Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସନ୍ ଧରି ଫେରୁଥିଲେ, ଓଲଟି ଗଲା ଟ୍ରାକ୍ଟର ଡାଲା, ୨ ମୃତ
  • ||
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||

ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ : ଯୁବକଙ୍କୁ ଗଛରେ ବାନ୍ଧି ମାଡ଼ ମାରିଲେ , ଭିଡ଼ିଓ ଭାଇରାଲ…

17/06/2020 at 12:15 PM

ସାନଖେମୁଣ୍ଡି ୧୭।୦୬: ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ । ଯୁବକଙ୍କୁ ଗଛରେ ବାନ୍ଧି ପିଟିଲେ ଗ୍ରାମବାସୀ । ସାନଖେମୁଣ୍ଡି ପାଟପୁର ଥାନା ଜଗନ୍ନାଥପୁର ଅଞ୍ଚଳରୁ ଏଭଳି କିଛି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଗଛରେ ଜଣେ ଯୁବକ ଦଉଡି ସାହଯ୍ୟରେ ବାନ୍ଧି ମାଡ଼ ମାରିଥିବା ଓ ଏଥି ସହିତ ଯୁବକଙ୍କ ମୁହଁରୁ ରକ୍ତ ବାହାରୁଛି । କିଛି ଲୋକ ରୁଣ୍ଡ ହୋଇ ଚାରିପଟୁ ଘେରି ରହିଥିବା ସହ  ବିଭିନ୍ନ ପ୍ରଶ୍ନ କରୁଥିବାର ଫଟୋ ଓ ଭିଡ଼ିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରଲ ହେବାରେ ଲାଗିଛି।।

ସୂଚନାଯୋଗ୍ୟ  ଯେ, ଏହି ଘଟଣାଟି ବା ଭିଡ଼ିଓଟି ହେଉଛି ପାଟପୁର ଥାନା ଜଗନ୍ନାଥପୁର ଅଞ୍ଚଳର ଏକ ଗାଁର । ଯୁବକ ଜଣକ ସେହି ଗାଁର ଜଣଙ୍କ ଘରେ ପଶିବାକୁ ଚେଷ୍ଟା କରୁଥିବା ବେଳେ କାବୁ କରିଥିଲେ ଗାଁ ଲୋକେ। ପରେ ସେହି ଯୁବକ ଜଣଙ୍କୁ ପଚରାଉଚାରା କରିଯାଇଥିଲା ।  ଯୁବକ ଜଣଙ୍କ ପଚରା ଉଚରା କରିବାରୁ ସନ୍ତୋଷ ଜନକ ଉତ୍ତର ଦେଇ ନପରିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା । ଯୁବକ ଜଣକୁ ଗଛରେ ଦଉଡି ସାହାଯ୍ୟରେ ବାନ୍ଧି ମାଡ଼ ମାରିଥିଲେ। ଯାହାକୁ ନେଇ ବିଭିନ୍ନ ଗଣ ମାଧ୍ୟମରେ ଚର୍ଚ୍ଚା ଓ ଆଲୋଚନା। କିଛି ବୁଦ୍ଧିଜୀବୀ ସାଧାରଣ ଲୋକେ ଆଇନକୁ ହାତକୁ ନେଇ ଏହି ଭଳି ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ ଭଳି ନିଷ୍ପତ୍ତି ନେବା ଘଟଣାକୁ ନିନ୍ଦା କରିଛନ୍ତି  । ସେହିପରି ଅଉ କିଛି କରୋନାକୁ ନେଇ ଲକଡାଉନ ସମୟରେ କାହିଁକି ବୁଲୁଥିଲା କହି ଆଖେପ କରିଛନ୍ତି । ଏନେଇ ପାଟପୁର ପୋଲିସ ଥାନାରେ କୌଣସି ଅଭିଯୋଗ ହୋଇନାହିଁ କି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି ।

   Related Posts