Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଇରାଙ୍କ ଡିପ୍ରେସନ୍ ଭିଡିଓକୁ ନେଇ ଜବାବ ରଖିଲେ କଙ୍ଗନା, ଟ୍ବିଟ୍‌ କରି ଅମିର ଖାନଙ୍କୁ କହିଲେ ଦୋଷୀ !

13/10/2020 at 5:46 PM

ମୁମ୍ବାଇ ୧୩/୧୦: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ରହସ୍ୟମୟ ମୃତ୍ୟୁ ପରେ ବଲିଉଡ୍‌ରେ ‘ଡିପ୍ରେସନ୍’ ଶବ୍ଦର ବହୁଳ ବ୍ୟବହାର ହୋଇଥିଲା। ସୁଶାନ୍ତ ସିଂହ ରାଜପୁତ ଡିପ୍ରେସନ୍ ପାଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେବେ ଏହକୁ ଅସ୍ବିକାର କରିଥିଲେ ଅଭିନେତ୍ରୀ କଙ୍ଗନା ରଣାଓ୍ବତ । ପରେ ଏଡି ମାମଲାକୁ ନେଇ ଦେଶରେ ଚର୍ଚ୍ଚା ଜାରି ରହିଛି। କିନ୍ତୁ ଏବେ ବଲିଉଡ ସୁପରଷ୍ଟାର ତଥା ମିଷ୍ଟର ପର୍ଫେକ୍ସନିଷ୍ଟ ଅମିର ଖାନଙ୍କ ଝିଅ ଇରା ଖାନ୍ ‘ଡିପ୍ରେସନ୍’ ପୋଷ୍ଟ ପୁଣି ଚର୍ଚ୍ଚାରେ ରହିଛି।

ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ଅବସରରେ ଇରା ଖାନ ଏକ ଭିଡିଓ ସେୟାର କରି ଡିପ୍ରେସନ୍‌ରେ ଥିବା କହିଥିଲେ। ପୂର୍ବ ୪ ବର୍ଷ ହେଲା ସେ ଏହି ରୋଗରେ ପୀଡ଼ିତ ଥିବା ମଧ୍ୟ କହିଥିଲେ । ସୋସିଆଲ ମିଡିଆରେ ଖୁବ ଭାଇରାଲ୍‌ ହୋଇଥିବା ଏହି ଭିଡିଓ ପାଇଁ ଇରାଙ୍କୁ ପ୍ରଶଂସା ମଧ୍ୟ କରିଥିଲେ ୟୁଜର୍ସ। ତେବେ ଏହାକୁ ନେଇ ଜବାବ ରଖିଛନ୍ତି ‘କ୍ବିନ୍’ କଙ୍ଗନା ରଣାଓ୍ବତ।

ନିଜର ଏକ ଟ୍ବିଟ୍‌ ସେୟାର କରିଛନ୍ତି କଙ୍ଗନା। ସେ ଏହି ଟ୍ବିଟ୍‌ରେ ଲେଖଛନ୍ତି, ’୧୬ ବର୍ଷ ବୟସରେ ମୁଁ ମାଡ଼ ସହିଛି। ଏକା ମୋ ବଡ଼ ଭଉଣୀର ଯତ୍ନ ନେଇଥିଲି ଯେତେବେଳେ ତାଙ୍କ ଉପରେ ଏସିଡ୍‌ ମାଡ଼ ହୋଇଥିଲା। ଡିପ୍ରେସନ୍‌ର କାରଣ ବହୁ ପ୍ରକାର ହୋଇପାରେ କିନ୍ତୁ ଅସଜଡ଼ା ପରିବାରର ପିଲାଙ୍କ ପାଇଁ ଅତ୍ୟନ୍ତ କଷ୍ଟଦାୟକ ହୋଇଥାଏ। ଟ୍ରାଡିସ୍‌ନାଲ୍‌ ଫ୍ୟାମିଲ୍‌ ସିଷ୍ଟମ ହେବା ଆବଶ୍ୟକ।’

ତେବେ କଙ୍ଗନାଙ୍କ ଟ୍ବିଟ୍ରୁ ଏହା ଜଣାପଡ଼ୁଛି ସେ ଇରାଙ୍କ ଡିପ୍ରେସନ୍‌ ପାଇଁ ଅମିର ଖାନ ଓ ରୀନାଙ୍କ ଛାଡ଼ପତ୍ରକୁ ଦାୟୀ କରିଛନ୍ତି। ଏହା ପୂର୍ବରୁ ଦୀପିକା ପାଦୁକୋନ୍‌ଙ୍କ ଡିପ୍ରେସନ୍‌କୁ ନେଇ ଟିପ୍ପଣୀ ଦେଇଥିଲେ କଙ୍ଗନା ରଣାଓ୍ବତ ।

   Related Posts