ଉର୍ମିଳାଙ୍କୁ କଙ୍ଗନାଙ୍କ କଟାକ୍ଷ: କହିଲେ, ଶୁଣିବାକୁ ନିଶ୍ଚୟ ଅଡୁଆ ଲାଗୁଥିବ କିନ୍ତୁ ସେ 'ସଫ୍ଟ ପର୍ଣ୍ଣ ଷ୍ଟାର'

Published By : Prameya-News7 Bureau | September 17, 2020 IST

ମୁମ୍ବାଇ ୧୭/୦୯ : ସଂସଦରେ ରବି କିଷାନ ଓ ଜୟା ବଚ୍ଚନଙ୍କ ବୟାନ ପରେ ବଲିଉଡ ଦୁଇ ଭାଗରେ ବାଣ୍ଟି ହୋଇଯାଇଛି । କିଛି ସେଲିବ୍ରିଟି ଜୟାଙ୍କୁ ସମର୍ଥନ କରୁଥିବାବେଳେ କିଛି ସେଲିବ୍ରିଟି ରବି କିଷାନଙ୍କୁ ସମର୍ଥନ ଜଣାଇଛନ୍ତି । ବଲିଉଡ ଛମ୍ମା ଛମ୍ମା ଗାର୍ଲ ଉର୍ମିଳା ମାତୋଣ୍ଡକର ଜୟା ବଚ୍ଚନଙ୍କ ବୟାନକୁ ସମର୍ଥନ କରି କଙ୍ଗନାଙ୍କୁ ଟାର୍ଗେଟ୍ କରିଥିଲେ । ଏହାପରେ କଙ୍ଗନା ଉର୍ମିଳାଙ୍କୁ 'ସଫ୍ଟ ପର୍ଣ୍ଣ ଷ୍ଟାର' କହିଛନ୍ତି । ଏହାକୁ ନେଇ ଉର୍ମିଳା ପୁଣି କଙ୍ଗନାଙ୍କୁ ଉଲଟା ଟାର୍ଗେଟ୍ କରିଛନ୍ତି ।

{"id":330803,"sizeSlug":"large"}

କଙ୍ଗନା ଟାଇମ୍ସ ନାଓକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ ଉର୍ମିଳା ମାତୋଣ୍ଡକରଙ୍କୁ ସଫ୍ଟ ପର୍ଣ୍ଣ ଷ୍ଟାର କହିଥିଲେ । ସେ ଆହୁରି କହିଥିଲେ ଯେ, 'ଶୁଣିବାକୁ ନିଶ୍ଚୟ ଅଡୁଆ ଲାଗୁଥିବା କିନ୍ତୁ ସେ ନିଜ ଅଭିନୟ ପାଇଁ ପରିଚିତ ନୁହେଁ । ସେ ସଫ୍ଟ ପର୍ଣ୍ଣ ପାଇଁ ହିଁ ଜଣାଶୁଣା ତ  ? ଯଦି ତାଙ୍କୁ ଟିକେଟ୍ ମିଳୁଛି ତାହେଲେ ମୋତେ କାହିଁକି ମିଳି ପାରିବନି ? କାହାକୁ ବି ଟିକେଟ ମିଳିବ ।'

{"id":330804,"sizeSlug":"large"}

କଙ୍ଗନା କହିଥିଲେ ଯେ ଉର୍ମିଳାଙ୍କର ଏକ ଆପତ୍ତିଜନକ ଇଣ୍ଟରଭ୍ୟୁ ଦେଖିଥିଲେ, ସେ ଯେଉଁଭଳି ଭାବେ ମୋ ସମ୍ପର୍କରେ ମନ୍ତବ୍ୟ ଦେଇଥିଲେ ତାହା ନିଶ୍ଚୟ କ୍ରୋଧିତ । ଉର୍ମିଳା ତାଙ୍କ ସଂଘର୍ଷକୁ ପରିହାସ କରିଥିଲେ ବୋଲି କଙ୍ଗନା କହିଛନ୍ତି । ସେ ବିଜେପି ଟିକେଟ୍ ଚାହୁଁଛନ୍ତି ବୋଲି ଉର୍ମିଳା ତାଙ୍କୁ ଟାର୍ଗେଟ୍ କରିଛନ୍ତି ବୋଲି କଙ୍ଗନା କହିଛନ୍ତି ।

wp:core-embed/twitter {"url":"https://twitter.com/UrmilaMatondkar/status/1306307253247508480","type":"rich","providerNameSlug":"twitter","className":""}
https://twitter.com/UrmilaMatondkar/status/1306307253247508480
/wp:core-embed/twitter

ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର କଙ୍ଗନା ନାଁ ନ ନେଇ ତାଙ୍କୁ ଆକ୍ଷେପ କରିଥିଲେ । ସେ ଶିବାଜୀ ମହାରାଜଙ୍କ ଏକ ଫଟୋ ସେୟାର କରି ଲେଖିଥିଲେ, ପ୍ରତିଶୋଧ ମନୁଷ୍ୟକୁ ଜଳାଇଥାଏ । ସଂଯମ ପ୍ରତିଶୋଧକୁ ନିୟନ୍ତ୍ରଣ କରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.