ୱାରେଣ୍ଟ ଜାରିକୁ ନେଇ ଜାଭେଦ୍ଙ୍କ ଉପରେ ବର୍ଷିଲେ କଙ୍ଗନା, ସରକାରଙ୍କ ସାହାଯ୍ୟ ନେଇଥିବା କଲେ ଅଭିଯୋଗ
2/03/2021 at 8:24 PM

ମୁମ୍ୱାଇ, ୦୨/୦୩: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱାତ୍ ସଙ୍ଗୀତକାର ଜାଭେଦ୍ ଅଖତରଙ୍କୁ ନେଇ ମଙ୍ଗଳବାର ତାଙ୍କ ଉପରେ ବର୍ଷିଛନ୍ତି । କଙ୍ଗନାଙ୍କ ବିରୋଧରେ ଜାରି କରାଯାଇଥିବା ୱାରେଣ୍ଟ୍କୁ ନେଇ ସେ ଟ୍ୱିଟ୍ କରି ସରକାରଙ୍କୁ ଆକ୍ଷେପ କରିଛନ୍ତି । ଜାଭେଦ୍ଙ୍କ ଦ୍ୱାରା ଦାଏର୍ ହୋଇଥିବା ମାନହାନି ମାମଲାରେ କଙ୍ଗନା କୋର୍ଟରେ ହାଜର ହୋଇନଥିଲେ । ଯାହାକୁ ନେଇ କୋର୍ଟ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଥିଲେ ।
ଏହାକୁ ନେଇ କଙ୍ଗନା ଟ୍ୱିଟ୍ କରି କହିଛନ୍ତି ଯେ, ଗୋଟିଏ ଦିନ ଏବଂ ଗୋଟିଏ ଏଫ୍ଆଇଆର୍, କାଲି ମହାରାଷ୍ଟ୍ର ସରକାରଙ୍କ ସାହାର୍ଯ୍ୟରେ ଜାଭେଦ୍ ଚାଚା ମୋ ବିରୋଧରେ ୱାରେଣ୍ଟ୍ ଜାରି କରିଛନ୍ତି ଏବଂ କୃଷି ଆଇନ୍କୁ ନେଇ ସମର୍ଥନ ଜଣାଇବାରୁ ଅନ୍ୟ ଏକ ମାମଲା ମଧ୍ୟ ଦାଏର୍ କରାଯାଇଛି । ଏହା ଭିତରେ କୃଷି ଆଇନ୍ ଏବଂ କୃଷକଙ୍କ ନରସଂହାର ବିଷୟରେ ମିଛ ପ୍ରଚାର କରିଥିବା ଲୋକ ଦଙ୍ଗା ମଧ୍ୟ କରିଛନ୍ତି । କିନ୍ତୁ ଏହାର କୌଣସି ପରିଣାମ ମିଳିନଥିଲା । ଧନ୍ୟବାଦ ବୋଲି ଏଥିରେ ସେ ଉଲ୍ଲେଖ କରିଛନ୍ତି ।
ଅନ୍ୟ ଏକ ଟ୍ୱିଟ୍ରେ ସେ ମହାରାଷ୍ଟ୍ର ସରକାର ଏବଂ ବ୍ରିହାନ ମୁମ୍ୱାଇ ମହାନଗର ପାଳିକା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ, ଯେତେବି ଅତ୍ୟାଚାର କର, ମୋ ଘର ଭାଙ୍ଗିଦିଅ କି ମତେ ଜେଲ୍କୁ ପଠାଇଦିଅ ମୁଁ କିନ୍ତୁ ଡରିବା ଲୋକ ନୁହେଁ । ମତେ ସୁଧାରିବାକୁ ପ୍ରୟାସ କରୁଥିବା ବ୍ୟକ୍ତିମାନେ ମୁଁ ତୁମକୁ ହିଁ ସୁଧାରି କରି ନିଶ୍ୱାସ ନେବି । ଯେତେ ଚେଷ୍ଟା କରିବାର ଅଛି କର ମୁଁ କିନ୍ତୁ ଯେମିତି ଅଛି ସେମିତି ହିଁ ରହିବି ବୋଲି ସେ ଏହି ଟ୍ୱିଟ୍ରେ ଲେଖିଛନ୍ତି ।