ପୁଣି କଙ୍ଗାରୁ କୋର୍ଟର ଜଘନ୍ୟ କାଣ୍ଡ , ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ ଘଟଣାରେ ପୋଲିସରେ ମାମଲା ରୁଜୁ ନ କରିବାକୁ ପୀଡିତାଙ୍କ ପରିବାର ଉପରେ ଚାପ ପ୍ରୟୋଗ

Published By : Prameya-News7 Bureau | November 03, 2019 IST

କଳାହାଣ୍ଡି ୦୩।୧୧ -  ଗୃହ ରାଜ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ କଙ୍କାରୁ କୋର୍ଟ । ପୁଣି କଙ୍ଗାରୁ କୋର୍ଟର ଜଘନ୍ୟ କାଣ୍ଡ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳରେ ଜଣେ କଥା କହିପାରୁନଥିବା ଦିବ୍ୟାଙ୍କ ଯୁବତୀ ସାତ ମାସର ଗର୍ଭବତୀ  ହୋଇଛନ୍ତି। ପୀଡିତାଙ୍କୁ ଗାଁ ଗଉନ୍ତିଆ ପରିବାରର ଜଣେ ସଦସ୍ୟ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନ୍ୟାୟ ପାଇବା ଆଶାରେ ପୀଡ଼ିତାଙ୍କ ପରିବାର ଏବେ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ।…

{"id":178721}

ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ… କଥା କହିପାରୁ ନଥିବା ଯୁବତୀ ୭ ମାସର ଗର୍ଭବତୀ ।ଘଟଣା ପୁଣି ଘଟିଛି ଗୃହ ରାଜ୍ୟମନ୍ତ୍ରୀଙ୍କ ନିର୍ବାଚମଣ୍ଡଳୀ  ଜୁନାଗଡରେ।  ୨୫ ବର୍ଷୀୟ ଦିବ୍ୟାଙ୍ଗ ଯୁବତୀ ଜଣଙ୍କ ନିଜ ଗାଁର ଗୌନ୍ତିଆ ପରିବାରରେ ବହୁ ବର୍ଷ ଧରି କାମ କରିଆସୁଥିଲେ ।

{"id":178723}

ସରଳତାର ସୁଯୋଗ ନେଇ ଗୌନ୍ତିଆ ପରିବାରର ବିବାହିତ ପୁଅ ଅମୂଲ୍ୟ ବିଶ୍ବାଳ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ । ନିକଟରେ ଡାକ୍ତରୀ ପରୀକ୍ଷା ପରେ ଯୁବତୀ ଜଣଙ୍କ ଗର୍ଭବତୀ ଥିବା ଜଣା ପଡ଼ିଥିଲା । ଘଟଣାକୁ ନେଇ ବସିଥିଲା ଗ୍ରାମସଭା । ଯେଉଁଥିରୁ ପୀଡ଼ିତାଙ୍କୁ ନ୍ୟାୟ ତ ମିଳନଥିଲା ବରଂ ପୋଲିସରେ ମାମଲା ରୁଜୁ ନକରିବାକୁ ପୀଡିତାଙ୍କ ପରିବାର ଉପରେ ଚାପ ପ୍ରୟୋଗ କରିଥିଲେ ।…

{"id":178725}

ଗାଁରେ ନ୍ୟାୟ ପାଇବାରୁ ବଞ୍ଚିତ ହେବା ପରେ ପୀଡ଼ିତା ଓ ପରିବାର ଲୋକେ କଳାହାଣ୍ଡି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ । ସେଠାରେ ମହିଳା ସେଲ୍ ଦାୟିତ୍ବରେ ଥିବା ଆଡିସନାଲ ଏସପିଙ୍କ ନିର୍ଦ୍ଦେଶ ପରେ ଜୁନାଗଡ଼ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସେପଟେ ଅଭିଯୁକ୍ତ ପରିବାର ପ୍ରଭାବଶାଳୀ ହୋଇଥିବାରୁ ପୀଡିତାଙ୍କ ପରିବାର ଗାଁରେ ଅସୁରକ୍ଷିତ ମନେ କରୁଛନ୍ତି ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.