କୃଷକଙ୍କୁ ବିବାଦୀୟ ମନ୍ତବ୍ୟ ଦେବା ଘଟଣାରେ କଙ୍ଗନାଙ୍କୁ ଲିଗାଲ ନୋଟିସ୍ ଜାରି : ବିବାଦ ରାଣୀଙ୍କୁ ତୀବ୍ର ସମାଲୋଚନା କଲେ ପଞ୍ଜାବୀ କଣ୍ଠଶିଳ୍ପୀ
4/12/2020 at 10:03 PM

ନୂଆଦିଲ୍ଲୀ ୦୪/୧୨ : ସର୍ବଦା ଚର୍ଚ୍ଚାରେ ରହୁଥିବା କଙ୍ଗନା ରଣାଓ୍ବତ ପୁଣି ଏକ ବିବାଦରେ ଫସିଛନ୍ତି । କୃଷକମାନଙ୍କୁ ଦେଇଥିବା ମନ୍ତବ୍ୟ ପାଇଁ ବିବାଦରେ ଫସିଛନ୍ତି ଏହି ଅଭିନେତ୍ରୀ । ତେବେ କଙ୍ଗନା ଏଥି ପାଇଁ କ୍ଷମା ପ୍ରାର୍ଥନା କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି । ତେବେ ଏ ନେଇ କିଛି ପଞ୍ଜାବୀ କଳାକାର ଏବଂ ଗାୟକ କଙ୍ଗନାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି । ଏହା ସହିତ ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟି ସହିତ ଶୁକ୍ରବାର ଦିନ କୃଷକଙ୍କ ପ୍ରତିବାଦରେ ବୟସ୍କ ଅଂଶଗ୍ରହଣକାରୀଙ୍କ ବିରୋଧରେ ଅଭିନେତ୍ରୀଙ୍କ ମନ୍ତବ୍ୟ ସହିତ କ୍ଷମା ପ୍ରାର୍ଥନା ପାଇଁ ଦାବି କରିଛନ୍ତି ।
ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟିର ସଭାପତି ମନିନ୍ଦର ସିର୍ସା କହିଛନ୍ତି ଯେ ରଣାଓ୍ବତ ଟ୍ୱିଟରେ କୃଷକ ବିରୋଧକୁ ଜାତୀୟ ବିରୋଧୀ ବୋଲି ଦର୍ଶାଇବାକୁ ଚେଷ୍ଟା କରିଛନ୍ତି ଯାହାକି ଜଣେ କୃଷକଙ୍କ ବୟସ୍କ ମାଆଙ୍କ ପ୍ରତି ଅପମାନଜନକ । କଙ୍ଗନାଙ୍କ ବିରୋଧରେ ଏହା ହେଉଛି ଦ୍ୱିତୀୟ ଆଇନଗତ ବିଜ୍ଞପ୍ତି । ଏହା ପୂର୍ବରୁ ପଞ୍ଜାବର ଜିରାକପୁରର ଜଣେ ଓକିଲ ତାଙ୍କ ଟୁଇଟ୍ ମାଧ୍ୟମରେ ଡିସେମ୍ବର ୨ରେ ଏକ ଆଇନଗତ ନୋଟିସ୍ ପ୍ରଦାନ କରିସାରିଛନ୍ତି ।
ମିକା ସିଂ, ଆମି ଭିର୍କ ଏବଂ ଜାଜୀ ବିଙ୍କ ସମେତ ପଞ୍ଜାବର ବିଶିଷ୍ଟ ଗାୟକ ତଥା କଳାକାରମାନେ ମଧ୍ୟ କଙ୍ଗନାଙ୍କୁ ପ୍ରବଳ ସମାଲୋଚନା କରିବା ସହିତ ଦିଲଜିତ୍ ଦୋସାଞ୍ଜଙ୍କୁ ସମର୍ଥନ କରିଛନ୍ତି । ରାଜଧାନୀର ବିଭିନ୍ନ ସୀମାରେ ନୂଆ କୃଷି ଆଇନ ବିରୋଧ କରି ‘ଶାହିନ୍ ବାଗ ଦାଡି’ ମଧ୍ୟ କୃଷକଙ୍କ ଆନ୍ଦୋଳନରେ ଯୋଗ ଦେଇଥିବା ଅଭିଯୋଗ କରି ରଣାଓ୍ବତ ନଭେମ୍ବର ୨୭ରେ ଏକ ଟୁଇଟ୍ ସେୟାର କରିଥିଲେ । ସେ ବିଲକିସ୍ ବାନୋଙ୍କ ସମେତ ଦୁଇଜଣ ବୃଦ୍ଧ ମହିଳାଙ୍କ ଫଟୋ ସହିତ ଏହି ପୋଷ୍ଟକୁ ରିଟ୍ୱିଟ କରି ଲେଖିଛନ୍ତି ଯେ ଟାଇମ୍ ମାଗାଜିନରେ ସ୍ଥାନ ପାଇଥିବା “ସେମ୍ ଦାଦୀ”ଯିଏକି ଶହେ ଯଙ୍କା ନେଇ ଧାରଣା ସ୍ଥଳକୁ ଆସିଥିଲା ସେଂି ଦାଦୀ ଆଜି କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏହାକୁ ନେଇ ପଞ୍ଜାବୀ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ବ୍ୟପକ ଅସନ୍ତୋଷ ଦେଖାଦେଇଛି ।