କଳାହାଣ୍ଡିରେ କଙ୍ଗାରୁ କୋର୍ଟ ! ଦୁଷ୍କର୍ମ ପୀଡିତା ସାତ ମାସର ଗର୍ଭବତୀ ଦିବ୍ୟାଙ୍ଗ ଯୁବତୀଙ୍କୁ ପୋଲିସ ପାଖକୁ ନଯିବାକୁ ଦିଆଯାଉଛି ଚାପ

Published By : Prameya-News7 Bureau | November 03, 2019 IST

କଳାହାଣ୍ଡି ୩।୧୧: ଦୁଷ୍କର୍ମର ଶିକାର ହୋଇଥିବା ଯୁବତୀଙ୍କୁ କଂଗାରୁ କୋର୍ଟରେ ପୋଲିସ ପାଖକୁ ନଯିବାକୁ ତାଗିଦ କରିଥିବା ଅଭିଯୋଗ  । ଶେଷରେ ନ୍ୟାୟ ପାଇଁ  କଳାହାଣ୍ଡି ଏସପିଙ୍କ ଦ୍ବାରସ୍ଥ  ହେଲେ ଯୁବତୀ ।

{"id":178354}

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଜୁନାଗଡ ବାଦଲଦେଇ ଗାଁର ଜଣେ ୨୫ ବର୍ଷୀୟ ଦିବ୍ୟାଙ୍ଗ ଯୁବତୀ ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିବା ବେଳେ ପୋଲିସ ପାଖକୁ ନଯିବାକୁ ତାଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି ।  ଯୁବତୀ ଜଣଙ୍କ ଗାଁ ଜଣେ ବ୍ୟକ୍ତିଙ୍କ ଘରେ ଦୀର୍ଘ ଦିନ ହେବ କାମ କରି ଆସୁଥିଲେ।  କାମ କରୁଥିବା ବ୍ୟକ୍ତିଙ୍କ ପୁତ୍ର ତାଙ୍କୁ ବାରମ୍ବାର ଦୁଷ୍କର୍ମ କରି ଆସୁଥିବା ପୀଡିତା ଅଭିଯୋଗ କରିଛନ୍ତି ।

{"id":178355}

ଯୁବତୀଙ୍କ ଗର୍ଭବତୀ ହେବା ପରେ ଏହାକୁ ନେଇ ଗାଁରେ ବୈଠକ ବସିଥିଲା । କଥା କହି ପାରୁନଥିବା ଏହି ପୀଡିତା ଜଣଙ୍କ ଅଭିଯୁକ୍ତକୁ ଚିହ୍ନଟ କରିଥିଲେ । କିନ୍ତୁ ଅଭିଯୁକ୍ତଙ୍କ ପରିବାର ବୋଲି ଜାଣିବା ପରେ ହାତ ଟେକି ଦେଇଦେଲା କଙ୍ଗାରୁ କୋର୍ଟ । ପୀଡିତାଙ୍କୁ ନ୍ୟାୟ ଦେବା ବଦଳରେ ତାଙ୍କୁ ଓଲଟା ତାଗିଦ କରିଥିଲା ଗାଁ କମିଟି । ଏମିତି କି ଯୁବତୀଙ୍କ ପରିବାରକୁ ମାମଲା ରୁଜୁ ନକରିବାକୁ ଚାପ ପ୍ରୟୋଗ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି । ନ୍ୟାୟ ପାଇଁ ପୀଡିତାଙ୍କ ପରିବାର ଲୋକେ କଳାହାଣ୍ଡି ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏସପିଙ୍କ ନିକଟରେ ଦ୍ବାରସ୍ଥ ହେବା ପରେ ମହିଳା ସେଲ ଦାୟିତ୍ବରେ ଥିବା ଆଡିସନାଲ ଏସ୍ ପି ମଣିପାତ୍ରଙ୍କ ନିର୍ଦ୍ଦେଶରେ ଜୁନାଗଡ ଥାନାରେ ଏ ନେଇ ମାମଲା ରୁଜୁ ହୋଇଛି । ଜୁନାଗଡ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.