ଟଙ୍କା ପାଇଁ କଙ୍ଗାରୁ କୋର୍ଟ : ଧାର ଟଙ୍କା ଫେରସ୍ତ କରିନପାରିବାରୁ ମହିଳାଙ୍କ ଚୁଟି କାଟିଲେ, ମୁହଁର ବୋଳିଲେ କାଳି

Published By : Prameya-News7 Bureau | September 21, 2021 IST

ପଟ୍ଟାମୁଣ୍ଡାଇ ୨୧।୦୯:  ଟଙ୍କା ପାଇଁ କଙ୍ଗାରୁ କୋର୍ଟ । ଏ ଦୃଶ୍ୟ ହିଁ ବୟାନ କରୁଛି ଆମେ କେତେ ଶିକ୍ଷିତ ଆଉ ସଚେତନ । ଏ କେଉଁ ଦୁର୍ଗମ ପାହାଡିଆ ଆଦିବାସୀ ଅଞ୍ଚଳ ନୁହେଁ ବରଂ ଏ ହେଉଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର । ଘଟଣାଟି ହେଉଛି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବେଲତଳ ହାଡିସାହି ଅଞ୍ଚଳର ଦୃଶ୍ୟ ।

ଖବର ଅନୁଯାୟୀ, ଜଣେ ମହିଳା କିଛି ଲୋକଙ୍କ ଠାରୁ ଟଙ୍କା ଉଦ୍ଧାର ନେଇଥିଲେ । ତେବେ ପରବର୍ତୀ ସମୟରେ ମହିଳା ଜଣଙ୍କ ଟଙ୍କା ଦେଇ ନପାରିବାରୁ ତାଙ୍କର ଏପରି ଅବସ୍ଥା କରୁଛନ୍ତି ଉଦ୍ଧାର ଦେଇଥିବା ଲୋକେ । ଟଙ୍କା ନେଇଥିବା ମହିଳା ଜଣଙ୍କ ଯେପରି ସବୁ ଜୁଲମ ସହି ଯାଉଛନ୍ତି । ଏଭଳି ଘଟଣା ଆମ ସଭ୍ୟ ସମାଜ ପାଇଁ ନିନ୍ଦନୀୟ ନୁହେଁ କି । ନିଜର ଅସହାୟର କାହାଣୀ କହୁଥିଲେ ବି ଯେପରି ସବୁ କିଛି ଭୁଲି ଯାଇଛନ୍ତି ଏହି ମହିଳା ମାନେ । ଏ ଦୃଶ୍ୟକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଟଙ୍କା ବି କୌଣସି ବଡ଼ ଧରଣର ବା ମୋଟା ଅଙ୍କର ନୁହେଁ । ସମାନ୍ୟ କିଛି ଟଙ୍କା ପାଇଁ ଏଭଳି ଅବସ୍ଥାର ଶିକାର ହୋଇଛନ୍ତି ଏହି ମହିଳା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.