ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କଙ୍ଗନା: କହିଲେ, 'ଆମେ ବହୁତ ଭାଗ୍ୟଶାଳୀ ଯେ ଆମକୁ ଆପଣଙ୍କ ଭଳି ପ୍ରଧାନମନ୍ତ୍ରୀ ମିଳିଛନ୍ତି'

Published By : Prameya-News7 Bureau | September 17, 2020 IST

ମୁମ୍ବାଇ ୧୭/୦୯ : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି, ଗୁରୁବାର ଦିନ ୭୦ତମ ଜନ୍ମଦିନ ପାଳନ କରୁଛନ୍ତି । ଜନ୍ମଦିନ ଅବସରରେ ତାଙ୍କ ପ୍ରଶଂସକ ଅଶେଷ ଶୁଭକାମନା ଜଣାଉଛନ୍ତି । ସୋସିଆଲ ମିଡ଼ିଆରେ ଲୋକେ ତାଙ୍କ ଦୀର୍ଘାୟୁ କାମନା କରୁଛନ୍ତି । ବଲିଉଡର ଅନେକ କଳାକାର ମଧ୍ୟ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ମୋଦିଙ୍କୁ ବଲିଉଡର ପଙ୍ଗା ଗାର୍ଲ କଙ୍ଗନା ରଣାୱତ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ସେ ଏକ ଭିଡିଓ ଜାରି କରି ମୋଦିଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ଆମେ ବହୁତ ଭାଗ୍ୟଶାଳୀ, ଆମକୁ ଆପଣଙ୍କ ଭଳି ପ୍ରଧାନମନ୍ତ୍ରୀ ମିଳିଛନ୍ତି ।

{"id":330703,"sizeSlug":"large"}

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଭିଡିଓରେ କହିଛନ୍ତି, 'ପ୍ରଧାନମନ୍ତ୍ରୀ ଜୀ, ଜନ୍ମଦିନର ବହୁତ ବହୁତ ଶୁଭକାମନା ।ଆପଣଙ୍କ ସହ କଥା ହେବାକୁ କେବେ ମଉକା ମିଳିନି । କିନ୍ତୁ ମୁଁ କହିବାକୁ ଚାହୁଁଚି ଯେ ଦେଶ ଆପଣଙ୍କର ବହୁତ ପ୍ରଶଂସା କରେ । ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ଆପଣଙ୍କୁ ଅପମାନ କରନ୍ତି, କିନ୍ତୁ ଆପଣ ବି ଜାଣିଛନ୍ତି ସେ ମାତ୍ର କିଛି ଲୋକ, ତାହା ଏକ ପ୍ରପାଗଣ୍ଡା । କିନ୍ତୁ ଜଣେ ସାଧାରଣ ବ୍ୟକ୍ତି ଆପଣଙ୍କ ପାଇଁ ଯାହା ଅନୁଭବ କରେ, ତାହା ମୁଁ ଯେତେବେଳେ ଦେଖେ ସେତେବେଳେ ଲାଗେ ଆଗରୁ କେବେ କୌଣସି ପ୍ରଧାନମନ୍ତ୍ରୀଙ୍କୁ ଏତେ ଭକ୍ତି, ପ୍ରେମ, ସମ୍ମାନ ମିଳିଛି । ଶେଷରେ ମୁଁ ବାସ ଏତିକି କହିବାକୁ ଚାହୁଁଚି ଯେ, ଯେଉଁ କୋଟି କୋଟି ଜନତା ସୋସିଆଲ ମିଡ଼ିଆରେ ନାହାନ୍ତି, ଯାହାଙ୍କ ଆବାଜ ଆପଣଙ୍କ ପାଖକୁ ପହଞ୍ଚି ପାରୁନାହିଁ ସେମାନେ ମଧ୍ୟ ଆପଣଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି । ଆମେ ବହୁତ ଭାଗ୍ୟଶାଳୀ ଯେ ଆମକୁ ଆପଣଙ୍କ ଭଳି ପ୍ରଧାନମନ୍ତ୍ରୀ ମିଳିଛନ୍ତି । ଜୟ ହିନ୍ଦ ।'

wp:core-embed/twitter {"url":"https://twitter.com/KanganaTeam/status/1306417779092807680","type":"rich","providerNameSlug":"twitter","className":""}
https://twitter.com/KanganaTeam/status/1306417779092807680
/wp:core-embed/twitter

ସେପ୍ଟେମ୍ବର ୧୭ ତାରିଖ ଗୁଜରାଟ ବଡ଼ନଗରରେ ଜନ୍ମ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ଜନ୍ମଦିନ ଅବସରରେ ଭାରତୀୟ ଜନତା ପାର୍ଟି ସାରା ଦେଶରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରୁଛି । ଉତ୍ତର ପ୍ରଦେଶ, ବିହାର, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର ସହ ବିଭିନ୍ନ ରାଜ୍ୟରେ ବିଜେପି କର୍ମୀ ସେବା ସପ୍ତାହ ପାଳନ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.