ପୁଣି କଙ୍ଗାରୁ କୋର୍ଟ : ଯୁବକକୁ ନିସ୍ତୁକ ମାଡ ମାରିଲେ, ଲଣ୍ଡା କରି ଗାଁରେ ବୁଲାଇଲେ

Published By : Prameya-News7 Bureau | September 02, 2020 IST

ଅନୁଗୋଳ ୨।୯: ଅନୁଗୋଳ ବସଲାସାହିରେ କାଙ୍ଗାରୁ କୋର୍ଟ । ଯୁବକକୁ ନିସ୍ତୁକ ମାଡ । ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇଲେ । ଜଣେ ଯୁବକଙ୍କୁ ପାଇପ୍ ଚୋରି ଅଭିଯୋଗରେ ନିସ୍ତୁକ ମାଡ ମାରିବା ସହ ଲଣ୍ଡା କରି ଗାଁ ଦାଣ୍ଡରେ ଆଣ୍ଠେଇବା ଭଳି ଘଟଣା ଦେଖିବାକୁ ମିଳିଛି ।

ଗାଁର କିଛି ଯୁବଗୋଷ୍ଠୀ ଏଭଳି କାଣ୍ଡ ଘଟାଇଛନ୍ତି । ବସଲା ସାହିର ପ୍ରକାଶ ସାହୁ ନାଲକୋ ସିପିପି ଛକରେ ଏକ ଟ୍ରକରେ ହେଲପର ଭାବେ କାମରେ ଥିଲେ । ତାଙ୍କୁ ୨ ଜଣ ଯୁବକ ଗାଡିରୁ ଉଠାଇ ନେଇ କେଉଁ ଅଜଣା ଜାଗାରେ ପ୍ରବଳ ମାଡ ମାରିବା ସହ ଗାଁ ସାରା ଲଣ୍ଡା କରି ପ୍ରବଳ ମାଡମାରି ବୁଲାଇଛନ୍ତି।

ପରେ ସେ ଗାଁ ଦାଣ୍ଡରେ ବେହୋସ ହେବାପରେ ନାଲକୋ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଛି । ଯୁବକଙ୍କୁ ନାଲକୋ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଛି । ମାଡ ମାରିଥିବା ଯୁବକମାନେ ଫେରାର ଅଛନ୍ତି । ପୋଲିସ ସେମାନଙ୍କୁ ଖୋଜୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.