ରାଜଧାନୀରେ କଂଗାରୁ କୋର୍ଟ: ଶିକ୍ଷକଙ୍କୁ ଲଣ୍ଡାକରି ମୁହଁରେ କାଳି ବୋଳି ବୁଲାଇଲେ ଲୋକେ, ଶିକ୍ଷକଙ୍କ ପତ୍ନୀଙ୍କୁ ଉଲଗ୍ନ କରି ମାରିଲେ ମାଡ

Published By : Prameya-News7 Bureau | June 03, 2019 IST

ଭୁବନେଶ୍ବର ୩|୬: ରାଜଧାନୀରେ କଙ୍ଗାରୁ କୋର୍ଟ । ମଞ୍ଚେଶ୍ବର ଥାନା ଅଧିନ ଧିରକୁଟ ବସ୍ତିରେ ଘଟିଛି ଏହି ଘଟଣା । ଜଣେ ଘରୋଇ ଶିକ୍ଷକଙ୍କୁ କିଛି ଲୋକ ରାଜରାସ୍ତାରେ ଦଣ୍ଡ ଦେବା ଦେଖିବାକୁ ମିଳିଛି । ସେପଟେ କଙ୍ଗାରୁ କୋର୍ଟରେ ଦଣ୍ଡିତ ଶିକ୍ଷକଙ୍କ ବିରୁଦ୍ଧରେ ଅସଦାଚରଣ ଅଭିଯୋଗ । ଶିକ୍ଷକ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ମଞ୍ଚେଶ୍ବର ପୋଲିସ ।

{"id":119152}

ରାତିରେ ମାଡିବସି ଜଣେ ଘରୋଇ ଶିକ୍ଷକଙ୍କୁ ଲଣ୍ଡା କରିଥିଲେ କିଛି ବସ୍ତି ବାସିନ୍ଦା । ଶିକ୍ଷକ ଜଣକ ରାଜଧାନୀର ମଞ୍ଚେଶ୍ବର ଥାନା ଅଧିନ ଧିରକୁଟ ବସ୍ତିରେ  ନିଜ ଘରେ ବସ୍ତି ପିଲାଙ୍କୁ ଟ୍ୟୁସନ କରିଆସୁଥିଲେ । ହେଲେ ସେହି ବସ୍ତିର ମୁଣ୍ଡା ସାହିରେ ରହୁଥିବା କିଛି ଲୋକ ଶିକ୍ଷକଙ୍କ ଘରେ ଶନିବାର ରାତି ପ୍ରାୟ ୮ଟାରେ ପହଁଚି ଥାଙ୍କୁ ଘରୁ ଘୋଷାରି ଘୋଷାରି ବାହାରକୁ ନେଇ ଆସିଥିଲେ । ଶିକ୍ଷକ ଜଣଙ୍କୁ ରାସ୍ତା ଉପରେ ନିସ୍ତୁକ ମାଡ ମାରିବା ସହିତ ତାଙ୍କୁ ଲଣ୍ଡା କରି ତାଙ୍କ ମୁହଁରେ କଳା ଓ ବେକରେ ଜୋତା ମାଳ ପକାଇବସ୍ତି ସାରା ବୁଲାଇଥିଲେ । ଏହି ଘଟଣାରେ ଶିକ୍ଷକଙ୍କ ପତ୍ନୀ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଛାଡିନଥିଲେ ଏହି ଲୋକମାନେ । ଶିକ୍ଷକଙ୍କ ପତ୍ନୀଙ୍କୁ ଭିଡା ଓଟରା କରିବା ସହିତ ତାଙ୍କୁ ରାସ୍ତା ଉପରେ ଉଲଗ୍ନ କରିଥିଲେ ବୋଲି ଅଭିଯୋଗ ହୋଇଛି । ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହିତ ତାଙ୍କ ହାତ ଓ ବେକକୁ ଏକ ହାତୁଡିରେ ପିଟି ପକାଇଥିଲେ ।

{"id":119153}

ଶିକ୍ଷକଙ୍କ ସମ୍ପର୍କରେ ଆମେ ତାଙ୍କର କିଛି ଛାତ୍ରୀ ଓ ସେଠାକାର ବାସିନ୍ଦାଙ୍କ ପ୍ରତିକ୍ରିୟା ନେଇଥିଲୁ । ସମସ୍ତେ କହିଥିଲେ ସାର ଜଣେ ଅତି ଭଲଲୋକ । ସେ ଏଭଳି ଘ଼ୃଣ୍ୟ କାମ କେବେବି କରିନଥିବେ ।

{"id":119154}

ସେପଟେ ମଞ୍ଚେଶ୍ବର ଥାନା ପୋଲିସ ଦୁଇଟି କେଶ କରି ଶିକ୍ଷଙ୍କୁ ଗିରଫ କରିବା ସହିତ ତାଙ୍କ ବିରୁଦ୍ଧରେ ଅସଦାଚରଣ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରିଛି । ସେପଟେ କଙ୍ଗାରୁ କୋର୍ଟ କରି ଶିକ୍ଷକ ଓ ତାଙ୍କ ପତ୍ନୀଙ୍କୁ ମାଡ ମାରିଥିବା ଲୋକମାନଙ୍କୁ ଏବେବି ଗିରଫ କରିବାରେ ସଫଳ ହୋଇପାରିନାହିଁ କମିସନରେଟ ପୋଲିସ । ଏ ସମ୍ପର୍କେରେ ପୋଲିସର ପ୍ରତିକ୍ରୀୟା ଆମର ହସ୍ତଗତ ହୋଇପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.