Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶାହରୁଖ ସଲମାନଙ୍କ ସହ ନୁହେଁ, ଏହି ୨ ଅଭିନେତାଙ୍କ ସହ କାମ କରିବାକୁ ଚାହାନ୍ତି କଙ୍ଗନା

21/07/2019 at 11:51 AM

ମୁମ୍ବାଇ୨୧|୭: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଖୁବ୍‌ ଶୀଘ୍ର ନିଜ ଫିଲ୍ମ “ଜଜ୍‌ମେଣ୍ଟଲ”ରେ ନଜର ଆସିବେ। ତାଙ୍କର ଏହି ଫିଲ୍ମ ନେଇ କିଛି ଦିନ ପୂର୍ବରୁ ହଇଚଇ ସୃଷ୍ଟି ହୋଇଥିଲା। ଫିଲ୍ମ ପ୍ରମୋସନ ସମୟରେ କଙ୍ଗନାଙ୍କର ଜଣେ ସାମ୍ବାଦିକଙ୍କ ସହ ହୋଇଥିବା ବିବାଦ ବେଶ ଚର୍ଚ୍ଚାରେ ଥିଲା। ତେବେ ଅନ୍ୟ ଫିଲ୍ମ ଭଳି ଏହି ଫିଲ୍ମ ପାଇଁ ପ୍ରମୋସନ କରିବାକୁ କଙ୍ଗନା କପିଲ ଶର୍ମା ସୋ ପହଞ୍ଚିଥିଲେ। ତେବେ କପିଲଙ୍କ ସୋରେ କଙ୍ଗନା ତାଙ୍କର ଅନେକ ରାଜ ଖୋଲିଥିଲେ।

ନେପୋଟିଜିମ୍‌ ବିରୋଧରେ କହିଥିବା କଙ୍ଗନାଙ୍କୁ କପିଲ ଏକ ପ୍ରଶ୍ନ ପଚାରିଥିଲେ। କେଉଁ ବଲିଉଡ ଅଭିନେତାଙ୍କ ସହ କଙ୍ଗନା କାମ କରିବାକୁ ଚାହାନ୍ତି ବୋଲି କପିଲ ପଚାରିଥିଲେ। ଏହି ପ୍ରଶ୍ନର ଉତ୍ତର କଙ୍ଗନା ବହୁତ ଖୁସି ହୋଇ ଦେଇଥିଲେ। କଙ୍ଗନା କହିଥିଲେ ଯେ, ବଲିଉଡ ଅଭିନେତା ଭିକ୍କି କୌଶଲ ଓ ରଣବୀର ସିଂହଙ୍କ ସହ ସେ କାମ କରିବାକୁ ଚାହାନ୍ତି। ଏହା ସହ ସେ କହିଥିଲେ ଯେ, ଭବିଷ୍ୟରେ ସେ କମେଡିୟାନ କପିଲ ଶର୍ମାଙ୍କ ସହ ମଧ୍ୟ କାମ କରିବାକୁ ପସନ୍ଦ କରିବେ।

ସୋରେ କଙ୍ଗନା ନିଜକୁ ବଲିଉଡର ସବୁଠୁ ବୋଲ୍ଡ ଅଭିନେତ୍ରୀ ବୋଲି କହିଥିଲେ। ଏହା ସହ କପିଲ ତାଙ୍କୁ ପଚାରିଥିଲେ ଯେ, ବଲିଉଡର କେଉଁ ଷ୍ଟାରଙ୍କୁ ସେ କେଉଁ ମିନିଷ୍ଟ୍ରି ଡିପାର୍ଟମେଣ୍ଟ ଦେବା ପସନ୍ଦ କରିବେ। ଏହାର ଉତ୍ତର କଙ୍ଗନା ଏଭଳି ଭାବେ ଦେଇଥିଲେ ଯେ, ଦର୍ଶକ ବେଶ ଖୁସି ହୋଇଥିଲେ। କଙ୍ଗନା କହିଥିଲେ ଯେ, ଅକ୍ଷୟ କୁମାରଙ୍କୁ ସେ ହେଲ୍‌ଥ୍‌ ମିନିଷ୍ଟ୍ରି ଦେବା ପସନ୍ଦ କରିବେ। କାରଣ ଅକ୍ଷୟ ନିଜ ଫିଟ୍‌ନେସ ଭଲ ଭାବେ ମେନ୍‌ଟେନ୍‌ କରିଛନ୍ତି। ଏହା ସହ ସେ ଧୂମପାନ ଓ ମଦ୍ୟପାନ ମଧ୍ୟ କରନ୍ତି ନାହିଁ । କରିନା କପୁରଙ୍କୁ ହୋମ ମିନିଷ୍ଟ୍ରି ଓ ଶାହରୁଖ ଖାନଙ୍କୁ ଫାଇନାନ୍ସ ମିନିଷ୍ଟ୍ରି ଦେବା ପସନ୍ଦ କରିବେ ବୋଲି କଙ୍ଗନା କହିଥିଲେ।   

ଫିଲ୍ମ “ଜଜ୍‌ମେଣ୍ଟଲ”ରେ କଙ୍ଗନାଙ୍କ ସହ ରାଜକୁମାର ରାଓ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହା ପୂର୍ବରୁ ଉଭୟଙ୍କ ଯୋଡି ଫିଲ୍ମ କୁଇନ୍‌ରେ ଧମାଲ କରିଥିଲା। ଏହି ଫିଲ୍ମରେ ଉଭୟ କେତେ ଧମାଲ କରିବେ ତାହା ଦଶ୪କ ଅପେକ୍ଷାରେ ଅଛନ୍ତି। ଫିଲ୍ମର ପ୍ରଯୋଜକ ହେଉଛନ୍ତି ଏକତା କପୁର।

   Related Posts