ଅନ୍ଧ ବିଶ୍ବାସର ଅନ୍ଧ ଗଳିରେ କଙ୍ଗାରୁ କୋର୍ଟର ବିଭତ୍ସ ଫଇସଲା : କେମିତି ସ୍ବାମୀ ଓ ସ୍ତ୍ରୀଙ୍କୁ ପିଟିପିଟି ମାରିଥିଲେ ଗାଁ ଲୋକେ ଜାଣନ୍ତୁ ପୂରା ଘଟଣା…

Published By : Prameya-News7 Bureau | September 18, 2019 IST

ବଲାଙ୍ଗିର ୧୮|୯: ଅନ୍ଧ ବିଶ୍ବାସର ଅନ୍ଧଗଳିରେ ଏବେ ବନନାମ୍ ବଲାଂଗୀର। ଶିଶୁ ବଳି ପାଇଁ ପୂର୍ବରୁ ଅନେକ କଳଙ୍କିତ ଅଧ୍ୟାୟ ଯୋଡି ହୋଇଛି ଜିଲ୍ଳାର ଇତିହାସରେ। ଏବେ ଗୁଣି ଗାରେଡି ସନ୍ଦେହକୁ ନେଇ ସ୍ବାମୀ ସ୍ତ୍ରୀଙ୍କୁ ବିଭତ୍ସ ହତ୍ୟା ଘଟଣା ବିଜ୍ଞାନ ଯୁଗରେ ମଧ୍ୟ-ଯୁଗୀୟର ଘୃଣ୍ୟ ପରମ୍ପରାର ପୁନରାବୃତ୍ତି ଚିନ୍ତାର ବିଷୟ ପାଲଟିଛି।

{"id":159370}

ବଲାଂଗୀର ଜିଲ୍ଳା ଲରମ୍ଭା ଥାନା ଚିଟକାମାଲ ଗାଁରେ ସ୍ବାମୀ ସ୍ତ୍ରୀଙ୍କ ସଂଦେହ ଜନକ ଭାବେ ମୃତଦେହ ଉଦ୍ଧାର ଘଟଣା ପରେ ଗାଁ ଏବେ ପୂରା ପୂରି ଶୂନଶାନ ପାଲଟିଛି। ସେପଟେ ମୃତ ସ୍ବାମୀ ସ୍ତ୍ରୀଙ୍କ ଶବ ପୋଷ୍ଟମର୍ଟମ ପରେ ପାଟଣାଗଡରେ ପୋଲିସର ଉପସ୍ଥିତିରେ ଅନ୍ତେଷ୍ଟିକ୍ରିୟା କରିଛନ୍ତି ମୃତକଙ୍କ ପୁଅ।

{"id":159371}

ଏପଟେ ଘଟଣାରେ ସଂପୃକ୍ତି ସଂଦେହ କରି ଗାଁର ୪ଜଣକୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ। ଘଟଣାକୁ ୪୮ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ଏବେ ବି ଅନ୍ଧାରରେ ବାଡି ବୁଲାଉଛି ବଲାଂଗୀର ପୋଲିସ।

{"id":159372}

ଅନ୍ଧ ବିଶ୍ବାସର ଅନ୍ଧ ଗଳିରେ ବିଭତ୍ସ ଫଇସଲା। କଙ୍ଗାରୁ କୋର୍ଟରେ ବିଭତ୍ସ କାଣ୍ଡ। ଗାଁ ପୂରା ଶୁନଶାନ୍ । ପାଟଣାଗଡ ଚିଟକାମାଲର ଗାଁର ପ୍ରବେଶ ପଥରେ ପୋଲିସର ଏ ଅବରୋଧ ଚିତ୍କାର କରି କହୁଛି କେତେ ବିଭତ୍ସ ଥିଲା ସେଦିନର ଦୃଶ୍ୟ। ମୃତ ପତି ପତ୍ନୀଙ୍କ ଘର କାନ୍ଥଠୁ ଆରମ୍ଭ କରି ପୋଲିସ ଉଦ୍ଧାର କରିଥିବା ରକ୍ତ ଭିଜା ଲାଠି ବୟାନ କରୁଛି କେତେ ନିର୍ମମ ହୋଇପାରେ ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇଥିବା  ଅନ୍ଧ ଜହ୍ଳାଦ।

{"id":159373}

ଏସବୁ ଦୃଶ୍ୟ ହିଁ ବୟାନ କରୁଛି କେମିତି ମରିଥିବେ ନିରୀହ ଦମ୍ପତ୍ତି? କିଭଳି ଯୋଜନା ବଦ୍ଧ ହତ୍ୟା କାଣ୍ଡର ଶୀକାର ହୋଇଛନ୍ତି ଏ ଦମ୍ପତ୍ତି। ସେପଟେ ମୃତ ଦମ୍ପତ୍ତିଙ୍କ ପୂଅ ରମେଶଙ୍କ ବୟାନ  ସଂଦେହକୁ ଆହୁରି ଦୃଢ଼ କରୁଛି ଯେ ଗାଁର କଙ୍ଗାରୁ କୋର୍ଟର ଫଇସଲା ପରେ ହିଁ ସ୍ତ୍ରୀ ରୁକ୍ମଣୀ ଓ ଚିନ୍ତାମଣି ବରିହାକୁ ଗୁଣି ଗାରେଡି ସଂଦେହ କରି କିଭଳି ଭାବରେ ଲାଠି ସାହାଯ୍ୟରେ ପିଟି ପିଟି ଅତି  ନିର୍ମମ ହତ୍ୟା କରାଯାଇଛି।

{"id":159374}

ତେବେ ଆସନ୍ତୁ ଯିବା ପୂରା ଘଟଣାର ମୂଳକୁ। ଗତ ୧୨ ତାରିଖ ଦିନର ଘଟଣା। ପାଖା ପାଖି ୧୫ ଦିନ ତଳେ ଚିଟକାମାଲ ଗାଁ ନାରାୟଣ ବରିହାଙ୍କ ଦେଢ଼ ବର୍ଷର ପୂଅ ଲକିର କୌଣସି କାରଣରୁ ମୃତ୍ୟୁ ହୋଇଥିଲା। ପରିବାର ଲୋକ ମୃତ ଶିଶୁକୁ ନିଜ ବିଲରେ ପୋତି ଦେଇଥିଲେ। ସେପଟେ ଗତ ୧୨ ତାରିଖ ଦିନ ଶିଶୁକୁ ପୋତା ଯାଇଥିବା ସମାଧି ଉପରେ କେହି ପୂଜାପାଠ କରୁଥିବା ନେଇ ଖବର ପାଇଥିଲେ ପରିବାର ଲୋକ।।

{"id":159376}

ନାରୟଣଙ୍କ ପରିବାର ଗୁଣିଗାରେଡି ପାଇଁ ରୁକ୍ମଣୀ ଓ ଚିନ୍ତାମଣୀଙ୍କ ଉପରେ ସଂଦେହ କରିଥିଲେ। ଏନେଇ ଗାଁରେ ଏକ ବୈଠକ ବସିବା ପରେ ଲରମ୍ଭା ଥାନାରେ ଅଭିଯୋଗ ମଧ୍ୟ ହେଲା। ସେପଟେ ଗାଁ ଲୋକ ଡାହାଣୀ ସଂଦେହ କରି ନିର୍ଯ୍ୟାତନା ଦେଉଥିବା ନେଇ ଥାନାରେ ପାଲଟା ଅଭିଯୋଗ କଲେ ରୁକ୍ମଣୀ। ଯେଉଁଥିପାଇଁ ସେଇ ଦିନଠୁ ଗାଁରେ ଚାପା ଉତ୍ତେଜନା ଲାଗି ରହିଥିଲା।

{"id":159377}

ଆଉ ଏବେ ଅଭିଯୋଗ ହେଉଛି ଚନ୍ତାମଣିଙ୍କ ପୁଅ ଘରେ ନଥିବା ବେଳେ ଗତ ଦୁଇ ଦିନ ତଳେ ସକାଳେ ପୁଣି ଗାଁରେ ମିଣ୍ଟିଂ ବସିଥିଲା। ତାପରେ ଦିନ ବେଳା ଗାଁ ମଝିରେ ଦୁଇ ଜଣଙ୍କୁ ଏମିତି ବିଭତ୍ସ ହତ୍ୟା କରାଯାଇଛି । ଏଠି ପ୍ରଶ୍ନ ଉଠୁଛି ଉଭୟ ପକ୍ଷର ଅଭିଯୋଗ ପରେ ବି ପୋଲିସ କାହିଁକି ଏପରି ସମ୍ବେଦନଶୀଳ ଘଟଣାକୁ ଅତି ହାଲୁକା ଭାବରେ ନେଲା ?

{"id":159378}

ସେପଟେ ଚିଟକାମାଲ ଗାଁରେ ଉତ୍ତେଜନା ଲାଗି ରହିଥିବାରୁ  ମୃତକଙ୍କ ଶବକୁ ପୋଷ୍ଟ ମର୍ଟମ ପରେ ପାଟଣାଗଡରେ ପୋଲିସର ଉପସ୍ଥିତିରେ ଅନ୍ତେଷ୍ଟିକ୍ରିୟା କରିଛନ୍ତି ପୁଅ ରମେଶ। ଘଟଣାରେ ଚାରି ଜଣକୁ ଅଟକ ରଖି ପଚରାଉଚୁରା ଚାଲିଥିବା ବେଳେ ଏବେ ସୁଦ୍ଧା କହାରିକୁ ଗିରଫ କରିନି ପୋଲିସ। ପୋଲିସର ଏଭଳି ପଦେକ୍ଷପକୁ ଦୃଢ଼ ନିନ୍ଦା କରିଛି ଆଦିବାସୀ ସଂଘ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.