ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଆଜି ଭେଟିବେ କଙ୍ଗନା, ଟ୍ବିଟକୁ ନେଇ ନିଜ ପକ୍ଷ ରଖିବେ

Published By : Prameya-News7 Bureau | September 13, 2020 IST

ନୂଆଦିଲ୍ଲୀ ୧୩/୦୯: ମହାରାଷ୍ଟ୍ର ସରକାରଙ୍କ ବିରୋଧରେ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ବିବାଦ ଏ ଯାଏଁ ଥିମି ନାହିଁ। ବିଏମସି କଙ୍ଗନାଙ୍କ ମୁମ୍ବାଇ ସ୍ଥିତ ଅଫିସ ଭଙ୍ଗାରୁଜା କରିଥିଲା। ଯାହାକୁ ନେଇ କଙ୍ଗନା ଆଜି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କୁ ଭେଟିବେ। ସନ୍ଧ୍ୟା ସାଢ଼େ ୪ଟା ବେଳେ ତାଙ୍କ ସହ ଆଲୋଚନା କରିପାରନ୍ତି କଙ୍ଗନା। ସେ ନିଜ ପକ୍ଷ ରାଜ୍ୟପାଳଙ୍କ ସାମ୍ନାରେ ରଖିବେ। କାରଣ ରାଜ୍ୟପାଳ ହୋଇଥାନ୍ତି କୌଣସି ରାଜ୍ୟର ପ୍ରଥମ ବ୍ୟକ୍ତି।

କଙ୍ଗନା ନିଜ ଟ୍ବିଟକୁ ନେଇ ପକ୍ଷ ରଖିବେ। ମୁମ୍ବାଇକୁ ପାକିସ୍ତାନ ଅଧିକୃତ କାଶ୍ମୀର ଟ୍ବିଟ୍ ସେ କେଉଁ ପରିସ୍ଥିତିରେ କରିଥିଲେ ତାହାକୁ ଦର୍ଶାଇବେ। କଙ୍ଗନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନେଇ ରାଜ୍ୟପାଳ ଭଗତ ସିଂହ ମଧ୍ୟ ନିଜ ପକ୍ଷ ରଖିଥିଲେ। ସେ କହିଥିଲେ ଯେଉଁ ତରିକା ବିଏମସି ଗ୍ରହଣ କଲା ତାହା ଆଦୌ ଠିକ୍ ନୁହେଁ।

ସୂଚନାଯୋଗ୍ୟ କଙ୍ଗନାଙ୍କ ଅଫିସ୍ ବିଏମସି ବେଆଇନ ନିର୍ମାଣ କହି ଭାଙ୍ଗି ଦେଇଥିଲା। ବିଏମସି ତାଙ୍କୁ ନୋଟିସ୍ ପଠାଇବା​‌ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପରେ ବମ୍ବେ ହାଇକୋର୍ଟ ଏହା ଉପରେ ଶୁଣାଣି କରି କଟକଣା ଲଗାଇଥିଲେ। ଅଫିସ୍ ଭଙ୍ଗାରୁଜାକୁ ନେଇ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ କଙ୍ଗନା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.