Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

କଙ୍ଗାରୁକୋର୍ଟ : ସ୍ବାମୀଙ୍କୁ ଅଧା ଲଣ୍ଡା କରି ସ୍ତ୍ରୀଙ୍କୁ ଦୁର୍ଷ୍କମ, ମହିଳାଙ୍କ ମୁଣ୍ଡର କେଶ କାଟିଲେ

30/07/2020 at 9:28 AM

ସୋର ୩୦।୭: ଭୋଜି କରି ଖାଇଖିବା ଯୁବକଙ୍କ ନାଁ କହିଦେବାରୁ ସ୍ବାମୀକୁ ଅଧା ଲଣ୍ଡା କରି ସ୍ତ୍ରୀକୁ ଦୁର୍ଷ୍କମ କରି ମୁଣ୍ଡର କେଶ ଅଧା କାଟିଲେ । ଗାଁର ଯୁବକମାନେ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କୁ ଯୁବକମାନେ ମାଡ ମାରିଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ବଶିଂ ଗାଁରେ ଘଟିଛି ।

ସୂଚନାଯୋଗ୍ୟ ଯେ, ଗାଁରେ କିଛିଦିନ ଧରି ଗାଁ ମୁଣ୍ଡରେ ରହୁଥିବା ଦମ୍ପତ୍ତିଙ୍କ ଘର ନିକଟରେ କିଛି ଯୁବକ ରାତି ହେଲେ ଫିଷ୍ଟ କରି ଖାଉଥିଲେ । ଗତ ଦୁଇଦିନ ତଳେ ଯୁବକମାନେ ଜୈନକ ବ୍ୟକ୍ତିଙ୍କ ଘରୁ କୁକୁଡା ଚୋରୀ କରି ଫିଷ୍ଟ କରି ଖାଇଥିଲେ । ସଂପୃକ୍ତ ଦମ୍ପତ୍ତିଙ୍କ ଘର ନିକଟରେ କୁକୁଡା ପର ପଡିଥିବାର ଦେଖି କୁକୁଡା ମାଲିକ ସଂପୃକ୍ତ ମହିଳାଙ୍କୁ ପଚାରିବାରୁ ସେ ଫିଷ୍ଟ କରି ଖାଇଥିବା ଯୁବକଙ୍କ ନାମ ପ୍ରକାଶ କରିଦେଇଥିଲେ ।

ଏନେଇ ଯୁବକମାନେ ଖବର ପାଇବା ପରେ ସଂପୃକ୍ତ ଦମ୍ପତ୍ତିଙ୍କୁ ମାଡ ମାରିଥିଲେ । ସ୍ବାମୀଙ୍କୁ ମାଡ ମାରି ଅଧା ଲଣ୍ଡା କରିଥିବା ବେଳେ ସ୍ତ୍ରୀଙ୍କ ସହିତ ଦୁର୍ଷ୍କମ କରି ମୁଣ୍ଡର ଲମ୍ବା କେଶରୁ ଅଧା କାଟି ପକାଇଛନ୍ତି । ଏନେଇ ଉଭୟ ସ୍ବାମୀ ଓ ସ୍ତ୍ରୀ ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି ।

   Related Posts