ବାଇକରେ ଓଭରଟେକ କରିବାରୁ ଯୁବକଙ୍କୁ କଙ୍ଗାରୁ କୋର୍ଟ
11/09/2018 at 2:11 PM

ଅନୁଗୁଳ ୧୧/୯ : ଅନୁଗୁଳ ଜାତିୟ ରାଜପଥ ବଅଁରପାଳ ଠାରେ କଂଗାରୁ କୋର୍ଟ ଦେଖିବାକୁ ମିଳିଛି । ଦୁଇଜଣ ଯୁବକ ଏକ ବାଇକରେ ଜଣକୁ ଓଭରଟେକ କରି ଅତିକ୍ରମ କରିବାରୁ ସମ୍ପୃକ୍ତ ଯୁବକ ଜଣକ ବାଇକରେ କଟ ମାରିଥିବା ଯୁବକକୁ ରାସ୍ତା କଡରେ ଅଣ୍ଠେଇ ଦେଇଛନ୍ତି । ଏହା ସହିତ ତାକୁ ଗୋଇଠା ମାରିଥିବା ଦେଖିବାକୁ ମିଳିଛି। ଏହି ଦୃଶ୍ୟ ରାସ୍ତା ଦେଇ ଯାଉଥିବା ଲୋକ ଦେଖିଥିଲେ ମଧ୍ୟ କେହି ପ୍ରତିବାଦ କରିନଥିଲେ। କାରଣ ଦଣ୍ଡ ଦେଉଥିବା ଲୋକ ମଧ୍ୟ ଜଣେ ଶାସକ ଦଳର ସଦସ୍ୟ । କିଛି ସମୟ ସେମାନେ ଆଣ୍ଠେଇବା ପରେ ବହୁ କାକୁତି ମିନତି ପରେ ତାଙ୍କୁ ଛାଡି ଦେଇଥିଲେ। ଏହି ଦୃଶ୍ୟ ଏବେ ମୋବାଇଲରେ ଭାଇରାଲ ହୋଇଛି।