ଉଦୟପୁରରେ ଧୁମଧାମରେ ହେଲା କଙ୍ଗନାଙ୍କ ଭାଇ ଅକ୍ଷତଙ୍କ ବିବାହ : ରାଜସ୍ଥାନୀ ଲୋକଗୀତର ତାଳେତାଳେ ଝୁମିଲେ ଅଭିନେତ୍ରୀ

Published By : Prameya-News7 Bureau | November 12, 2020 IST

ମୁମ୍ବାଇ ୧୨/୧୧: କଙ୍ଗନା ରନୌତଙ୍କ ଭାଇ ଅକ୍ଷତ ରିତୁ ସାଙ୍ଗଓ୍ବାନଙ୍କୁ ବିବାହ କରିଛନ୍ତି। ଉଦୟପୁରର ଲୀଳା ପ୍ୟାଲେସରେ ହୋଇଥିବା ଏହି ବିବାହର ଫଟୋ କଙ୍ଗନା ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି,‘ପ୍ରିୟ ବନ୍ଧୁଗଣ,ତାଙ୍କ ଭାଇ ଅକ୍ଷତ ଏବଂ ବୋହୂ ରିତୁଙ୍କୁ ଆଶୀର୍ବାଦ ଦିଅନ୍ତୁ।’ବିବାହର ଥିମ୍ ରଜଓ୍ବାଡ଼ା ରଖାଯାଇଥିଲା।

wp:core-embed/twitter {"url":"https://twitter.com/KanganaTeam/status/1326759567254941696","type":"rich","providerNameSlug":"twitter","className":""}
https://twitter.com/KanganaTeam/status/1326759567254941696
/wp:core-embed/twitter

କଙ୍ଗନା ରନୌତ ଏହା ପୂର୍ବରୁ ସୋସିଆଲ୍ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ,ଯେଉଁଥିରେ ସେ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ରାଜସ୍ଥାନୀ ଲୋକଗୀତରେ ଝୁମି ଝୁମି ଡାନ୍ସ କରୁଥିବା ନଜର ଆସିଛନ୍ତି। କଙ୍ଗନା ଭିଡିଓର କ୍ୟାପସନରେ ଏହି ଇଭେଣ୍ଟକୁ ନିଜ ପରିବାର ପାଇଁ ବଡ଼ ଦିନ କହିଥିବାବେଳେ ଜାମିନରେ ମୁକୁଳିଥିବା ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କ ସ୍ବାଗତ କରିଛନ୍ତି।

wp:core-embed/twitter {"url":"https://twitter.com/KanganaTeam/status/1326516071336009728","type":"rich","providerNameSlug":"twitter","className":""}
https://twitter.com/KanganaTeam/status/1326516071336009728
/wp:core-embed/twitter

କଙ୍ଗନା ମେହେନ୍ଦୀ ସେରେମନିର କିଛି ଫଟୋ ମଧ୍ୟ ସେୟାର କରିଥିଲେ ଯେଉଁଥିରେ ଗୋଟିଏରେ ଅକ୍ଷତ ନିଜ ହାତରେ ଲାଗିଥିବା ମେହେନ୍ଦୀ ଦେଖାଉଥିବା ନଜର ଆସିଛନ୍ତି। କଙ୍ଗନା କ୍ୟାପସନରେ ଲେଖିଥିଲେ ଯେ ମୋ ଭୋଲୁର ହାତରେ ଛୋଟ ଆକାଶଗଙ୍ଗା ମୋ ଦ୍ବାରା ଅଙ୍କା ହୋଇଛି।

wp:core-embed/twitter {"url":"https://twitter.com/KanganaTeam/status/1326483208116953093?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1326483208116953093%7Ctwgr%5Eshare_3\u0026ref_url=https%3A%2F%2Fwww.bhaskar.com%2F","type":"rich","providerNameSlug":"twitter","className":""}
https://twitter.com/KanganaTeam/status/1326483208116953093?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1326483208116953093%7Ctwgr%5Eshare_3&ref_url=https%3A%2F%2Fwww.bhaskar.com%2F
/wp:core-embed/twitter

ବିବାହ ପାଇଁ ରନୌତ ଏବଂ ସାଙ୍ଗଓ୍ବାନ ପରିବାର ନଭେମ୍ବର ୧୦ତାରିଖରେ ଉଦୟପୁର ପହଞ୍ଚି ଯାଇଥିଲା। ଏଠାରେ ଡିନର ପରେ ସମସ୍ତେ ପ୍ୟାଲେସ୍ ଆଖପାଖରେ ବୋଟିଂକୁ ଉପଭୋଗ କରିଥିଲେ। ନଭେମ୍ବର ୧୧ତାରିଖରେ ଅକ୍ଷତ ଏବଂ ରିତୁଙ୍କ ହଳଦୀ,ମେହେନ୍ଦୀ ଏବଂ ସଙ୍ଗୀତ ହୋଇଥିଲା।

wp:core-embed/twitter {"url":"https://twitter.com/KanganaTeam/status/1326759982646218752","type":"rich","providerNameSlug":"twitter","className":""}
https://twitter.com/KanganaTeam/status/1326759982646218752
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.