ପୁଣି ଲଜ୍ଜା: ଦୁଷ୍କର୍ମ ଉଦ୍ୟମ କରି କଙ୍ଗାରୁ କୋର୍ଟରେ ତଣ୍ଡ ଗଣିଲେ ଯୁବକ,ଭିଡିଓ ଭାଇରାଲ

Published By : Prameya-News7 Bureau | January 17, 2020 IST

ଜଗତସିଂହପୁର ୧୭।୦୧: ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡିଲା ଅଭିଯୁକ୍ତ। ଗ୍ରାମବାସୀମାନେ ଅଭିଯୁକ୍ତକୁ ଧରିବା ପରେ ନିସ୍ତୁକ ମାଡ ମାରିବା ସହ କଙ୍ଗାରୁ କୋର୍ଟରେ ଜୋରିମାନା ଲଗାଯାଇଥିବା ସୂଚନା ରହିଛି । ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓଟି ଭାଇରାଲ ହେବାରେ ଲାଗିଛି । ନାବାଳିକାଙ୍କୁ ଦୁଷ୍କର୍ମ  ଉଦ୍ୟମ କରି  ଗ୍ରାମବାସୀ ଙ୍କ ହାତରେ ଧରାପଡି ନିସ୍ତୁକ ମାଡ଼ ଖାଇବା ପରେ ଅଭିଯୁକ୍ତ  କଙ୍ଗାରୁ କୋର୍ଟରେ ଜୋରିମାନା ଦେଇ ଖସିଯିବାଥିବା  ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏହି ଘଟଣାର ଭିଡିଓ  ସୋସିଆଲ ମିଡିଆରେ ଭାଇରାଲ  ହେବାରେ ଲାଗିଛି ।

{"id":212662,"sizeSlug":"large"}

ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳର ଥିବା ଏକ ରେଳଓ୍ବ ଲେବରକ୍ରସିଂର ନିକଟ ରାସ୍ତାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଟିଉସନ ଯାଉଥିଲେ । ହଠାତ୍ ଜଣେ ଯୁବକ ଆସି ନାବାଳିକାକୁ ଜୋରଜବରଦସ୍ତ ଅଟକାଇ ରେଳଲାଇନ କଡକୁ ଟାଣି ନେଇଯାଇଥିଲା । ଯାହାଫଳରେ ନାବାଳିକା ଛାତ୍ରୀ ଜଣଙ୍କ ବଡପାଟିରେ ଚିତ୍କାର କରିବା ଆରମ୍ଭ କରିଥିଲା । ନାବାଳିକାର ଚିତ୍କାର ଶୁଣି ରେଳଲାଇନ କଡରେ ଶୌଚ ପାଇଁ ଯାଇଥିବା ଜଣେ ସ୍ଥାନୀୟ ବ୍ୟକ୍ତି ଘଟଣାସ୍ଥଳକୁ ଦୌଡି ଆସି ଦୁଷ୍କର୍ମକାରୀକୁ ପ୍ରତିବାଦ କରିଥିଲା । ପ୍ରତିବାଦକାରୀକୁ ଧକ୍କା ମାରି ଖସିଯିବାକୁ ଉଦ୍ୟମ କରିଥିଲା ଯୁବକ ଜଣକ । କିନ୍ତୁ ଘଟଣାସ୍ଥଳରେ ପାଟିତୁଣ୍ଡ ଶୁଣି ସ୍ଥାନୀୟଲୋକ ରୁଣ୍ଡ ହୋଇ ଅଭିଯୁକ୍ତକୁ କାବୁ କରିନେଇଥିଲେ ।

{"id":212663,"sizeSlug":"large"}

ଯୁବକକୁ କାବୁ କରିବା ପରେ ନିସ୍ତୁକମାଡ ମାରିଥିଲେ। ପରେ ଯୁବକ ଜଣଙ୍କୁ ମୁର୍ମୂଷୁ ଅବସ୍ଥାରେ ଲେବୁଲକ୍ରସିଂ ପାଖ ଏକ ସାଇକେଲ ଷ୍ଟାଣ୍ଡ ଘରେ ଅଟକ ରଖାଯାଇଥିଲା।  ଆହାତ ନାବାଳିକାକୁ ଉଦ୍ଧାର କରି ତାର ପରିବାର ଲୋକଙ୍କ ଜିମା ଦିଆଯାଇଥିଲା। କିଛି ସମୟ ପରେ କିଛିଲୋକ ଏକାଠି ହୋଇ ଆରମ୍ଭ କରିଦେଇଥିଲେ କଙ୍ଗାରୁ କୋର୍ଟ।  କାମାନ୍ଧ ଯୁବକ ଜଣଙ୍କ ତିର୍ତ୍ତୋଲ ଥାନା ଅଞ୍ଚଳର ବୋଲି ଜଣାପଡିଛି । ଯୁବକ ଜଣକ ବିବାହିତ ଓ ଦୁଇଟି ସନ୍ତାନର ବାପା । କଙ୍ଗାରୁ କୋର୍ଟ ସକାଳ ୯ଟାରୁ ଅପରାହ୍ନ ୧ଘଟିକା ପର୍ଯ୍ୟନ୍ତ ଚାଲିଥିଲା।

{"id":212664,"sizeSlug":"large"}

କଙ୍ଗାରୁ କୋର୍ଟରେ ଅଭିଯୁକ୍ତ ଉପରେ ପାଞ୍ଚଲକ୍ଷ ଟଙ୍କା ଜୋରିମାନା କରାଯାଇଥିଲା। ମାତ୍ର ଏକ ଲକ୍ଷ ଟଙ୍କା ଜୋରିମାନାରେ କଥା ଛିଣ୍ଡିଥିବା ଜଣାପଡିଛି । ତିର୍ତ୍ତୋଲ ଥାନା ଠାରୁ ମାତ୍ର ଦୁଇ କିଲୋମିଟର ଦୁର ଚଳଚଞ୍ଚଳ ମଣିଜଙ୍ଗା ଏରସମା ରାସ୍ତା କଡରେ ଶହଶହ ଲୋକଙ୍କ ଉପସ୍ଥିତିରେ କଙ୍ଗାରୁ କୋର୍ଟ ଚାଲିଥିବା ବେଳେ ପୋଲିସ ଘଟଣାସ୍ଥଳକୁ ନଆସିବା ରାଜନୈତିକ ଓ ମୁଷ୍ଟିମେୟଙ୍କ ପ୍ରଭାବ ବୋଲି କୁହାଯାଇଛି। ପିଡିତା ନାବାଳିକାର ପରିବାର ଲୋକ ଲଜ୍ୟା ଓ ମୂଷ୍ଟିମେୟଙ୍କ ଭୟରେ ପୋଲିସରେ ଅଭିଯୋଗ କରିନଥିବା ଜଣାପଡିଛି ।

ପୋଲିସ ଘଟଣା ସମ୍ପର୍କରେ କିଛି ଜାଣିନଥିବା କିମ୍ବା କୌଣସି ଅଭିଯୋଗ ହୋଇନଥିବା କହିଛି।  ମାତ୍ର ପୋଲିସ ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ଗ୍ରାମରେ ଗୃହରକ୍ଷୀ ଓ ଗ୍ରାମରକ୍ଷୀ କାର୍ଯ୍ୟ କରୁଥିବା ବେଳେ ଦିର୍ଘ ଛଅଘଣ୍ଟା ଧରି କଙ୍ଗାରୁ କୋର୍ଟ ସଂପର୍କରେ କିଭଳି ଜାଣିପାରିଲେ ନାହିଁ ବୋଲି ପ୍ରଶ୍ନ ଉଠିଛି। ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ସହ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି । ପୋଲିସ ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ଏ ବାବଦରେ ପୋଲିସ କିଛି କହିବା ପାଇଁ ମନା କରିଦେଇଥିବା ବେଳେ ପିଡିତାର ପରିବାର ମଧ୍ୟ କିଛି କହିବା ପାଇଁ ମନା କରିଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.