Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କଙ୍ଗାରୁ କୋର୍ଟରେ ଶିକ୍ଷକଙ୍କୁ ଲଣ୍ଡା କରିଥିବା ଅଭିଯୁକ୍ତ ଏବେବି ବୁଲୁଛନ୍ତି ଖୁଲମଖୁଲା, ତୁରନ୍ତ ଗିରଫ କରାନଗଲେ ଆତ୍ମାହୂତି ଦେବାକୁ ଶିକ୍ଷକଙ୍କ ପରିବାରର ଚେତାବନୀ

5/06/2019 at 5:46 PM

ଭୁବନେଶ୍ବର ୫|୬: ପୋଲିସର ଭୂମିକା ନେଇ ପ୍ରଶ୍ନ । ରାଜଧାନୀରେ କଙ୍ଗାରୁ କୋର୍ଟ କରି ଶିକ୍ଷକଙ୍କୁ ଅପମାନିତ କରି ଲଣ୍ଡା କରିଥିବା ଅଭିଯୁକ୍ତ ମାନଙ୍କୁ କାହିଁକି ଗିରଫ କରୁନାହିଁ ମଞ୍ଚେଶ୍ବର ଥାନା ପୋଲିସ । ରାଜନୈତିକ ଚାପ ନାଁ ଆଉ କିଛି ସମସ୍ୟା ପାଇଁ ହାତ ବାନ୍ଧି ବସିଛି ପୋଲିସ ?  ଏବେବି ଖୋଲା ଆକାଶ ତଳେ ଘୁରି ବୁଲୁଛନ୍ତି ଅପରାଧି ।

ମାଡ ମାରିଲେ , ଲଣ୍ଡା କଲେ , ମୁହଁରେ କଳା ବୋଳି ସାହିସାରା ବୁଲାଇଲେ । ଏତିକିରେ ରାଗ କମିଲା ନାହିଁ । ମାଡ ମାରିବାର ଦ଼ୃଶ୍ୟକୁ ମୋବାଇଲରେ ଉତ୍ତୋଳନ କରି ସାର୍ବଜନୀନ ମଧ୍ୟ କଲେ । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଧିରକୁଟ ବସ୍ତିରେ କଙ୍ଗାରୁ କୋର୍ଟ କରି ଜଣେ ଘରୋଇ ଶିକ୍ଷକକୁ ନିର୍ଯାତନା ଦେଇଥିବା  ଅଭିଯୁକ୍ତ ମାନେ ଏବେବି ଖୁଲ୍ଲମ ଖୁଲ୍ଲା ବୁଲୁଛନ୍ତି । କେବଳ ବୁଲୁ ନାହାନ୍ତି, ପୁରା ବେପରୱା, ବେଧଡକ ଭାବେ ବାହାଦୂରି ମାରୁଛନ୍ତି । ଆଉ କହିବୁଲୁଛନ୍ତି, ଆମକୁ ପୋଲିସ ଗିରଫ କରିବ ନାହିଁ । କେବଳ ଶିକ୍ଷକ ନୁହନ୍ତି , ତାଙ୍କ ପତ୍ନୀଙ୍କୁ ବି ସର୍ବସମ୍ମୁଖରେ ମାଡ଼ ମାରି , ଅପମାନିତ କରିଥିଲେ କିଛି ଅଭିଯୁକ୍ତ ।

ଶିକ୍ଷକ ଦମ୍ପତ୍ତିଙ୍କୁ ଏପରି ଆମାନୁଷିକ ନିର୍ଯାତନା ଦେବାର କାରଣ ହେଲା, ଶିକ୍ଷକ ଜଣକ କୁଆଡେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ । ମାତ୍ର ଦୁଇଦିନ ପୁର୍ବରୁ ଛାତ୍ରୀ ଜଣକ ଶିକ୍ଷକଙ୍କ ପାଖକୁ ଟ୍ୟୁସନ ହେବାକୁ ଆସୁଥିଲେ । ସେହି ଛାତ୍ରୀଙ୍କୁ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ କରି ତାଙ୍କୁ କଙ୍ଗାରୁ କୋର୍ଟରେ ମାଡ, ଅପମାନ ଦେଇଥିଲେ ଛାତ୍ରୀଙ୍କ ପରିବାର ଏବଂ ବସ୍ତିର କିଛି ଲୋକେ । ମଞ୍ଚେଶ୍ବର ଥାନାରେ ଉଭୟ ପକ୍ଷରୁ ଅଭିଯୋଗ ହୋଇଥିଲା । ମଞ୍ଚେଶ୍ବର ଥାନା ପୋଲିସ କେବଳ ଶିକ୍ଷକଙ୍କୁ ଗିରଫ କରିଥିବା ବେଳେ ଅପର ପକ୍ଷରୁ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏପଟେ ସବୁ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାନଗଲେ , ଆତ୍ମାହୂତି ଦେବେ ବୋଲି ଶିକ୍ଷକଙ୍କ ପରିବାର ଲୋକେ ଚେତାବନୀ ଦେଇଛନ୍ତି । ତଥାପି, ପୋଲିସ ଶିକ୍ଷକଙ୍କୁ ମାଡ ମାରିଥିବା ମୁଣ୍ଡାସାହି ଲୋକଙ୍କୁ ଗିରଫ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି ।

ମଞ୍ଚେଶ୍ବର ଥାନା ପୋଲିସ ହାତବାନ୍ଧି ବସିଥିବା ବେଳ ସନ୍ଦେହ ଓ ଆଶଙ୍କା ବଢିଛି । ଅଥଚ ପୋଲିସ କମିଶନର କହିସାରିଛନ୍ତି , ଯିଏ ଦୋଷି ତାକୁ ଦଣ୍ଡ ମିଳିବ । ଏପରି ସ୍ଥିତିରେ ରାଜଧାନୀରେ କଙ୍ଗାରୁ କୋର୍ଟ ଏବଂ ଅଭିଯୁକ୍ତଙ୍କ ଦାଦାଗିରି ଅନେକ ପ୍ରଶ୍ନ ଛିଡା କରିଛି । ଯଦି ମୁଣ୍ଡାସାହୀର କିଛି ଖଳ ଲୋକେ ଶିକ୍ଷକ ଦମ୍ପତ୍ତିକୁ ଏପରି ହୀନସ୍ତା କରି ବେପରୁୱା ବୁଲିପାରନ୍ତି , ତେବେ ଆଗକୁ ଏପରି ଅରାଜକତା ଅନ୍ୟ ଅଞ୍ଚଳକୁ ଯେ ନବ୍ୟାପିବ ତାହାର କି ଗ୍ୟାରେଣ୍ଟି ? ତେଣୁ ଆଇନ, କାନୁନ୍ ଓ ପୋଲିସ ବ୍ୟବସ୍ଥା ଉପରୁ ଲୋକଙ୍କ ଆସ୍ଥା ତୁଟିବା ଆଗରୁ ତାହାର ସୁରକ୍ଷା ଜରୁରୀ ।

   Related Posts