ନିରୁପମାଙ୍କୁ ନିଆଁ ପାଣି ବାସନ୍ଦ : ନା ମାନେ ନା

Published By : Prameya-News7 Bureau | July 28, 2018 IST

ଗାଁ ମନ୍ଦିରରେ ମାଇକ ବଜାଇବାକୁ ବାରଣ କରି ଏକ ଘରିକିଆ ଦଣ୍ଡ ଭୋଗୁଛନ୍ତି ନଶିପୁର ଗାଁର ନିରୁପମା ଦାସ | ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବଡମୁଳବସ’ ପଚଂ।ୟତ ନଶୀପୁର ଗାଁରେ । ଏହି ଗାଁର କଙ୍ଗାରୁ କୋର୍ଟର ନିଷ୍ପତ୍ତି ଅନୁଯାୟୀ ଦଣ୍ଡ ଭୋଗୁଛନ୍ତି ନିରୁପମା । ନିରୁପମାଙ୍କ ସ୍ୱାମୀ ଦିର୍ଘ ୪ ବର୍ଷହେବ ଦାଦନ ଖଟିବାକୁ ବିଦେଶକୁ ଯାଇଛନ୍ତି । ନିରୁପମା ନିଜ ପିଲାଙ୍କୁ ସାଥିରେ ନେଇ ଏକାକି ଗାଁରେ ରହିଆସୁଛନ୍ତି । ନିଜେ ଜଣେ ହୃଦ ରୋଗୀ ହୋଇଥିବାରୁ ନିଜ ଘର ପାଖରୁ ପ୍ରାୟ ୫୦୦ ମିଟର ଦୁରରେ ଥିବା ମନ୍ଦିରରେ ପ୍ରତିଦିନ ସଖାଳେ ଓ ସଂନ୍ଧ୍ୟାରେ ଉଚ୍ଚ ସ୍ୱରରେ ମାଇକ ବାଜିବା ଯୋଗୁଁ ନିରୁପମାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି | ତେବେ ଉଚ୍ଚ ସ୍ବରରେ ମାଇକ ନବଜାଇବାକୁ ଅନୁରୋଧ କରିବା ସତ୍ୱେ କେହି ଏକଥା କର୍ଣପାତ ନକରିବାରୁ ବାଧ୍ୟ ହୋଇ ନିରୁପମା ଥାନାର ଆଶ୍ରୟ ନେଇଥିଲେ । ତେବେ ଏହି କଥାକୁ କେନ୍ଦ୍ରକରି ଆରମ୍ଭ ହୋଇଥିଲା ବିବାଦ । ତେବେ ଗାଁର କିଛି ମୁଷ୍ଟିମେୟ ବ୍ୟକ୍ତି ନିରୁପମାଙ୍କୁ ଦୁବ୍ୟବହାର କରିବା ସହିତ ମାଇକ ବନ୍ଦ ହେବ ନାହିଁ ଓ ପୂର୍ବ ପରି ମାଇକ ବାଜିବ ବୋଲି ଅଡି ବସିଥିଲେ । ତେବେ ଏହି ଘଟଣାର ବାରମ୍ବାର ପ୍ରତିବାଦ କରିବା ଯୋଗୁଁ ଶେଷରେ ଗାଁରେ କଙ୍ଗାରୁ କୋର୍ଟ ବସି ନିରୁପମାଙ୍କ ବିରୁଦ୍ଧରେ ଓ ସଜା ଘୋଷଣା କରାଯାଇଥିଲା। କଙ୍ଗାରୁକୋର୍ଟର ନିଷ୍ପତି ଅନୁଯାୟୀ ନିରୁପମାଙ୍କୁ ଏକ ଘରକିଆ କରାଯିବା ସହିତ ଦେବାଳୟ ଓ ନିଆଁ ପାଣି ବାଛନ୍ଦ କରାଯାଇଛି | ତେବେ କଙ୍ଗାରୁ କୋର୍ଟର ଏହି ନିଷ୍ପତିକୁ ବେଆଇନ ଅଗଣତାନ୍ତ୍ରିତ କହିବା ସହିତ ସିଭିଲ କୋର୍ଟ ଲିଗାଲ ତାଲୁକରେ ଅପିଲ କରିବା ସହିତ ପ୍ରଶାସନ ପାଖରୁ ନ୍ୟାୟ ଭିକ୍ଷା କରିଛନ୍ତି ନିରୁପମା | ତେବେ ଏନେଇ ତହସିଲଦାର କହିଛନ୍ତି ଯେ, ସର୍ବ ସାଧାରଣ ଜାଗାକୁ କାହାକୁ ବାରଣ କରିବା ସାମ୍ବିଧାନିକ ନିୟମ ଅନୁଶାରେ ଦଣ୍ଡନୀୟ ଅପରାଧ ତେଣୁ ଏହାଉପରେ ଦୃଢ କାର୍ଯ୍ୟ।ନୁଷ୍ଠାନ ନିଆଯିବ | ଅନ୍ୟପଟେ ପଟ୍ଟାମୁଣ୍ଡାଇ ଥାନାଅଧିକାରୀ କହିଛନ୍ତି ତଦନ୍ତ ଚାଲିଛି ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.