ପୁଣି କଙ୍ଗାରୁକୋର୍ଟ : ବିବାହିତା ମହିଳା ଓ ପ୍ରେମିକଙ୍କୁ ନିସ୍ତୁକ ମାଡ଼, ଭିଡିଓ ଭାଇରାଲ

Published By : Prameya-News7 Bureau | December 02, 2019 IST

ରାଉରକେଲା ୦୨।୧୨ : ରାଉରକେଲା ବ୍ରାହ୍ମଣୀତରଙ୍ଗ ଅଞ୍ଚଳରେ କଙ୍ଗାରୁକୋର୍ଟ ହୋଇଛି। ବିବାହିତା ମହିଳା ଓ ପ୍ରେମିକଙ୍କୁ ନିସ୍ତୁକ ମାଡ଼ ହୋଇଛି ଏବଂ ଏହାର ଭିଡିଓ ଭାଇରାଲ ହୋଇଛି। ସ୍ତ୍ରୀ ଓ ପ୍ରେମିକକୁ ବାନ୍ଧି ମାଡ଼ ମାରିଲେ ଶ୍ବଶୁର ଘର ଲୋକେ । ଜୀବନ ପ୍ରତି ବିପଦ ଆଶଙ୍କା ନେଇ ପ୍ରେମିକ ସହ ରାଉରକେଲା ଏସପି ନିକଟରେ ଫେରାଦ ହେଲେ ଲାଠିକଟା ମୁଣ୍ଡାଝୋର ଅଞ୍ଚଳର ପୁକଲି ଓରାମ ।

{"id":192861,"sizeSlug":"large"}

ସୂଚନାଯୋଗ୍ୟ ଯେ,  ୨୦୧୯ରେ ପୁକଲି ଓରାମ ବ୍ରାହ୍ମଣୀତରଙ୍ଗ ଥାନା ମାଣିଆକୁଦର ଜମ୍ବୁ ଓରାମଙ୍କ ସହ ବିବାହ କରିଥିଲେ । ହେଲେ ବାହାଘର ପରେ ପୁକଲିଙ୍କର ତାଙ୍କ ପୁରୁଣା ପ୍ରେମିକ ପୂରଣଙ୍କ ସହ ସମ୍ପର୍କ ଥିବା ନେଇ ସ୍ବାମୀ ସନ୍ଦେହ କରି ଗାଳିଗୁଲଜ କରିବା ସହ ମାଡ ମାରୁଥିଲେ । ନିର୍ଯାତନା ସହିନପାରି ପୁକଲି ଶାଶୁଘରୁ ପଳାଇ ଆସିଥିଲା । ରାଉରକେଲା ବସ ଷ୍ଟାଣ୍ଡରେ ରହି ପ୍ରେମିକ ପୂରଣକୁ ଡାକିଥିଲା । ଏହି ସମୟରେ ପୁକଲିଙ୍କର ଶାଶୁଘର ଲୋକ ପହଞ୍ଚି ଉଭୟଙ୍କୁ ନିଜ ଗାଁକୁ ନେଇ ଯାଇ ମାଡ ମାରିଥିଲେ । 

{"id":192862,"sizeSlug":"large"}

ପ୍ରେମିକ, ପ୍ରେମିକାଙ୍କ ହାତଗୋଡ ବାନ୍ଧି  ଶ୍ବଶୁର ଘର ଗାଁ ଲୋକ ବାଡେଇଥିବାର ଭିଡିଓ ଭାଇରାଲ ହୋଇଛି । ମାଡ ମାରିବା ସହ ଦେଢ ଲକ୍ଷ ଟଙ୍କା ଜରିମାନା ମଧ୍ୟ ମାଗିଥିଲେ । ତେବେ ପ୍ରେମିକ ପୂରଣ ୫୦ ହଜାର ଟଙ୍କା ଦେଇଥିବା ବେଳେ ପରେ ଲକ୍ଷେ ଟଙ୍କା ଦେବା ପାଇଁ କହିଥିଲେ । ଏହାପରେ ପରେ ପ୍ରେମିକ ସହ ସ୍ତ୍ରୀକୁ ବିଦା କରିଥିଲା ସ୍ବାମୀ । ଜୀବନ ପ୍ରତି ବିପଦ ଥିବା ନେଇ ପ୍ରେମିକ ସହ ରାଉରକେଲା ଏସପିଙ୍କ ନିକଟରେ  ଫେରାଦ ହୋଇଛନ୍ତି ଲାଠିକଟା ମୁଣ୍ଡାଝୋର ଅଞ୍ଚଳର ପୁକଲି ଓରାମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.