Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

କଙ୍ଗନା ରଣାଓ୍ବତଙ୍କ ଟ୍ବିଟର ଆକାଉଣ୍ଟ ସସ୍‌ପେଣ୍ଡ୍‌, ବିବାଦୀୟ ବୟାନ ପାଇଁ ଆକ୍ସନ୍‌ ନେଲା ଲୋକପ୍ରିୟ ଆପ୍‌

4/05/2021 at 2:59 PM

ନୂଆଦିଲ୍ଲୀ ୦୪/୦୫ : ସୋସିଆଲ ମିଡିଆରେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ ଶକ୍ତ ଝଟ୍‌କା ଲାଗିଛି । କଙ୍ଗନାଙ୍କ ଟ୍ବିଟର ଆକାଉଣ୍ଟକୁ ସସ୍‌ପେଣ୍ଡ୍‌ କରିଦିଆଯାଇଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ବିବାଦୀୟ ବୟାନ ଦେଇଥିଲେ କଙ୍ଗନା ରଣାଓ୍ବତ । ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେବାକୁ ନେଇ କଙ୍ଗନାଙ୍କ ବିରୁଦ୍ଧରେ ଆକ୍ସନ୍‌ ନେଇଛି ଟ୍ବିଟର ।

ଲଗାତାର ଭାବେ ମମତା ବାନାର୍ଜୀ ଏବଂ ଟିଏମସି ବରୁଦ୍ଧରେ ଟ୍ବିଟ୍‌ କରୁଥିଲେ କଙ୍ଗନା ରଣାଓ୍ବତ । ବେଙ୍ଗଲରେ ରାଷ୍ଟ୍ରପତି ଶାସନ ଲାଗୁହେଉ ବୋଲି ଦାବି କରିଥିଲେ ସେ । ତାଙ୍କର ଟ୍ବିଟର ଆକାଉଣ୍ଟ ବ୍ୟାନ ହେବାପରେ ସୋସିଆଲ ମିଡିଆରେ ପ୍ରବଳ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି ।

ପୂର୍ବରୁ ମଧ୍ୟ ଅନେକ ଘଟଣାକୁ ନେଇ ବିବାଦ ଘେରକୁ ଆସିଥିଲେ କଙ୍ଗନା । ଏ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଥାଏ । ତେବେ ବର୍ତ୍ତମାନ କଙ୍ଗନାଙ୍କ ଟ୍ବିଟର ଆକାଉଣ୍ଟ ସସ୍‌ପେଣ୍ଡ ହେବା ପରେ କିଛି ସୋସିଆଲ ମିଡିଆ ୟୁଜର ଏହାକୁ ସମର୍ଥନ କରୁଥିବା ବେଳେ କିଛି ୟୁଜର ବିରୋଧ ମଧ୍ୟ କରୁଛନ୍ତି ।

କଙ୍ଗନା ରଣାଓ୍ବତଙ୍କ ଆକାଉଣ୍ଟ୍ ବ୍ୟାନ ହେବାକୁ ନେଇ ପ୍ରତିକ୍ରିୟା ରଖିଛି ଟ୍ବିଟର । ଏକ ବୟାନ ଜାରି କରି ଟ୍ବିଟରର ମୁଖପାତ୍ର କହିଛନ୍ତି ଯେ, ଟ୍ବିଟରର ନିୟମ ତଥା ଆଚରଣ ବିଧି ଉଲ୍ଲଂଘନ ଏବଂ ଅପମାନଜନକ ପୋଷ୍ଟ ନିୟମ ବାରମ୍ବାର ଉଲ୍ଲଂଘନ ହେତୁ ଆକାଉଣ୍ଟକୁ ସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି । ଏହା ସହିତ ଟ୍ବିଟର ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ, ଯେତେବେଳେ କୌଣସି ବ୍ୟକ୍ତିଙ୍କ ଆକାଉଣ୍ଟକୁ ସ୍ଥାୟୀଭାବେ ବନ୍ଦ କରାଯାଏ ପ୍ରଥମେ ୟୁଜରଙ୍କୁ ଜଣାଇ ଦିଆଯାଏ ଯେ, ସେ ଟ୍ବିଟର ଦ୍ବାରା ଜାରି କେଉଁ ନିୟମକୁ ଉଲ୍ଲଂଘନ କରିଛନ୍ତି ।

ଟ୍ବିଟର ଆକାଉଣ୍ଟ ବ୍ୟାନ୍‌ ହେବାପରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ କଙ୍ଗନା ରଣାଓ୍ବତ । ସେ କହିଛନ୍ତି, ‘ମୋ ପାଇଁ ଅନେକଗୁଡିଏ ବିକଳ୍ପ ରହିଛି । ଲୋକମାନଙ୍କ ନିକଟରେ ସ୍ବର ପହଞ୍ଚାଇବା ପାଇଁ କେବଳ ଟ୍ବିଟର ଏକ ମାଧ୍ୟମ ନୁହେଁ । ଅନ୍ୟ ସୋସିଆଲ ମିଡିଆ ମଧ୍ୟ ରହିଛି ଯାହା ଦ୍ବାରା ମୁଁ ଲୋକମାନଙ୍କ ନିକଟରେ ପହଞ୍ଚି ପାରିବି ।’

   Related Posts