କଙ୍ଗନା କହିଲେ ଶିବସେନା ହେଉଛି ସୋନିଆ ସେନା, ଉଦ୍ଧବ ଠାକରେ ବଂଶବାଦର ନମୁନା

Published By : Prameya-News7 Bureau | September 10, 2020 IST

ମୁମ୍ବାଇ ୧୦/୦୯: ବିଏମସି ଗତକାଲି ବଲିଉଡ୍ ଅଭିନେତ୍ରୀ କଙ୍ଗନାଙ୍କ ରଣାଓ୍ବତଙ୍କ ମୁମ୍ବାଇ ପାଲି ହିଲ ସ୍ଥିତ ଅଫିସରେ ବୁଲଡୋଜର ଚଲାଇ ଥିଲା। ବିଏମସିର ଏଭଳି କାର୍ଯ୍ୟାନୁଷ୍ଠାନ ପରେ କଙ୍ଗନା କ୍ରମାଗତ ଶିବସେନା ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରି ଆସୁଛନ୍ତି। ତେବେ କଙ୍ଗନା ଆଜି ଉଦ୍ଧବଙ୍କ ସହ କଂଗ୍ରେସକୁ ଟାର୍ଗେଟ କରି ଶିବସେନାକୁ ସୋନିଆ ସେନା ବୋଲି କହିଛନ୍ତି।

କଙ୍ଗନା ଟ୍ବିଟ୍ କରି କହିଛନ୍ତି, ଯେଉଁ ବିଚାରାଧାରା ଉପରେ ଶ୍ରୀ ବାଲା ସାହେବ ଠାକରେ ଶିବସେନା ନିର୍ମାଣ କରିଥିଲେ ଆଜି ସେ କ୍ଷମତା ପାଇଁ ସେହି ବିଚାରଧାରାକୁ ବିକ୍ରି ଶିବସେନାରୁ ସୋନିଆ ସେନା ହୋଇଛି। ଯେଉଁ ଗୁଣ୍ଡା ମୋ ପଛରେ ମୋ ଘର ଭାଙ୍ଗିଲେ ସେମାନଙ୍କୁ ସିଭିକ୍ ବଡି କହିବା ଠିକ୍ ନୁହେଁ, ସମ୍ବିଧାନର ଏମିତି ଅପମାନ କରିବା ମଧ୍ୟ ଉଚିତ ନୁହେଁ।

wp:core-embed/twitter {"url":"https://twitter.com/KanganaTeam/status/1303907726653755392","type":"rich","providerNameSlug":"twitter","className":""}
https://twitter.com/KanganaTeam/status/1303907726653755392
/wp:core-embed/twitter

ଅନ୍ୟପକ୍ଷେ ସେ ଅନ୍ୟ ଏକ ଟ୍ବିଟରେ କହିଛନ୍ତି ବାପାଙ୍କ ଭଲ କାମ ଯଦିଓ ତୁମକୁ ଧନସମ୍ପତି ଦେଇପାରିବ ମାତ୍ର ସମ୍ମାନ ନିଜକୁ ହିଁ ହାସିଲ କରିବାକୁ ପଡ଼ିବ। ମୋ ମୁହଁ ବନ୍ଦ କଲେ ମୋ ସ୍ବର ବାରମ୍ବାର ଶୁଭିବ। ମୁହଁକୁ କେତେ ବନ୍ଦ କରିବ? କେତେ ସ୍ବର ଦବାଇବ। କେତେ ପର୍ଯ୍ୟନ୍ତ ସତଠାରୁ ଦୂରକୁ ଯିବ , ତମେ କିଛି ନୁହଁ କେବଳ ବଂଶବାଦର ନମୁନା।

ପୁଣି ଆଉ ଏକ ଟ୍ବିଟରେ କଙ୍ଗନା ମହାରା​‌ଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡ଼ନାଭିସଙ୍କୁ ପ୍ରଶଂସା କରିଛନ୍ତି। କଙ୍ଗନା ଶିବସେନାକୁ ଟାର୍ଗେଟ କରି କହିଛନ୍ତି ନିର୍ବାଚନ ହାରିବା ପରେ ଶିବସେନା ଲଜ୍ଜ୍ୟାଜନକ ବ୍ୟଭିଚାର ସରକାର ଗଠନ କରି ସୋନିଆ ସେନାରେ ପରିଣତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.