Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଫିସରେ ଭଙ୍ଗାରୁଜା କରିଥିବାରୁ ବିଏମ୍‌ସିକୁ ୨ କୋଟି ଟଙ୍କା କ୍ଷତିପୂରଣ ମାଗିଲେ କଙ୍ଗନା

15/09/2020 at 6:14 PM

ମୁମ୍ବାଇ ୧୫/୦୯ : ଶିବସେନା ଓ କଙ୍ଗନା ରଣାୱତଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ବିଏମସି କଙ୍ଗନା ରଣାୱତଙ୍କ ଅଫିସରେ ଅବୈଧ ନିର୍ମାଣ ଉପରେ ବୁଲଡୋଜର ଚଲାଇଥିଲା । ଅଫିସ ଭାଙ୍ଗିଥିବାରୁ କଙ୍ଗନା ଶିବସେନା ଓ ବିଏମସିକୁ ୨ କୋଟି ଟଙ୍କା କ୍ଷତିପୂରଣ ମାଗିଛନ୍ତି । ମିଡ଼ିଆ ରିପୋର୍ଟ ଅନୁଯାୟୀ କଙ୍ଗନା ଏଥିପାଇଁ ବିଏମସିକୁ ନୋଟିସ୍ ଜାରି କରିଛନ୍ତି ।

୧୪ ତାରିଖରେ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ସାକ୍ଷାତ କରିବା ପରେ କଙ୍ଗନା ନିଜ ହୋମ୍ ଟାଉନ୍ ମନାଲି ଚାଲି ଯାଇଥିଲେ । ୯ ତାରିଖରେ ଶିବସେନାକୁ ଚ୍ୟାଲେଞ୍ଜ କରି ସେ ମୁମ୍ବାଇ ଆସିଥିଲେ । ସେ ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ବିଏମସି ତାଙ୍କ ଅଫିସ ଭାଙ୍ଗି ଦେଇଥିଲା । ପରେ ବମ୍ବେ ହାଇକୋର୍ଟ ଏହା ଉପରେ ରୋକ୍ ଲଗାଇଥିଲେ । ଏହି ମାମଲାର ଶୁଣାଣି ସେପ୍ଟେମ୍ବର ୨୨ ତାରିଖରେ ହେବ । ସେ ଅଭିଯୋଗ କରିଛନ୍ତି ଯେ ଶିବସେନା ସହ ମତଭେଦକୁ ନେଇ ମହାରାଷ୍ଟ୍ର ସରକାର ତାଙ୍କୁ ଟାର୍ଗେଟ୍ କରୁଛନ୍ତି ।

   Related Posts