ଭାରତ ବନ୍ଦକୁ ବିରୋଧ କଲେ କଙ୍ଗନା : କହିଲେ ‘ଚାଷୀଙ୍କୁ ପଥଭ୍ରଷ୍ଟ କରୁଛନ୍ତି ଦିଲଜିତ-ପ୍ରିୟଙ୍କା’

Published By : Prameya-News7 Bureau | December 11, 2020 IST

ମୁମ୍ବାଇ ୧୧/୧୨: ଅଭିନେତ୍ରୀ କଙ୍ଗନା ରଣୌତ ଏବେ ଚାଷୀ ଆନ୍ଦୋଳନକୁ ନେଇ ଅନେକ ଟ୍ବିଟ୍ କରୁଛନ୍ତି। କଙ୍ଗନାଙ୍କ ଷ୍ଟାଣ୍ଡ ଲଗାତାର ସରକାରଙ୍କ ଆଡ଼କୁ ନରମ ଏବଂ ବିରୋଧ କରୁଥିବା ଚାଷୀଙ୍କ ଆଡ଼କୁ କଡ଼ା ରହିଛି। ଏବେ କଙ୍ଗନା ପୁଣି ଥରେ ଦିଲଜିତ ଦୋସାଞ୍ଝଙ୍କୁ ଟ୍ବିଟରରେ ଟାର୍ଗେଟ୍ କରିବାକୁ ଉଦ୍ୟମ କରିଛନ୍ତି। ଏହା ପୂର୍ବରୁ ଚାଷୀ ଆନ୍ଦୋଳନରେ ଏକ ଫେକ୍ ଟ୍ବିଟକୁ ନେଇ କଙ୍ଗନା ଏବଂ ଦିଲଜିତଙ୍କ ମଧ୍ୟରେ ବିବାଦ ହୋଇ ସାରିଛି।

କେବଳ ଏତିକି ନୁହେଁ ଏଥର କଙ୍ଗନାଙ୍କ ଟାର୍ଗେଟରେ ପ୍ରିୟଙ୍କା ଚୋପ୍ରା ମଧ୍ୟ ଅଛନ୍ତି। ଟ୍ବିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ବିଟରୁ ସେ ଦିଲଜିତ ଏବଂ ପ୍ରିୟଙ୍କାଙ୍କୁ ଚାଷୀ ବିଲ୍ ବୁଝାଇବାକୁ ମଧ୍ୟ ଉଦ୍ୟମ କରିଥିଲେ।

wp:embed {"url":"https://twitter.com/KanganaTeam/status/1337219490308714496","type":"rich","providerNameSlug":"twitter","responsive":true,"className":""}
https://twitter.com/KanganaTeam/status/1337219490308714496
/wp:embed

କଙ୍ଗନା ଟ୍ବିଟ୍ କରି ଲେଖିଥିଲେ ଯେ- ‘ପ୍ରିୟ ଦିଲଜିତ ଦୋସାଞ୍ଝ ଏବଂ ପ୍ରିୟଙ୍କା ଚୋପ୍ରା ଯଦି ସତରେ ଚାଷୀଙ୍କ ଚିନ୍ତା ହେଉଛି ,ଯଦି ସତରେ ମାଆଙ୍କ ଆଦର ଏବଂ ସମ୍ମାନ କରୁଛନ୍ତି ତେବେ ଶୁଣି ତ ନିଅନ୍ତୁ ପ୍ରକୃତରେ ଚାଷୀ ବିଲ୍ କ’ଣ? ନା କେବଳ ନିଜ ମା,ଭଉଣୀ ଏବଂ ଚାଷୀଙ୍କୁ ବ୍ୟବହାର କରି ଦେଶଦ୍ରୋହୀଙ୍କ ଗୁଡ ବୁକ୍ସରେ ଆସିବାକୁ ଚାହୁଁଛନ୍ତି? ବାଃ ରେ ଦୁନିଆ ବାଃ।’

wp:embed {"url":"https://twitter.com/KanganaTeam/status/1337220446274551809","type":"rich","providerNameSlug":"twitter","responsive":true,"className":""}
https://twitter.com/KanganaTeam/status/1337220446274551809
/wp:embed

ଏହା ବ୍ୟତୀତ କଙ୍ଗନା ଜଣେ ୟୁଜରଙ୍କ ଟ୍ବିଟକୁ ମଧ୍ୟ ରିଟ୍ବିଟ୍ କରିଛନ୍ତି। ଏହି ସେୟାରର ଟ୍ବିଟରେ ୟୁଜର ଦିଲଜିତ ଦୋସାଞ୍ଝ ଏବଂ ଆମି ଓ୍ବିର୍କଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି ଯେ କମ୍ୟୁନିଷ୍ଟସ୍ ଆମ ମାଆ ଏବଂ ଭଉଣୀଙ୍କ ରାଜନୀତିକ ହିତ ପାଇଁ ଶୋଷଣ କରୁଛନ୍ତି। ଏହି ଲୋକ ଯେଉଁମାନେ ପୋଷ୍ଟର ପାଇଁ ଅଛନ୍ତି ଏମାନଙ୍କ ମଧ୍ୟରୁ ଅନେକ ଲୋକ ଆତଙ୍କବାଦ ଅଭି​‌ଯୋଗରେ ଗିରଫ ହୋଇଛନ୍ତି। ଏହା ଚାଷୀ ବିଲ୍ ସହ ଜଡ଼ିତ ନୁହେଁ। କ’ଣ ଏମାନଙ୍କ ବିରୁଦ୍ଧରେ ଆପଣ କହିବେ? ନା,କାରଣ ଆପଣ ମଧ୍ୟ ଏହି ସମସ୍ୟାର ଅଂଶ। ଏହାର ଉତ୍ତରରେ କଙ୍ଗନା କହିଛନ୍ତି ଯେ- ସମସ୍ୟା କେବଳ ଏମାନେ ନୁହଁନ୍ତି ଯେଉଁମାନେ ଏମାନଙ୍କର ସମର୍ଥନ କରୁଛନ୍ତି ଏବଂ ଚାଷୀ ବିଲର ବିରୋଧ କରୁଛନ୍ତି ସେମାନେ ମଧ୍ୟ ଏଥିପାଇଁ ଦାୟୀ। ଏମାନଙ୍କୁ ଭଲଭାବେ ଜଣା ଯେ ଏହି ବିଲ୍ ଚାଷୀଙ୍କ ପାଇଁ କେତେ ଜରୁରୀ ତଥାପି ଏମାନେ ନିଜ ଫାଇଦା ପାଇଁ ନିରୀହ ଚାଷୀଙ୍କୁ ହିଂସା,ଘୃଣା ଏବଂ ଭାରତ ବନ୍ଦ ପାଇଁ ଉସୁକାଉଛନ୍ତି।

ଏହା ବ୍ୟତୀତ କଙ୍ଗନା ଆଉ ଏକ ଟ୍ବିଟରେ ଲେଖିଛନ୍ତି ଯେ,‘ ଚାଷୀଙ୍କୁ ଆନ୍ଦୋଳନ ପାଇଁ ଉସୁକାଇବା ପାଇଁ ଲେଫ୍ଟ ମିଡିଆ ଦିଲଜିତ ଦୋସାଞ୍ଝ ଏବଂ ପ୍ରିୟଙ୍କା ଚୋପ୍ରା ଭଳି ଲୋକଙ୍କୁ ପ୍ରଶଂସା କରିବ,ପ୍ରୋ ଇସଲାମିଷ୍ଟ ଏବଂ ଭାରତ ବିରୋଧୀ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ବ୍ରାଣ୍ଡ ତାଙ୍କ ପାଇଁ ଅଫରର ଲାଇନ ଲଗାଇ ଦେବ। ସମସ୍ୟା ହେଉଛି ଏହା ​‌ଯେ ପୂରା ବ୍ୟବସ୍ଥା ଏଭଳି ହୋଇଛି ଭାରତ ବିରୋଧୀ ଦୁର୍ନୀତି ବ୍ୟବସ୍ଥା ବିରୋଧରେ ବହୁତ କମ୍ ଲୋକ ଅଛନ୍ତି। ତାଙ୍କୁ ଭରସା ରହିଛି ଯେ ଭଲ ଏବଂ ଖରାପ ମଧ୍ୟରେ ପ୍ରତ୍ୟେକ ଯୁଦ୍ଧରେ ଯାଦୁ ହେବ,ଖରାପ ଏବେ ସଶକ୍ତ ହୋଇଯାଇଛି। ଜୟ ଶ୍ରୀ ରାମ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.