Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ବ୍ରିଟିଶ ପ୍ରେମିକ ନିକୋଲାସଙ୍କ ସହ କାହିଁକି ବ୍ରେକଅପ୍ କଲେ କଙ୍ଗନା ?

3/04/2020 at 7:32 PM

ମୁମ୍ବାଇ ୦୩/୦୪ : ଯେତେବେଳେ କଙ୍ଗନା ରାନାୱତ ଏବଂ ତାଙ୍କର ପ୍ରେମ ସମ୍ପର୍କ ବିଷୟରେ ଆଲୋଚନା ହୁଏ ସେତେବେଳେ ହ୍ରିତିକ୍ ରୋଶନ୍, ଆଦିତ୍ୟ ପାଞ୍ଚୋଲି ଏବଂ ଆଦୟନ ସୁମନଙ୍କ ନାଁ ସାମ୍ନାକୁ ଆସିଥାଏ | କିନ୍ତୁ ଖୁବ କମ୍ ଲୋକ ଜାଣନ୍ତି ଯେ କଙ୍ଗନାଙ୍କର ଜଣେ ବିଦେଶୀଙ୍କ ସହ ପ୍ରେମ ସମ୍ପର୍କ ଥିଲା | ସେ ନିକୋଲାସ୍ ଲାଫର୍ଟିଙ୍କ ସହ ସମ୍ପର୍କ ରଖିଥିଲେ |

ନିକୋଲାସ୍ ଲାଫର୍ଟି ବୃତ୍ତି ଅନୁଯାୟୀ ଜଣେ ଡାକ୍ତର ଏବଂ କଙ୍ଗନାଙ୍କୁ ଭେଟିବା ପାଇଁ ସେ ଭାରତକୁ ଆସୁଥିଲେ | ଉଭୟଙ୍କୁ ଅନେକଥର ପରସ୍ପର ସହ ସହରରେ ବୁଲୁଥିବାର ଦେଖିବାକୁ ମିଳିଛି । କଙ୍ଗନାଙ୍କୁ ନିକଙ୍କ ସହ ମୁମ୍ବାଇର ଅନେକ ସର୍ବସାଧାରଣ ସ୍ଥାନରେ ଦେଖିବାକୁ ମିଳିଛି । ସେହି ସମୟରେ କଙ୍ଗନାଙ୍କ କିଛି ବନ୍ଧୁ କହିଥିଲେ ଯେ, ଉଭୟ ପରସ୍ପର ସହ ସମ୍ପର୍କରେ ଅଛନ୍ତି | ସେଥପାଇଁ ସେମାନେ ଏକାଠି ଖୋଲା ସ୍ଥାନରେ ସମୟ ବିତାଉଛନ୍ତି |

ରିପୋର୍ଟ ଅନୁଯାୟୀ, ଭବିଷ୍ୟତଠାରୁ ସମ୍ପୂର୍ଣ୍ଣ ଭିନ୍ନ ଆଶା ଥିବାରୁ ଏହି ଦମ୍ପତି ଅଲଗା ହୋଇଥିଲେ। ନିକ୍ କଙ୍ଗନାଙ୍କ ସହ ନିଜ ସମ୍ପର୍କକୁ ପରବର୍ତ୍ତୀ ସ୍ତରକୁ ନେବାକୁ ଚାହୁଁଥିଲେ ଏବଂ କଙ୍ଗନା ଉଭୟ ବୃତ୍ତିଗତ ଏବଂବ୍ୟକ୍ତିଗତ ଭାବରେ ସେଥିପାଇଁ ପ୍ରସ୍ତୁତ ନଥିଲେ | ନିକ କଙ୍ଗନାଙ୍କୁ ଶୀଘ୍ର ବିବାହ କରି ସନ୍ତାନ ଜନ୍ମ କରିବାକୁ ଚାହୁଁଥଲେ | କିନ୍ତୁ କଙ୍ଗନା ଏତେ ଶୀଘ୍ର ବିବାହ ପାଇଁ କି ସନ୍ତାନ ଜନ୍ମ ପାଇଁ ପ୍ରସ୍ତୁତ ନଥିଲେ | କଙ୍ଗନା ନିକଙ୍କ ପ୍ରତି କମିଟେଡ଼ ଥାଇ ମଧ୍ୟ ଏଥିପାଇଁ ପ୍ରସ୍ତୁତ ନଥିଲେ | ସେତେବେଳେ କଙ୍ଗନା ବୟସ ମାତ୍ର ୨୫ ବର୍ଷ ଥିଲା | ସେତେବେଳେ ସେ ନିଜ କ୍ୟାରିଅର ପ୍ରତି ଫୋକସ ଥିଲେ | ସେଥିପାଇଁ ସେ ଏତେ ଶୀଘ୍ର ବିବାହ କରିବାକୁ ଚାହିଁନଥିଲେ | ସେ ଭାବିଥିଲେ ଯେ ୨୫ ବର୍ଷ ବୟସ ବିବାହ ପାଇଁ ନୁହଁ ବରଂ କ୍ୟାରିଅର ଗଢିବା ସମୟ |

ଏକ ସାକ୍ଷାତକାରରେ ଅଭିନେତ୍ରୀ ବିବାହ ବିଷୟରେ କହିଥିଲେ। ସେ କହିଥିଲେ ଯେ, “ଯେତେବେଳେ ତୁମେ ନିଜ ପାଇଁ ବହୁତ କିଛି କରିବାକୁ ଚାହୁଁଥିବା, ସେତେବେଳେ ଏପରି ଚିନ୍ତାଧାରା ଆସିବାକୁ ଲାଗିବ … ‘ଦୁନିଆକୁ ମୋର ଆବଶ୍ୟକ ରହିଛି, ମୁଁ କାହିଁକି ଜଣେ ବ୍ୟକ୍ତିଙ୍କର ହେବି ? ହସି ହସି ସେ ଏକଥା କହିଥିଲେ | ଆହୁରି ମଧ୍ୟ ସେ କହିଥିଲେ ଯେ, ସମୟ ସହିତ ଜଣେ ନିଜ ଜୀବନରେ ଏବଂ କାର୍ଯ୍ୟକଳାପର ବ୍ୟକ୍ତିଗତ ସ୍ଥାନ ସୃଷ୍ଟି କରି ପାରିବ | ଯେଉଁଥିପାଇଁ ସମସ୍ତେ ସ୍ୱାଧୀନ | କିନ୍ତୁ ବିବାହ ଏକ ଫାନ୍ଦ ଭଳି | ଯଦି ଜଣେ ସାଥି ବିନା ଏକା ଭଲ କାର୍ଯ୍ୟ କରିପାରୁଛି ତାହେଲେ ବିବାହ ନିଷ୍ପତ୍ତି ସମ୍ପୂର୍ଣ ଭୁଲ | ତେବେ ବିବାହର କିଛି ଅର୍ଥ ନାହିଁ, ଠିକ୍ ନାଁ ?

ସେ ଆହୁରି ମଧ୍ୟ କହିଥିଲେ ଯେ ଆପଣଙ୍କ ସାଥୀଙ୍କ ସହିତ ଭାବପ୍ରବଣ, ଆର୍ଥିକ ଏବଂ ଆଧ୍ୟାତ୍ମିକ ଭାବରେ ହାତ ମିଳାଇବା ବହୁତ ଗୁରୁତ୍ୱପୂର୍ଣ୍ଣ | ସେ କହିଛନ୍ତି ଯେ ଯଦି ଲୋକମାନେ ଏହି ଦିଗରେ ଏକାଠି ଦୁଇଗୁଣ ଭଲ କରୁଛନ୍ତି, ତେବେ ସେ ବିବାହ ପାଇଁ ପ୍ରସ୍ତୁତ ଅଛନ୍ତି।

   Related Posts