କଙ୍ଗାରୁ କୋର୍ଟର ଅଜବ ନିଷ୍ପତ୍ତି, ଟଙ୍କା ଚୋରି ଅଭିଯୋଗରେ ବାପ-ପୁଅଙ୍କୁ ମାଡ଼ ସହ ବିଦ୍ୟୁତ ଚେଙ୍କ

Published By : Prameya-News7 Bureau | October 20, 2021 IST

ପଟ୍ଟାମୁଣ୍ଡାଇ ୨୦।୧୦: ନିଜ ଘରେ କାଙ୍ଗାରୁ କୋର୍ଟ । ନିଜେ ନ୍ୟାୟଧୀଶ, ନିଜେ ଅଦାଲତ ଆଉ ନିଜେ ସ୍ଥିର କଲେ ଦଣ୍ଡ । ଆଉ ଏଭଳି ଘଟଣା ପୁଣି ଜଣେ ନାବାଳକ ପୁଅ ଓ ତାର ନିଜ ବାପାଙ୍କ ଉପରେ । ଦୁଇଟି ପଞ୍ଚାୟତର ସରପଞ୍ଚ ଓ ଜଣେ ସମିତି ସଭ୍ୟଙ୍କ ସ୍ୱାମୀ ଙ୍କ ଉପସ୍ଥିତିରେ ବସିଲା କଙ୍ଗାରୁ କୋର୍ଟ । ପୁଅକୁ ମାଡ଼ ମାରିବା ସହିତ ବିଦ୍ୟୁତ ଚେଙ୍କ ଦିଆଯାଇଥିବାର ଅଭିଯୋଗ ଅାସିଛି ।  ଅନ୍ୟପଟେ ପୁଅ ହାତରେ ତାର ନିଜ ବାପାକୁ ମାଡ ମାରିବା ଭଳି ସଙ୍ଗୀନ ଘଟଣା ସାମ୍ନାକୁ ଆସିଛି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଆସିଛି ଏପରି ଏକ ଘଟଣା ।

ଖବର ଅନୁଯାୟୀ,  ବିଜୟ ନଗର ଗାଁର ଗଙ୍ଗାଧର ନାଥଙ୍କ ୧୭ ବର୍ଷର ପୁଅ ପଟ୍ଟାମୁଣ୍ଡାଇ ବ୍ଲକ ସାହୁପଡାରେ ଥିବା  ମହାଦେବ ଫିଲିଂ ଷ୍ଟେସନରେ କାମ କରୁଥିଲେ । ଗତ ୮ ତାରିଖରେ ପେଟ୍ରୋଲ ପମ୍ପରୁ ୧ ଲକ୍ଷ ୯୭ ହଜାର ଟଙ୍କା ଚୋରି ହୋଇଥିଲା । ଏହି ଟଙ୍କା ଗଙ୍ଗାଧରଙ୍କ ପୁଅ ଚୋରି କରିଛି ବୋଲି ସନ୍ଦେହ କରି ବାପ-ପୁଅଙ୍କୁ ଗତ ୧୧ ତାରିଖରେ ପେଟ୍ରୋଲ ପମ୍ପର ମାଲିକ ଅଶୋକ ପତିଙ୍କ ଘରକୁ ଅଣଯାଇଥିଲା । ବସିଥିଲା କଙ୍ଗାରୁ କୋର୍ଟ । ଏହି କୋର୍ଟରେ ଉଭୟଙ୍କୁ ମାଡ଼ ମାରିବା ସହ କରେଣ୍ଟ ଦିଆଯାଇଥିଲା ।  ଚୋରି କରିବାକୁ ମଧ୍ୟ କଙ୍ଗାରୁ କୋର୍ଟରେ ବାଧ୍ୟ କରାଯାଇଥିଲା ।

ତେବେ ସବୁଠାରୁ ବିଡ଼ମ୍ବନାର ବିଷୟ ଯେ,   ମାଡ଼ ମାରିବା ସମୟରେ ସାନ ମୋହନପୁର ପଞ୍ଚାୟତର ସରପଞ୍ଚ ରବୀନ୍ଦ୍ର ବେହେରା , ବିଜୟ ନଗର ସରପଞ୍ଚ ସୋମନାଥ ତ୍ରିପାଠୀ , ବଳିପାଳ ସରପଞ୍ଚ ପଞ୍ଚାନନ ସ୍ୱାଇଁ , ସମିତି ସଭ୍ୟାଙ୍କ ସ୍ୱାମୀ ତପନ ରାଉତ ଏବଂ  ପେଟ୍ରୋଲ ପମ୍ପର ମାଲିକଙ୍କ ଉପସ୍ଥିତିରେ ଏଭଳି ଅକଥନୀୟ ଅତ୍ୟାଚାର କରାଯାଇଥିଲା । ଗତ ୧୩ ତାରିଖ ଦିନ ପେଟ୍ରୋଲ ପମ୍ପର  ପଛ ପଟୁ ଟଙ୍କା ବ୍ୟାଗ ମିଳିବା ପରେ ଘଟଣା ଆହୁରି ଉଦ୍ବେଗଜନକ ହୋଇଥିଲା । ଭୁଲରେ ସନ୍ଦେହ କରି ମାଡ଼ ମାରିଥିବା ନାବାଳକ ପୁଅ ଓ ତାର ବାପାକୁ ଡାକି ଘଟଣା ସଂପର୍କରେ କାହାକୁ କିଛି ନକହିବା ପାଇଁ ବାଧ୍ୟ କରିଛନ୍ତି ମାଲିକ । ଅନ୍ୟପଟେ ମାଡ଼ ମାରିବା ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବା ପରେ ଘଟଣାକୁ ଗୁରୁତର ସହିତ ନେଇଛି ପଟ୍ଟାମୁଣ୍ଡାଇ ପୋଲିସ  । ଆଉ ନିଜ ଆଡୁ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ ରଖିଛି ।  ଏଯାବତ କୌଣସି ଏତଲା ଦିଆଯାଇ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.