ଅଷ୍ଟ୍ରେଲିଆ ଖେଳାଳିଙ୍କ ବଦାନ୍ୟତା, ହସ୍ପିଟାଲକୁ ଅକ୍ସିଜେନ ଯୋଗାଣ ପାଇଁ ପିଏମ କେୟାର୍ସ ଫଣ୍ଡରେ ଦାନ କଲେ ଏତେ ଲକ୍ଷ ଟଙ୍କା

Published By : Prameya-News7 Bureau | April 26, 2021 IST

ନୂଆଦିଲ୍ଲୀ ୨୬।୦୪: ଭାରତର ଅନେକ ସହରର ହସ୍ପିଟାଲଗୁଡିକରେ ଅକ୍ସିଜେନ୍‌ ଅଭାବ କାରଣରୁ ସ୍ଥିତି ଜଟିଳ ରହିଛି।  ଏହି ସଙ୍କଟ ସମୟରେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପାଟ୍ କମିନ୍ସ। ହସ୍ପିଟାଲକୁ ଅକ୍ସିଜେନ୍ ଯୋଗାଣ ପାଇଁ କମିନ୍ସ ପ୍ରାୟ ୩୭ ଲକ୍ଷ ଟଙ୍କାର ସାହାଯ୍ୟ ଘୋଷଣା କରିଛନ୍ତି। ସେ ଗରିବ ଲୋକଙ୍କ ସାହାଯ୍ୟ ପାଇଁ ପିଏମ କେୟାର୍ସ ଫଣ୍ଡରେ ୫୦ ହଜାର ଡଲାର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଟୁଇଟ୍‌ରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ, ଭାରତ ଏକ ଏମିତି ଦେଶ ଯେଉଁଠି ଗତ କିଛି ବର୍ଷ ହେବ ମୋତେ ବହୁତ ଭଲ ପାଇବା ମିଳିଛି। ଏଠାକାର ଲୋକେ ବହୁତ ଭଲ ଏବଂ ସପୋର୍ଟିଂ।

କମିନ୍ସ କହିଛନ୍ତି, ଭାରତ ଗତ କିଛି ସମୟ ହେବ କରୋନା ଭାଇରସ୍‌ ସହ ସଂଘର୍ଷ ଜାରି ରଖିଛି। ଦ୍ଵିତୀୟ ଲହରରେ ସ୍ଥିତି ବହୁତ ବିଗିଡି ଯାଇଛି। ଏଥିରେ ପୂରା ଦେଶର ହସ୍ପିଟାଲଗୁଡିକରେ ଅକ୍ସିଜେନର ଘୋର ଅଭାବ ଦେଖିବାକୁ ମିଳିଛି। ଏମିତି ସମୟରେ ଜଣେ ଖେଳାଳି ହୋଇଥିବା ଯୋଗୁଁ ମୁଁ ପିଏମ କେୟାର୍ସ ଫଣ୍ଡରେ ୫୦ ହଜାର ୟୁଏସ୍ ଡଲାର(ପ୍ରାୟ ୩୭ ଲକ୍ଷ ଟଙ୍କା) ସହାୟତା ରାଶି ଦାନ କରିଛନ୍ତି।

wp:html /wp:html

ସେ କହିଛନ୍ତି, ମୁଁ ମୋର ସାଥୀ ଖେଳାଳିଙ୍କୁ ଅନୁରୋଧ କରୁଛି ଯେ, ଏମିତି ସଙ୍କଟ ସମୟରେ ସେମାନେ ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସନ୍ତୁ।  ସଂପ୍ରତି ପ୍ରତିଟି ବ୍ୟକ୍ତି ନିଜକୁ ଅସହାୟ ମନେ କରୁଛନ୍ତି। ବୋଧହୁଏ ମୋ ଦ୍ଵାର ମଧ୍ୟ ବିଳମ୍ବ ହୋଇଛି। ତଥାପି ଆମେ ସ୍ଥିତିର ମୁକାବିଲା ପାଇଁ ପ୍ରୟାସ ଜାରି ରଖିବା। ସେ ଲେଖିଛନ୍ତି, ହୋଇପାରେ ମୋର ଏହି ସାହାଯ୍ୟ ବଡ ହୋଇନପାରେ, ତଥାପି ଏଥିରେ କୌଣସି  ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସିପାରେ।

ସୂଚନାଯୋଗ୍ୟ, ଭାରତରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ଅଷ୍ଟ୍ରେଲିଆ ଖେଳାଳି ଚଳିତ ଆଇପିଏଲ୍‌ରୁ ଓହରିବାରେ ଲାଗିଛନ୍ତି। ଏଥିରେ ଆଣ୍ଡ୍ର୍ୟୁ ଟାଇ, ଆଡମ ଜାମ୍ପା ଓ କେନ ରିରଚାର୍ଡସନଙ୍କ ପରି ଖେଳାଳି ସାମିଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.