Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

ଦିଅର ଭାଉଜଙ୍କ ଅନୈତିକ ସମ୍ପର୍କକୁ ନେଇ ଗାଁରେ ଉତ୍ତେଜନା: ଚପଲ ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇଲେ, ଭିଡିଓ ଭାଇରାଲ

20/09/2020 at 10:40 AM

ରାଜଗାଙ୍ଗପୁର ୨୦/୦୯  : ପୁଣି କଙ୍ଗାରୁ କୋର୍ଟ । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା କୁଶୁଣିଆ ଗ୍ରାମ ପଞ୍ଚାୟତ ପକରପଡ଼। ଗାଁରେ କଙ୍ଗାରୁ କୋର୍ଟ ହୋଇଛି । ପ୍ରେମୀ ଯୁଗଳଙ୍କୁ ଗାଁ ଲୋକେ ଗାଁ ଦାଣ୍ଡରେ ସର୍ବସମ୍ମୁଖରେ ଚପଲ ମାଳ ପିନ୍ଧାଇଛନ୍ତି ।  ଗତକାଲି ଶନିବାର ଦିନ ଗାଁରେ ଏହି କଙ୍ଗାରୁ କୋର୍ଟ ହୋଇଥିଲା । ପକରପଡା ଗାଁର ବିବାହିତ ଯୁବକ ଜିତେନ ବରୁଆଙ୍କ ସହ ସେହି ଗାଁର ଜିତେନଙ୍କ  ସଂର୍ପକୀୟ ଭାଉଜ ସହ ଗଢ଼ି ଉଠିଥିଲା ପ୍ରେମ ସଂପର୍କ । ପ୍ରେମରୁ ସଂର୍ପକ ଆରମ୍ଭ ହୋଇ ପହଞ୍ଚିଥିଲା ଶାରୀରିକ ସଂର୍ପକରେ । ଯାହାକୁ ଗାଁ ଲୋକେ ବାରଣ କରିଥିଲେ । ଏହାସହ  ଗାଁ ଦାଣ୍ଡରେ ପ୍ରେମ ସଂର୍ପକକୁ ନେଇ ଚର୍ଚ୍ଚା ଲାଗିରହିବା ସହ ଗାଁରେ ଅଶାନ୍ତିର ମାହୋଲ ଦେଖିବାକୁ ମିଳିଥିଲା ।

ଗତ ୧୫ ତାରିଖରେ ପ୍ରେମିକ ଜିତେନ ବରୁଆ ତାଙ୍କ ପ୍ରେମିକା ଭାଉଜଙ୍କୁ ଧରି ଗାଁ ରୁ ଅନ୍ୟତ୍ର ଚାଲିଯାଇଥିଲେ । ଏନେଇ ଜିତେନ ବରୁଆଙ୍କ ପ୍ରେମିକାଙ୍କ ସ୍ବାମୀ ରାଜଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ । ରାଜଗାଙ୍ଗପୁର ପୋଲିସ ଉଭୟ ପ୍ରେମିକ ଜିତେନ ବରୁଆ  ପ୍ରେମିକା ସହ  ଜିତେନଙ୍କ ପ୍ରେମିକାଙ୍କ ସ୍ବାମୀଙ୍କ ସହ ଆପୋଷ ସମାଧାନ କରିବା ପରେ ନିଷ୍ପତି ହୋଇଥିଲା ଯେ ପ୍ରେମିକ ଦିଅର ସହ ପ୍ରେମିକା ଭାଉଜ ସ୍ବାମୀ ସ୍ତ୍ରୀ ଭାବରେ ରହିବା ସହ ପ୍ରେମିକ ଜିତେନକଙ୍କ ତିନି ସନ୍ତାନ ସହ ପ୍ରେମିକାଙ୍କ ତିନି ସନ୍ତାନଙ୍କୁ ସାଙ୍ଗରେ ରଖିବେ ଜିତେନ ।  ଥାନାରେ ସମାଧାନ ହୋଇ ନିଷ୍ପତି ହେବା ପରେ ଦିଅର ସହ ପ୍ରେମିକା ଭାଉଜ ଦୁଇ ଦିନ ତଳେ ଅର୍ଥାତ ଗତ ୧୮  ତାରିଖରେ  ପକରପଡ଼। ଗାଁକୁ ଫେରିଥିଲେ । କିନ୍ତୁ ଗାଁ ଲୋକେ ତାଙ୍କୁ ବାରଣ କରିବା ସହ ପ୍ରେମିକ ଦିଅର ସହ ପ୍ରେମିକା ଭାଉଜଙ୍କୁ ଚପଲ ମାଳ ପିନ୍ଧାଇବା ସହ ଗାଁରୁ ବାସନ୍ଦ କରିଛନ୍ତି । ଗାଁ ଲୋକେ ପ୍ରେମୀ ଯୁଗଳ ଦିଅର ଭାଉଜଙ୍କୁ ପିନ୍ଧାଇଥିବା ଚପଳ ମାଳ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

   Related Posts