ଉଦ୍ଧବ ଠାକରେଙ୍କୁ କଙ୍ଗନାଙ୍କ ଆକ୍ଷେପ: ଟ୍ୱିଟ୍ କରି କହିଲେ ମହାରାଷ୍ଟ୍ରରେ ଲକଡାଉନ୍ ଏହିଭଳି...

Published By : Prameya-News7 Bureau | April 16, 2021 IST

ମୁମ୍ବାଇ ୧୬/୦୪ : ବଲିଉଡର ପଙ୍ଗା ଗାର୍ଲ କଙ୍ଗନା ରଣାୱତ ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ୍। ୨୦୨୦ରେ କଙ୍ଗନା ଓ ମହାରାଷ୍ଟ୍ର ସରକାରନ ମଧ୍ୟରେ ଖୁବ ବୟାନବାଜି ହୋଇଥିଲା। ସମ୍ପର୍କ ଏତେ ଖରାପ ହୋଇଯାଇଥିଲା ଯେ ମହାରାଷ୍ଟ୍ର ସରକାରଙ୍କ ଇସାରାରେ କଙ୍ଗନାଙ୍କ ମୁମ୍ବାଇ ସ୍ଥିତ ଅଫିସରେ ଭଙ୍ଗାରୁଜା କରାଯାଇଥିଲା। ଏହାପରେ କଙ୍ଗନା ସୋସିଆଲ ମିଡ଼ିଆରେ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଥିଲେ ଓ ଅନେକ ମନ୍ତବ୍ୟ ଦେଇଥିଲେ। ବର୍ତ୍ତମାନ କଙ୍ଗନା ପୁଣି ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ମାମଲାରେ ମହାରାଷ୍ଟ୍ର ସରକାରଙ୍କ ୧୫ ଦିନିଆ ଲକଡାଉନକୁ ଟାର୍ଗେଟ କରି ପ୍ରହସନ ବୋଲି କହିଛନ୍ତି।

କିଛି ସମୟ ପୂର୍ବରୁ କଙ୍ଗନା ଟ୍ୱିଟରରେ ଏକ ଫଟୋ ସେୟାର କରିଛନ୍ତି। ସେ ଏକ ଶେଡର ଫଟୋ ସେୟାର କରିଛନ୍ତି ଯାହା ସବୁଆଡୁ ଖୋଲା ଅଛି ଓ ସାମ୍ନାକୁ ଲକ ହୋଇଛି। ଫଟୋରେ ଲେଖାହୋଇଛି-'ମହାରାଷ୍ଟ୍ରର ଲକଡାଉନ ବି ଏହିଭଳି'କଙ୍ଗନାଙ୍କ ଏହି ଫଟୋ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେଉଛି।

wp:embed {"url":"https://twitter.com/KanganaTeam/status/1382893168476114949","type":"rich","providerNameSlug":"twitter","responsive":true,"className":""}
https://twitter.com/KanganaTeam/status/1382893168476114949
/wp:embed

ମହାରାଷ୍ଟ୍ରରେ ସଂକ୍ରମଣ ଲଗାତାର ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ୧୫ ଦିନିଆ ଲକଡାଉନ ଘୋଷଣା କରିଛନ୍ତି। ଲକଡାଉନର ମିଶ୍ରିତ ଫଳାଫଳ ଦେଖିବାକୁ ମିଳିଛି। ରାସ୍ତାରେ ଯାନବାହାନ ଯିବାଆସିବା କମିଯାଇଛି କିନ୍ତୁ ପରିବା ମଣ୍ଡିରେ ଲୋକଙ୍କ ଭିଡ ନଜର ଆସିଛି। ମହାରାଷ୍ଟ୍ରରେ ସିନେମାହଲ, ଥିଏଟର, ଅଡିଟୋରିୟମ, ମନୋରଞ୍ଜନ ପାର୍କ, ଜିମ, ଖେଳ ପଡିଆ ଆଦି ବନ୍ଦ ରହିଛି। ଫିଲ୍ମ, ସିରିଏଲ, ବିଜ୍ଞାପନ ସୁଟିଂ ମଧ୍ୟ କରାଯାଇଛି। ସବୁ ଦୋକାନ, ସପିଙ୍ଗ ସେଣ୍ଟର, ମଲ ଆଦି ୧୪ ତାରିଖ ସନ୍ଧ୍ୟା ୭ଟା ରୁ ମେ ୧ ତାରିଖ ଯାଏଁ ବନ୍ଦ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.