Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ପୂଜା ସାମଗ୍ରୀ ଚୋରି କରିବାରୁ ଦଣ୍ଡ : ଗାଁରେ ବସିଲା କଙ୍ଗାରୁକୋର୍ଟ, ବେକରେ ଚପଲ ମାଳ ସହ ମୁହଁ କଳା କରି ବୁଲାଇଲେ ଗାଁ…

15/04/2021 at 9:48 AM

ବଲାଙ୍ଗିର ୧୫।୦୪ : ଚୋରି ପାଇଁ କଙ୍ଗାରୁ କୋର୍ଟ । ତାହା ପୁଣି ପୂଜା ସାମଗ୍ରୀ ଚୋରି ଅଭିଯୋଗରେ । ଜଣେ ବୃଦ୍ଧଙ୍କୁ କଙ୍ଗାରୁକୋର୍ଟରେ ଦଣ୍ଡ ଦେବା ସହ ଗାଁର ଚପଳ ମାଳ ପକାଇ ହାତ ବାନ୍ଧି ବୁଲାଉଥିବାର ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  ଏପିରିକି ବୃଦ୍ଧଙ୍କୁ ବଦ୍‌ନାମ କରିବା ପାଇଁ ଭିଡିଓକୁ ଭାଇରାଲ କରାଯାଇଥିବା ଅଭିଯୋଗ ଆସିଛି । ଏନେଇ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ପୋଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି ।  

ଖବର ଅନୁଯାୟୀ, ବଲାଙ୍ଗୀର ବ୍ରାହ୍ମଣୀଡୁଙ୍ଗୁରୀ ଗାଂର ଦଣ୍ଡନାଚ ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଥିଲା । କୀର୍ତ୍ତନ ଛତ୍ରିଆର ଉଦ୍ୟମକ୍ରମେ ବ୍ରାହ୍ମଣୀଡୁଙ୍ଗୁରିରୁ ଦଣ୍ଡନାଚ ଆରମ୍ଭ ହୋଇ ପରବର୍ତ୍ତି ସମୟରେ ଅନ୍ୟ ଗାଁମାନଙ୍କୁ ଯାଇଥାନ୍ତା । ହେଲେ ଗତ ଚାରିରୁ ପାଞ୍ଚଦିନ ତଳେ ଦଣ୍ଡନାଚରେ ବ୍ୟବହୃତ ପୂଜା ସାମଗ୍ରୀକୁ ସେହି ଗାଁର କେହି ଜଣେ ଚୋରି କରିନେଇଥିଲା । ଏନେଇ ପଚରାଉଚୁରା କରିବାରୁ କେତେକ ପ୍ରତ୍ୟକ୍ଷଦର୍ଶୀ ସେହି ଗାଁର ବୃଦ୍ଧ ମୁରାଲ କୁଅରଙ୍କ ନାଁ ନେଇଥିଲେ । ଗତ ସୋମବାର ଦିନ କୀର୍ତ୍ତନ ଏବଂ ତାଙ୍କର କେତେକ ସହଯୋଗୀ ମୁରାଲଙ୍କୁ ପାଇବା ପରେ ତାଙ୍କୁ ଗାଳିଗୁଲଜ କରିବାରୁ ସେ କରିଥିବା ଦୋଷ ସ୍ୱୀକାର କରିଥିଲେ । ସେ ମଧ୍ୟ ନିଶାରେ ସାମଗ୍ରୀକୁ ନେଇ ଯାଇଥିବା କହିଥିଲେ ।

ଏହାପରେ କୀର୍ତ୍ତନଙ୍କ ଭାଇ ସଦାନନ୍ଦ ବୃଦ୍ଧ ମୁରାଲଙ୍କ ଉଭୟ ହାତକୁ ଦଉଡିରେ ବାନ୍ଧି ହୋଇ ବେକରେ ଚପଲ ମାଳା ପିନ୍ଧାଇ ଗାଁରେ ବୁଲାଇଥିଲେ । ପରେ ତାଙ୍କ ମୁହଁରେ ଚୂନ ପାଉଁଶ ମଧ୍ୟ ବୋଳି ଏଭଳି ତାଙ୍କୁ ଦଣ୍ଡ ଦିଆଯିବ ବୋଲି କହିଥିଲେ । ଅବଶ୍ୟ ରାସ୍ତାରେ କେତେକ ବରିଷ୍ଠ ବ୍ୟକ୍ତି ଏହାକୁ ଅମାନବୀୟ କାର୍ଯ୍ୟ କହି ଏଥିରୁ ନିବୃତ୍ତ ରହିବାକୁ କହିଥିଲେ । ହେଲେ ସେମାନେ ଶୁଣିବା ପରେ ପରିବର୍ତ୍ତେ ବୃଦ୍ଧଙ୍କ ଉପରେ ଆହୁରି ନିର୍ଯ୍ୟାତନା ଦେଇଥିଲେ । ମାଡ଼ ମାରିବା ସହ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ପରେ ସେହି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ବୋଲି ଅଭିଯୋଗ ଆସିଛି । ଏନେଇ ଖବର ପାଇବା ପରେ ସଦର ପୋଲିସ ଜଣକୁ ଥାନାରେ ଅଟକ ରଖିଛି । ସେପଟେ ବୃଦ୍ଧଙ୍କ ଝିଅ ଥାନାରେ ତାଙ୍କ ବାପାଙ୍କୁ କଙ୍ଗାରୁ କୋର୍ଟ କରି ନିର୍ଯ୍ୟାତନା ଦେଇଥିବା ଅଭିଯୋଗ କରିଛନ୍ତି । ସେପଟେ ସାମଗ୍ରୀ ଚୋରି ସମ୍ପର୍କରେ ମଧ୍ୟ ଏକ ଏତଲା ହୋଇଥିବା ଜଣାପଡିଛି ।

   Related Posts