Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ରାଜଧାନୀ ଭୁବନେଶ୍ବରରେ କଙ୍ଗାରୁ କୋର୍ଟ ; ବାଇକ୍ ଚୋରକୁ ଧରି ନିର୍ଦ୍ଧୁମ ପିଟିଛନ୍ତି ଲୋକେ

17/11/2018 at 11:01 AM

ଭୁବନେଶ୍ବର ୧୭|୧୧: ରାଜଧାନୀ ଭୁବନେଶ୍ବରରେ କଙ୍ଗାରୁ କୋର୍ଟ । ଜଣେ ବାଇକ ଚୋରକୁ ଧରି ତାକୁ ନିର୍ଦ୍ଧୁମ ପିଟିଛନ୍ତି ଲୋକେ ।  ଅଧା ଲଣ୍ଡା କରିଛନ୍ତି । ଏତିକିରେ ମନ ମାନିନାହିଁ । ନିଶକୁ ଅଧା କାଟି ରାସ୍ତାରେ ଚଳାଇ ଚଲାଇ ନେଇ ପୋଲିସର ଜିମା ଦେଇଛନ୍ତି । ରାଜଧାନୀର ପେଣ୍ଠସ୍ଥଳ ସଚ୍ଚିବାଳୟ ଏବଂ କମିସନରେଟ ପୋଲିସ କାର୍ଯ୍ୟାଳୟର ଠିକ ପଛପଟେ ଥିବା ସେଚସଦନ ଭିତରେ ଏଭଳି କାଣ୍ଡ ଘଟିଛି । ଏହି ଦୃଶ୍ୟକୁ ବହୁ ଦେଖଣାହାରି ଦେଖୁଥିଲେ ମଧ୍ୟ କେହି ଅଭିଯୁକ୍ତକୁ କେହି ଉଦ୍ଧାର କରିବାକୁ ଆଗେଇ ଆସିନଥିଲେ । ବରଂ ରାଗ ସୁଝାଇବାକୁ ଯାଇ ତା ଉପରେ ମାଡ ମାରି ଚାଲିଥିଲେ । ଏଭଳି ଭିଜୁଆଲ ସୋସିଆଲ ମିଡିଆରେ ବୁଲିବା ପରେ କମିସନରେଟ ପୋଲିସ ନିଜଆଡୁ ମାମଲା ରୁଜୁ କରିଛି । ଏବେ ପ୍ରଶ୍ନ ଉଠୁଛି ଯେଉଁମାନେ ଆଇନକୁ ହାତକୁ ନେଇଛନ୍ତି ସୋମାନଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ ।

   Related Posts