ଯୋଗୀଙ୍କୁ ଭେଟିଲେ କଙ୍ଗନା, କହିଲେ- ରାମଚନ୍ଦ୍ରଙ୍କ ପରି ତପସ୍ଵୀ ରାଜା ୟୁପିରେ ଆପଣଙ୍କ ଶାସନ ରହୁ

Published By : Prameya-News7 Bureau | October 01, 2021 IST

ଲକ୍ଷ୍ନୌ ୦୧।୧୦ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ଵତ ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଲକ୍ଷ୍ନୌ ସ୍ଥିତ ସରକାରୀ ବାସଭବନରେ ଭେଟିଛନ୍ତି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଶୁଭକାମନା ଦେବା ସହ ରାଜା ରାମଚନ୍ଦ୍ରଙ୍କ ପରି ତପସ୍ଵୀ ରାଜା ଆପଣଙ୍କ ୟୁପିରେ ରାଜ ରହୁ ବୋଲି କଙ୍ଗନା କହିଛନ୍ତି। ଏହି ସାକ୍ଷାତର କିଛି ସମୟ ପରେ କଙ୍ଗନା ୟୁପି ସରକାରଙ୍କ ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ(ଓଡିଓପି)ଯୋଜନା ବ୍ରାଣ୍ଡ ଆମ୍ବାସଡର ହେବେ ବୋଲି ଯୋଗୀ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

କଙ୍ଗନା ନିଜର ଆଗାମୀ ଫିଲ୍ମ ତେଜସ ସୁଟିଂ ପାଇଁ ଲକ୍ଷ୍ନୌ ପହଞ୍ଚିଛନ୍ତି। ମୁରାଦାବାଦରେ ତିନି ଦିନର ସୁଟିଂ ପରେ ଶୁକ୍ରବାର ସକାଳେ କଙ୍ଗନା ଲକ୍ଷ୍ନୌ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ସାକ୍ଷାତ ସମୟର ଫଟୋ ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି କଙ୍ଗନା। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏହାକୁ ସୌଜନ୍ୟମୂଳକ ସାକ୍ଷାତକାର କୁହାଯାଇଛି। ଏହାର କିଛି ସମୟ ପରେ କଙ୍ଗନାଙ୍କୁ ଓଡିଓପି ଯୋଜନାର ବ୍ରାଣ୍ଡ ଆମ୍ବାସଡର ଘୋଷିତ କରାଯାଇଛି।

{"id":520785,"sizeSlug":"full","linkDestination":"none"}

ସୂଚନା ଥାଉକି ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ୟୁପି ସରକାରଙ୍କ ଏକ ପ୍ରମୁଖ ଯୋଜନା। ଅଲଗା ଅଲଗା ଜିଲ୍ଲାରେ ଉତ୍ପାଦନ କରାଯାଉଥିବା ସ୍ୱଦେଶୀ ଓ ପ୍ରମୁଖ ଉତ୍ପାଦ ଏବଂ ଶିଳ୍ପଗୁଡ଼ିକୁ ପ୍ରୋତ୍ସାହିତ କରିବା ଏହି ଯୋଜନାର ଲକ୍ଷ୍ୟ। ୟୁପିର କିଛି ଜିଲ୍ଲାରେ ଚିକନକାରୀ, ଜରି ଜରଦୋଜୀ (ଏହି ଦୁଇଟି ଶାଢ଼ିରେ ହେଉଥିବା କାରିଗରି କାମ) ଓ କଳାଲୁଣ ଚାଉଳ ଭଳି କିଛି ଭିନ୍ନଧରଣ ଉତ୍ପାଦନ କରାଯାଉଛି ଯାହା ଅନ୍ୟ କେଉଁଠି ଦେଖାଯାଏ ନାହିଁ।

{"id":520786,"sizeSlug":"full","linkDestination":"none"}

ଏଗୁଡ଼ିକୁ ଆହୁରି ପ୍ରୋତ୍ସାହନ ଦେବା ପାଇଁ ଯୋଗୀ ସରକାର ଏହି ନୂଆ ଯୋଜନା କରିଛନ୍ତି। କଙ୍ଗନା ଆଜି ଯୋଗୀଙ୍କୁ ସାକ୍ଷାତ କରିବା ସହିତ ତାଙ୍କର ବିକାଶମୂଳକ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ତାଙ୍କୁ ରାମଚନ୍ଦ୍ରଙ୍କ ଭଳି ରାଜ କରିବାକୁ ଶୁଭକାମନା ଦେଇଥିବା ବେଳେ ଯୋଗୀ ମଧ୍ୟ କଙ୍ଗନାକୁ ଅଯୋଧ୍ୟ ଆସି ରାମ୍ ଲାଲାଙ୍କ ଦର୍ଶନ କରିବାକୁ ନିମନ୍ତ୍ରଣ ଦେଇଥିଲେ। ତା ସହିତ କଙ୍ଗନାକୁ ରାମ ମନ୍ଦରି ଭୋଗ ବି ଦେଇଥିଲେ ମୁଖ୍ୟମନ୍ତ୍ରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.