କଙ୍ଗାରୁ କୋର୍ଟ ! ଅନୈତିକ ସମ୍ପର୍କ ସନ୍ଦେହରେ ପୁରୁଷ-ମହିଳାଙ୍କୁ ଚପଲ ମାଳ ପିନ୍ଧାଇ ବୁଲାଇଲେ ଗାଁ ଦାଣ୍ଡରେ

Published By : Prameya-News7 Bureau | March 12, 2021 IST

ଭଞ୍ଜନଗର ୧୨।୩: ଗଞ୍ଜାମ ଜିଲ୍ଲାରେ କଙ୍ଗାରୁ କୋର୍ଟ । ଜଣେ ବ୍ୟକ୍ତି ଓ ଜଣେ ମହିଳାଙ୍କୁ ଚପଲ ମାଳ ପିନ୍ଧାଇ ବୁଲାଇଲେ ଗାଁ ଦାଣ୍ଡରେ । ଏବେ ଏହାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅନ୍ତର୍ଗତ ସରାବାଡି ପଞ୍ଚାୟତର କାଳିଆ ପଲ୍ଲୀ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମହିଳା ଦିବସ ଅବସରରେ ଗ୍ରାମର କିଛି ଯୁବକ ଗ୍ରାମର ଜଣେ ବିବାହିତ ପୁରୁଷ ଏବଂ ଅନ୍ୟ ଜଣେ ବିବାହିତା ମହିଳାଙ୍କ ଗଳାରେ ଚପଲ ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇବା ନେଇ ଅଭିଯୋଗ ହୋଇଛି । ଉଭୟଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ଏଭଳି କରିଥିବା ଅଭିଯୋଗ ହୋଇଛି ।

ଏବେ ଏହି ଘଟଣାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ବଡଗଡ ପୋଲିସ ଖବର ପାଇ ୫ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି । ପୀଡିତା ମହିଳାଙ୍କ ୪ଟି ସନ୍ତାନ ସନ୍ତତି ଥିବାବେଳେ ପୁରୁଷଙ୍କର ଦୁଇଟି ସନ୍ତାନ ଅଛନ୍ତି । ଘଟଣା ପରେ ଅପମାନ ସହି ନପାରି ମହିଳା ଜଣଙ୍କ କେଉଁଆଡେ ଚାଲି ଯାଇଥିବା ଝିଅର ବାପା ଅଭିଯୋଗ କରିଛନ୍ତି ଏବଂ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.