ଅଭିନେତ୍ରୀ କଙ୍ଗନା ରନୌତ୍ ପିନ୍ଧି ଥିଲେ ୬୦୦ ଟଙ୍କିଆ ଶାଢ଼ୀ ହେଲେ ହାତରେ ଥିବା ବ୍ୟାଗ୍ ଦାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

Published By : Prameya-News7 Bureau | August 19, 2019 IST

ନୂଆଦିଲ୍ଲୀ୧୯|୮: ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତଙ୍କୁ ଜଣେ ଫ୍ୟାସନ ଆଇକନ ବୋଲି କୁହାଯାଏ। ତାଙ୍କ ଫ୍ୟାସନର ଅନେକ ପ୍ରଶଂସକ ମଧ୍ୟ ଅଛନ୍ତି। ଫ୍ୟାସନ ମାଧ୍ୟମରେ କଙ୍ଗନା ନିଜର ଆଡକୁ ସମସ୍ତଙ୍କୁ ଆକର୍ଷଣ କରିଥାନ୍ତି। ସୁନ୍ଦର ଦେଖାଯିବା ପାଇଁ ଦାମୀ ଶାଢ଼ୀ ଓ ଗହଣା ଅଭିନେତ୍ରୀମାନେ ବ୍ୟବହାର କରନ୍ତି।

wp:core-embed/twitter {"url":"https://twitter.com/Rangoli_A/status/1163002123698622464","type":"rich","providerNameSlug":"twitter","className":""}
https://twitter.com/Rangoli_A/status/1163002123698622464
/wp:core-embed/twitter

 ଜୟପୁରରୁ ଫେରିବା ସମୟରେ କଙ୍ଗନାଙ୍କ କ୍ଷେତ୍ରରେ ଏକ ଆଶ୍ଚର୍ଯ୍ୟ କଥା ଦେଖିବାକୁ ମିଳିଛି। ଶାଢ଼ୀ ପିନ୍ଧା ଲୁକ୍‌ରେ ଏୟାରପୋର୍ଟରେ କଙ୍ଗନାଙ୍କୁ ଦେଖିବାକୁ ମିଳିଥିଲା। କଙ୍ଗନା ଶାଢ଼ୀରେ ବହୁତ ସୁନ୍ଦର ଦେଖା ଯାଉଥିଲେ। ସବୁଠାରୁ ଆଶ୍ଚର୍ଯ୍ୟ କଥା ଯେ, କଙ୍ଗନା ଯେଉଁ ଶାଢ଼ୀ ପିନ୍ଧିଥିଲେ ତାର ଦାମ ମାତ୍ର ୬୦୦ ଟଙ୍କା ଥିଲା। ସେ ୬୦୦ ଟଙ୍କିଆ ଶାଢ଼ି ପିନ୍ଧି ଥିଲେ ବୋଲି ତାଙ୍କ ଭଉଣୀ ରଙ୍ଗୋଲି ସୂଚନା ଦେଇଥିଲେ।

wp:core-embed/twitter {"url":"https://twitter.com/Rangoli_A/status/1163002328607125509","type":"rich","providerNameSlug":"twitter","className":""}
https://twitter.com/Rangoli_A/status/1163002328607125509
/wp:core-embed/twitter

କଙ୍ଗନା ପିନ୍ଧିଥିବା ୬୦୦ ଟଙ୍କିଆ ଶାଢ଼ୀ କୋଲକତାରୁ ଆଣିଥିଲେ ବୋଲି ଜଣାପଡିଛି। ଜୟପୁରରୁ ଫେରିବା ସମୟରେ କଙ୍ଗନା ପିନ୍ଧିଥିବା ଶାଢ଼ୀ ସଂପର୍କରେ ତାଙ୍କ ଭଉଣୀ ରଙ୍ଗୋଲୀ ଟ୍ବିଟକରି ଜଣାଇଥିଲେ। ଶାଢ଼ୀ ପିନ୍ଧିବା ସହ କଙ୍ଗନା ହାତରେ ଏକ ବ୍ୟାଗ ଧରି ଥିଲେ। ଏହି ହ୍ୟାଣ୍ଡ ବ୍ୟାଗର ଦାମ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଯାହାର ଦାମ ଥିଲା ୨ ଲକ୍ଷ ଟଙ୍କା । ଏହି ସମସ୍ତ କଥା ତାଙ୍କ ଭଉଣୀ ରଙ୍ଗୋଲି ଟ୍ବିଟକରି ଜଣାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.