Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଗାଁରେ କଂଗାରୁ କୋର୍ଟ : ଘର ଜାଳିଦେଲେ, କୂଅ ପୋତିଦେଲେ ଗାଁ ଲୋକେ… ଯାଯାବର ଭଳି ଜୀବନ କାଟୁଛନ୍ତି ଗୋଟିଏ ପରିବାର…

30/07/2019 at 10:50 AM

ଆଠମଲ୍ଲିକ ୩୦|୭: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଥାନା ମଦନପୁର ଗ୍ରାମରେ କଙ୍ଗାରୁ କୋର୍ଟ ଆଦେଶରେ ଗୋଟିଏ ପରିବାର କିପରି ଦୁର୍ଦ୍ଦଶା ଭୋଗୁଛନ୍ତି ତାର ଏକ ଚାଞ୍ଚଲ୍ୟକର ଚିତ୍ର ପଦାକୁ ଆସିଛି । ଆଠମଲ୍ଲିକ ଥାନା ମଦନପୁର ଗ୍ରାମର  ଭଗବାନ ମାହାକୁଡ । ତାଙ୍କ ଘର ନିକଟରେ ଥିବା ଜାଗାରେ ମଦନପୁର ଗ୍ରାମବାସୀ  ଏକ କୋଠଘର ତିଆରି କରିବା ପାଇଁ ଜାଗା ଛାଡିବାକୁ କହିଥିଲେ । ହେଲେ ଭଗବାନ ଜାଗା ନ ଛାଡିବାରୁ କଙ୍ଗାରୁ କୋର୍ଟ ଆଦେଶରେ ତାଙ୍କୁ ପ୍ରଥମେ  ଅଟକ ରଖାଗଲା । ପରେ ଗତ ୪ ତାରିଖରେ ମଦନପୁର ଗ୍ରାମବାସୀ ଭଗବାନ ମାହାକୁଡଙ୍କ ଘର ଜାଳି ଦେଲେ । ଘରେ ପଶି ଆସ ବାସ ଫୋପାଡି ଦେଲେ । ଏପରିକି  ସେ ବ୍ୟବହାର  କରୁଥିବା କୂଅକୁ ମଧ୍ୟ ପୋତି ଦେଲେ । ଏ ବିଷୟରେ କାହାକୁ ଜଣାଇଲେ ଜୀବନରୁ ମାରିଦେବୁ ବୋଲି ଧମକ ଦେଲେ । ଫଳରେ ଏ ବିଷୟରେ ସେ କାହାରିକୁ  ନଜଣାଇ ପୂରା ପରିବାର ଗାଁ ବାହାରେ ଯାଯାବର ଭଳି ଜୀବନ ବିତାଉଛନ୍ତି ।

ଏବେ ଏହି ପରିବାର ନ୍ୟୁଜ୍ ୭କୁ ଜଣାଇବା ପରେ ସବୁ କଥା ପଦାକୁ ଆସିଛି । ଗ୍ରାମବାସୀଙ୍କ ଭୟରେ ଭଗବାନ ମାହାକୁଡ ପରିବାର ନିଜ ଘରକୁ ଯାଇପାରୁ ନାହିଁ । ନ୍ୟୁଜ୍ ୭କୁ  ଏ ବିଷୟରେ ଜଣାଇଲା ବେଳକୁ ଭଗବାନ ମାହାକୁଡଙ୍କ ଝିଅ ଭୋ ଭୋ ହୋଇ କାନ୍ଦି ପକାଉଥାନ୍ତି ।

ଏ  ଏବିଷୟରେ  ଅଧିକ ଜାଣିବା ପାଇଁ ଆମ ପ୍ରତିନିଧି ମଦନପୁର ଗାଁକୁ ଯାଇଥିଲେ । ଗ୍ରାମବାସୀଙ୍କ କହିବା ମୁତାବକ ସେମାନେ ଭଗବାନଙ୍କ ଘର ପୋଡ଼ିନାହାନ୍ତି । ସେ ନିଜେ ଘର ପୋଡ଼ି ଗ୍ରାମବାସୀଙ୍କ ନାଁ ଦେଉଛନ୍ତି । ସେ ପରିବାରକୁ ସରକାରୀ ଜମି ଛାଡିବାକୁ କୁହାଯାଇଥିଲା । ଗାଁ ଛାଡିବାକୁ କୁହାଯାଇନାହିଁ କି ବାସନ୍ଦ ବି କରାଯାଇନାହିଁ ବୋଲି ଗାଁ ଲୋକେ କହିଛନ୍ତି । 

ଏ ବିଷୟରେ ଆଠମଲ୍ଲିକ ବିଡିଓ  ସଞ୍ଜୟକୁମାର ଅଚାାର୍ଯ୍ୟଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଏଭଳି କଙ୍ଗାରୁ କୋର୍ଟକୁ ନିନ୍ଦା କରିଛନ୍ତି ।  ଅପରପକ୍ଷରେ ମୁକୁନ୍ଦ ମାହାକୁଡ ଘର କିଏ ପୋଡ଼ିଲା, କାହିଁକି ପୋଡ଼ିଲା ଏବଂ  ମୁକୁନ୍ଦ ମାହାକୁଡ ପରିବାରକୁ ଧମକ ଦିଆଯାଇଛି କି ନାହିଁ ଏ ବିଷୟରେ ଆଠମଲ୍ଲିକ ଆଇଆଇସି କିଛି କହିବାକୁ ମନା କରିଦେଇଛନ୍ତି ।

ଗୋଟିଏ ପରିବାର ଏକ ମାସ ହେଲାଣି ନିଜ ଘରକୁ ଯାଇ ପାରୁନାହିଁ । ଏଠି ସେଠି ଜୀବନ କାଟୁଛି । ଘରକୁ ଗଲେ ଗ୍ରାମବାସୀ ଜୀବନରେ ମାରିଦେବାର ଭୟ ରହିଛି । ଏ ପରିସ୍ଥିତିରେ ଆଠମଲ୍ଲିକ ପୋଲିସ ହାତ ବାନ୍ଧି ବସିବା ନେଇ ପ୍ରଶ୍ନ ଉଠିଛି ।

   Related Posts