କଙ୍ଗାରୁ କୋର୍ଟର ନିଷ୍ପତ୍ତି: ନାବାଳିକାଙ୍କ ପରିବାରକୁ ନିଆଁ-ପାଣି ବାସନ୍ଦ, ପଡିଶାଙ୍କ ସହ କଥା ହେଲେ ୫ ହଜାର ଟଙ୍କା ଜରିମାନା

Published By : Prameya-News7 Bureau | November 13, 2020 IST

ବାରିପଦା୧୩/୧୧: ପୁଣି କଙ୍ଗାରୁ କୋର୍ଟରେ ନିଷ୍ପତ୍ତି। ଏବେ ବି  ଲୋପ  ପାଇନି  ପୁରାତନ  ସଭ୍ୟତା।ଏହି କୋର୍ଟରେ ଯାହା ନିଷ୍ପତ୍ତି ହେବ, ତାହାକୁ ସମସ୍ତେ ମାନିବାକୁ ବାଧ୍ୟ।ଗୋଟିଏ ପରିବାରକୁ ଗାଁରେ ନିଆଁ-ପାଣି ବନ୍ଦ କରି ଦିଆଯାଇଛି।ଏପରି କି ସାମାଜିକ ପର୍ବ ପର୍ବାଣୀରେ ସେମାନେ ମିଶି ପାରିବେ ନାହିଁ। ପଡିଶା ଲୋକଙ୍କ ସହ କଥା ହେଲେ ଦେବାକୁ ପଡିବ ୫ ହଜାର ଟଙ୍କା ଜରିମ‍ନା।

ମୟୁରଭଞ୍ଜ  ଜିଲ୍ଲାର ଝାରପୋଖରିଆ  ଥାନା ଅଞ୍ଚଳରୁ ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆସିଛି। ମିଳିଥିବା ସୂଚନା ଅନୁସାରେ, ଅକ୍ଟୋବର ମାସ ୨୦ ଜଣେ ନାବାଳିକାଙ୍କୁ ସ୍ଥାନୀୟ ଜଣେ ଯୁବକ ଅପହରଣ କରି ଲୁଚାଇ ରଖିଥିଲା। ଯୁବକ ହେଲେ ରାମଚନ୍ଦ୍ର ବାସ୍କେ ଓରଫ୍ ପୁଟୁ। ଏ ନେଇ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ଅକ୍ଟୋବର ୨୩ ତାରିଖରେ ଅଭିଯୁକ୍ତକୁ ପୋଲିସ୍ ଗିରଫ କରି କୋର୍ଟ ଚଲାଣ କରିଥିଲା। ନାବାଳିକାଙ୍କୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଥିଲେ।

ଏତିକିରେ କଥା ସରିନଥିଲା।୩ ଖଣ୍ଡ ଗାଁ ଲୋକେ ମିଶି ଗ୍ରାମସଭା ଡାକିଥିଲେ।ନାବାଳିକାଙ୍କ ପରିବାର  ଲୋକଙ୍କୁ ନିଆଁ ପାଣି ବାସନ୍ଦ କରାଯାଇଥିଲା। ଏହି ନିଷ୍ପତ୍ତି କୌଣସି ବିଚାରପତି ନେଇନଥିଲେ। ଆଦିବାସୀ ଗାଁର ମୁଖିଆ "ମାଝୀ ହାଡାମ" ଏହି ନିଷ୍ପତ୍ତି ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.