କଙ୍ଗନାଙ୍କ ଟ୍ୱିଟର୍ ଆକାଉଣ୍ଟ ଅସ୍ଥାୟୀ ଭାବେ ବନ୍ଦ: ଅଭିନେତ୍ରୀ କହିଲେ-'ବଞ୍ଚିବା ମୁସ୍କିଲ କରିଦେବି'

Published By : Prameya-News7 Bureau | January 20, 2021 IST

ମୁମ୍ବାଇ ୨୦/୦୧ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଗତ କିଛି ମାସ ହେଲା ଟ୍ୱିଟରରେ ବହୁତ ଆକ୍ଟିଭ ଅଛନ୍ତି। ଟ୍ୱିଟରରେ ନିଜ ରାୟ ଦେଇ ସେ ସବୁବେଳେ ବିବାଦ ଘେରକୁ ଟାଣି ହୋଇଯାଇଥାନ୍ତି। ସେ ପ୍ରାୟ ସବୁ ପ୍ରସଙ୍ଗରେ ନିଜ ମତାମତ ରଖିଥାନ୍ତି। ପ୍ରତିଦିନ କିଛି ନା କିଛି ଟ୍ୱିଟକୁ ନେଇ ସେ ବିବାଦ ଘେରକୁ ଚାଲି ଆସିଥାନ୍ତି। ବୁଧବାର ଦିନ କଙ୍ଗନା ରଣାୱତଙ୍କ ଟ୍ୱିଟର ଆକାଉଣ୍ଟ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଥିଲା। ଏହାପରେ ସେ ଟ୍ୱିଟର ସିଇଓ ଜ୍ୟାକଙ୍କୁ ଟ୍ୟାଗ କରି ସେମାନଙ୍କୁ ମୁହଁତୋଡ ଜବାବ ଦେଇଥିଲେ ଯେଉଁମାନେ ତାଙ୍କ ଆକାଉଣ୍ଟ ବନ୍ଦ କରିବାକୁ ଦାବି କରିଥିଲେ।

ସେ ଟ୍ୱିଟ କରି ଲେଖିଛନ୍ତି, "ଲିବେରାଲ ଏବେ ନିଜ ଚାଚା ଜ୍ୟାକଙ୍କ ପାଖେ କାନ୍ଦି ମୋ ଆକାଉଣ୍ଟକୁ ଅସ୍ଥାୟୀ ଭାବେ ବନ୍ଦ କରାଇ ଦେଇଛନ୍ତି। ସେମାନେ ମୋତେ ଧମକ ଦେଉଛନ୍ତି। ମୋ ଆକାଉଣ୍ଟ/ ଭର୍ଚୁଆଲ ଆଇଡେଣ୍ଟିଟି ଯେବେ ବି ଦେଶ ପାଇଁ ଶହୀଦ ହୋଇପାରିବ କିନ୍ତୁ ମୋର ରିଲୋଡେଡ଼ ଦେଶଭକ୍ତି ଭର୍ସନ ଫିଲ୍ମ ମାଧ୍ୟମରେ ପୁଣି ଫେରିବ। ତୁମମାନଙ୍କ ବଞ୍ଚିବା ମୁସ୍କିଲ କରିଦେବି।" 

wp:embed {"url":"https://twitter.com/KanganaTeam/status/1351763172349382659","type":"rich","providerNameSlug":"twitter","responsive":true,"className":""}
https://twitter.com/KanganaTeam/status/1351763172349382659
/wp:embed

ନିକଟରେ କଙ୍ଗନା ସୈଫ ଅଲି ଖାନଙ୍କ ୱେବ ସିରିଜ 'ତାଣ୍ଡବ'ର ଆପତ୍ତିଜନକ ଦୃଶ୍ୟକୁ ନେଇ କ୍ରୋଧ ଜାହିର କରିଥିଲେ। ସତ୍ୟେନ୍ଦ୍ର ରାବତ ନାମକ ଜଣେ ୟୁଜର ବିଜେପି ନେତା କପିଲ ମିଶ୍ରଙ୍କ ଏକା ଭିଡିଓ ସେୟାର କରିଥିଲେ ଯାହାକୁ କଙ୍ଗନା ମଧ୍ୟ ରିଟ୍ୱିଟ କରିଥିଲେ। ସେ କହିଥିଲେ, ସମସ୍ୟା ହିନ୍ଦୁ ଫୋଟିକ କଣ୍ଟେଣ୍ଟର ନୁହେଁ। ବରଂ ଏହା ରଚନାତ୍ମକ ଭାବେ ଖରାପ, ସବୁ ସ୍ଥରରେ ଆପତ୍ତିଜନକ ଓ ବିବାଦସ୍ପଦ। ଏହିଭଳି ଦୃଶ୍ୟ ଜାଣିଶୁଣି ରଖାଯାଇଛି। ଦର୍ଶକଙ୍କୁ ଟର୍ଚର କରୁଥିବା ଏବଂ ଅପରାଧିକ ଇରାଦା ପାଇଁ ସେମାନଙ୍କୁ ଜେଲ ପଠାଇ ଦିଆଯିବା ଉଚିତ ବୋଲି ସେ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.