ପ୍ରଧାନ ଶିକ୍ଷକଙ୍କ କଙ୍ଗାରୁ କୋର୍ଟ – ଛାତ୍ରଙ୍କୁ ଏପରି ଦେଲେ ଦଣ୍ଡ

Published By : Prameya-News7 Bureau | December 06, 2019 IST

ତେଲକୋଇ ୦୬।୧୨ - ପ୍ରଧାନ ଶିକ୍ଷକଙ୍କ କଙ୍ଗାରୁ କୋର୍ଟ । ରାତ୍ରି ଜଗୁଆଳି କାର୍ଯ୍ୟ ନ କରିବାରୁ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ମାଡ । ତେଲକୋଇ ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ ୟୁଜିଏମଇ ସ୍କୁଲରେ ଘଟିଛି ଘଟଣା । ସ୍କୁଲର ପ୍ରଧାନ ଶିକ୍ଷକ ରମାକାନ୍ତ ବଳ କୌଣସି କାର୍ଯ୍ୟ ନିମନ୍ତେ ବୁଧବାର ଭୂବନେଶ୍ବର ଯାଇଥିଲେ ।

{"id":194700,"width":597,"height":824,"sizeSlug":"large"}

ତାଙ୍କ ରୁମକୁ ରାତ୍ରି ସମୟରେ ଜଗିବା ପାଇଁ ଦୁଇଜଣ ଛାତ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଜଣେ ଛାତ୍ରଙ୍କ ମା ରାତିରେ ସ୍କୁଲରେ ଯାଇ ଶୋଇବାକୁ ମନା କରିଥିଲେ । ଫଳରେ ଛାତ୍ର ସୈମ୍ୟରଞନ ନାୟକ ମଧ୍ୟ ଏକୁଟିଆ ଶିକ୍ଷକଙ୍କ ରୁମ ଜଗିବାକୁ ଯାଇନଥିଲେ ।

{"id":194701,"width":608,"height":745,"sizeSlug":"large"}

ପରଦିନ ସୌମ୍ୟରଞ୍ଜନ ସ୍କୁଲ ଗଲାପରେ ପାର୍ଥନା ସଭା ସରିଲା ପରେ ପ୍ରଧାନ ଶିକ୍ଷକ ତାଙ୍କୁ ନିଜ କକ୍ଷକୁ ଡାକି ବେଲ୍ଟରେ ର୍ନିଧୁମ ବାଡେଇ ଥିଲେ । ସେଥିରେ ମଧ୍ୟ ତାଙ୍କର ମନ ବୁଝି ନଥିଲା ପରେ ପୁଣି ବାଡ଼ିରେ ବାଡେଥିବା କହିଛନ୍ତି ଛାତ୍ର । ଏ ନେଇ ବିଡିଓଙ୍କୁ ଅଭିଯୋଗ ପରେ ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.