ଅଫିସ୍ ଭଙ୍ଗାରୁଜା ମାମଲାରେ ବମ୍ବେ ହାଇକୋର୍ଟରେ ଅପିଲ କଲେ କଙ୍ଗନା, କିଛି ସମୟରେ ହେବ ଶୁଣାଣି

Published By : Prameya-News7 Bureau | September 09, 2020 IST

ମୁମ୍ବାଇ ୦୯/୦୯ : ଅଭିନେତ୍ରୀ କଙ୍ଗନା ରଣାୱତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି | କଙ୍ଗନା ଅପରାହ୍ନ ଯାଏଁ ମୁମ୍ବାଇରେ ପହଞ୍ଚିଯିବେ | କିନ୍ତୁ ସେ ପହଞ୍ଚିବା ପୂର୍ବରୁ ବିଏମସି କଙ୍ଗନାଙ୍କ ବାନ୍ଦ୍ରା ପାଳି ହିଲ ସ୍ଥିତ ଅଫିସରେ ପହଞ୍ଚି ଭଙ୍ଗାରୁଜା କରିଛି | କଙ୍ଗନାଙ୍କ ଅଫିସରେ ଅବୈଧ ନିର୍ମାଣକୁ ନେଇ ବିଏମସି ଅଭିନେତ୍ରୀଙ୍କୁ ୨୪ ଘଣ୍ଟାରେ ଦ୍ୱିତୀୟ ନୋଟିସ ପଠାଇଥିଲା | ନୋଟିସ ପଠାଇବାର କିଛି ସମୟ ମଧ୍ୟରେ ବିଏମସିର ଏକ ଟିମ ବୁଲଡୋଜର ନେଇ ତାଙ୍କ ଅଫିସ ପାଖରେ ପହଞ୍ଚିଥିଲା ଏବଂ ଅଫିସର ଗୋଟିଏ ଭାଗ ଭାଙ୍ଗି ଦେଇଥିଲା |

wp:core-embed/twitter {"url":"https://twitter.com/kaganaRanawat/status/1303603410399182849","type":"rich","providerNameSlug":"twitter","className":""}
https://twitter.com/kaganaRanawat/status/1303603410399182849
/wp:core-embed/twitter

ବିଏମସିର ଏହି ଆକ୍ସନ ପରେ କଙ୍ଗନା ନିଜ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି | କଙ୍ଗନା ବିଏମସିକୁ ବାବର ବୋଲି କହିଛନ୍ତି | ସେ କହିଛନ୍ତି, ତାହା କେବଳ ତାଙ୍କର ଅଫିସ ନଥିଲା ବରଂ ତାଙ୍କ ପାଇଁ ମନ୍ଦିର ଥିଲା | ରାମ ମନ୍ଦିର ସେ ପୁଣି ତିଆରି କରିବେ ବୋଲି କହିଛନ୍ତି | ବିଏମସିର ଏହି କାର୍ଯ୍ୟାନୁଷ୍ଠାନ ବିରୋଧରେ କଙ୍ଗନା ବମ୍ବେ ହାଇକୋର୍ଟରେ ଅପିଲ କରିଛନ୍ତି | କିଛି ସମୟ ପରେ ଏହି ମାମଲାରେ ଶୁଣାଣି ହେବ | 

{"id":327168,"sizeSlug":"large"}

କଙ୍ଗନାଙ୍କ ଅଫିସରେ ଲାଗିଥିବା ନୋଟିସରେ କୁହାଯାଇଛି ଯେ ଅଭିନେତ୍ରୀଙ୍କୁ ପୂର୍ବରୁ ନୋଟିସ ଜରିଆରେ ୨୪ ଘଣ୍ଟା ସମୟ ଦିଆଯାଇଥିଲା | ଜବାବରେ ସେ ୭ ଦିନ ସମୟ ମାଗିଥିଲେ | କିନ୍ତୁ ବିଏମସି ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ନୂଆ ନୋଟିସ ଲଗାଇ ଅବୈଧ ନିର୍ମାଣ ଭଙ୍ଗାରୁଜା କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.