙ୍ଗନା ରଣାୱତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ କଙ୍ଗନାଙ୍କୁ ଖୁବ ଶୀଘ୍ର ବିଏମସି ତରଫରୁ ଆଉ ଏକ ଝଟକା ମିଳିପାରେ । ପ୍ରଥମେ କଙ୍ଗନାଙ୍କ କାର୍ଯ୍ୟାଳୟରେ ଅବୈଧ ନିର୍ମାଣ ଦର୍ଶାଇ ବିଏମସି ବୁଲଡୋଜର ଚଲାଇଥିଲା । ଏବେ ପୁଣି ବିଏମସି ମୁମ୍ବାଇ ଖାର ସ୍ଥିତ କଙ୍ଗନାଙ୍କ ଘରେ ଅବୈଧ ନିର୍ମାଣକୁ ନେଇ ନୋଟିସ ଜାରି କରିଛି । ବିଏମସି କହିଛି ଯେ, କାର୍ଯ୍ୟାଳୟ ଠାରୁ ଅଧିକ କଙ୍ଗନାଙ୍କ ଘରେ ବିଏମସି ନିୟମ ଉଲଙ୍ଘନ କରାଯାଇଛି । କଙ୍ଗନାଙ୍କ ଘରେ ଅବୈଧ ନିର୍ମାଣକୁ ନେଇ କୋର୍ଟରେ ମାମଲା ଚାଲିଛି । ଏହାର ଶୁଣାଣି ସେପ୍ଟେମ୍ବର ୨୫ ତାରିଖରେ ଅଛି ।

{"id":329076,"sizeSlug":"large"}

କଙ୍ଗନା ମୁମ୍ବାଇ ଖାର ୱେଷ୍ଟ ସ୍ଥିତ ୧୬ ନମ୍ବର ରୋଡ଼ର ଆପାର୍ଟମେଣ୍ଟ DB Breeze (Orchid Breeze) ର ପଞ୍ଚମ ମହଲାରେ ରୁହନ୍ତି । ଏହି ମହଲାରେ କଙ୍ଗନାଙ୍କର ୩ଟି ଫ୍ଲାଟ ଅଛି । ୩ଟି ଫ୍ଲାଟ ୨୦୧୩ ମସିହା ମାର୍ଚ୍ଚ ୮ ତାରିଖରେ କଙ୍ଗନାଙ୍କ ନାଁରେ ରେଜିଷ୍ଟର ହୋଇଥିଲା । କିନ୍ତୁ ଫ୍ଲାଟ ନେବାର ୫ ବର୍ଷ ପରେ କଙ୍ଗନା ସେଠାରେ ଅବୈଧ ନିର୍ମାଣ କରିଥିବା ବିଏମସି ଅଭଯୋଗ କରିଛି ।

{"id":329080,"sizeSlug":"large"}

ଅଭିଯୋଗ ପରେ ୨୦୧୮ ମସିହା ମାର୍ଚ୍ଚ ୨୬ ତାରିଖରେ ବିଏମସି ତରଫରୁ କଙ୍ଗନାଙ୍କ ଫ୍ଲାଟର ଯାଞ୍ଚ କରିଥିଲା । ସେହିଦିନ ବିଏମସି କଙ୍ଗନାଙ୍କୁ ଅନଧିକୃତ ନିର୍ମାଣକୁ ନେଇ ଏମଆରଟିପି ଅଧିନିୟମ ଅନୁସାରେ ୫୩/୧ ଅନୁଯାୟୀ ନୋଟିସ ପଠାଇଥିଲା । ଏହାକୁ ୨୦୧୪ ମସିହା ମାର୍ଚ୍ଚ ୨୭ ତାରିଖରେ ବିଏମସି ମଞ୍ଜୁରୀ ଦେଇଥିଲା । ନୋଟିସରେ ବିଏମସି କଙ୍ଗନାଙ୍କୁ ମାସେ ଭିତରେ ଅନଧିକୃତ ନିର୍ମାଣ ହଟାଇବାକୁ କିମ୍ବା ଏହା ଉପରେ ଜବାବ ରଖିବାକୁ କହିଛି ।

{"id":329078,"sizeSlug":"large"}

ପ୍ରାରମ୍ଭିକ ଉତ୍ତର ପରେ କଙ୍ଗନା ୨୦୧୮ ମେ ୨୨ ତାରିଖରେ ସିଭିଲ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ବର୍ତ୍ତମାନ ଏହି ମାମଲା କୋର୍ଟରେ ଅଛି । ବିଏମସି ଅଦାଲତଙ୍କୁ ଦରଖାସ୍ତ ଦେଇ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି । ଏହି ମାମଲାର ଶୁଣାଣି ଆସନ୍ତା ୨୫ ତାରିଖରେ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.