କରୋନା ନେଗେଟିଭ୍ ହେଲେ କଙ୍ଗନା ରଣାୱତ, କହିଲେ- ଭାଇରସକୁ ହରାଇଲି କିପରି କହିବି ନାହିଁ

Published By : Prameya-News7 Bureau | May 18, 2021 IST

ନୂଆଦିଲ୍ଲୀ ୧୮/୦୫: କଙ୍ଗନା ରଣାୱତଙ୍କ କରୋନା ଟେଷ୍ଟ ନେଗେଟିଭ୍ ଆସିଛି । ସେ ଏହି ସୂଚନା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି। କଙ୍ଗନା ଏହା ମଧ୍ୟ କହିଛନ୍ତି, ତାଙ୍କ ପାଖରେ ଅନେକ ଡିପ୍ସ ଅଛି ଯେ ଏହି ରୋଗରୁ କିପରି ରକ୍ଷା ମିଳିପାରିବ କିନ୍ତୁ ସେ ଲୋକମାନଙ୍କୁ ଏହା ବିଷୟରେ କହିବେ ନାହିଁ।

{"width":696,"height":392}
kangana ranaut instagram

କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ  ଲେଖିଛନ୍ତି, 'ଆଜି ମୁଁ କୋଭିଡ ନେଗେଟିଭ୍ ହୋଇଗଲି । ମୁଁ କିପରି ଭାଇରସକୁ ହରାଇଲି ସେ ବିଷୟରେ ବହୁତ କିଛି କହିବାକୁ ଚାହେଁ କିନ୍ତୁ ମୋତେ କୋଭିଡ ଫ୍ୟାନ୍ କ୍ଲବକୁ ଆଘାତ ନକରିବାକୁ କୁହାଯାଇଛି ... ହଁ ଭାଇରସ ପ୍ରତି ଟିକେ ଅସମ୍ମାନ ଦେଖାଇଲେ, କିଛି ଲୋକ ଅଛନ୍ତି ଯେଉଁମାନେ ପ୍ରକୃତରେ ଆଘାତ ପାଆନ୍ତି । ଆପଣଙ୍କ ଭଲପାଇବା ଏବଂ ଶୁଭକାମନା ପାଇଁ ଧନ୍ୟବାଦ ।'

କଙ୍ଗନା ରଣାୱତ ତାଙ୍କ କୋଭିଡ ପଜିଟିଭ ବିଷୟରେ ମେ ୮ରେ ସୂଚନା ଦେଇଥିଲେ। ସେ ଧ୍ୟାନ କରୁଥିବା ମୁଦ୍ରାରେ ନିଜର ଫଟୋ ପୋଷ୍ଟ କରିଥିଲେ । ଏହା ସହିତ ମେସେଜ ମଧ୍ୟ ଲେଖିଥିଲେ । ତେବେ ଇନଷ୍ଟାଗ୍ରାମ ଦ୍ୱାରା କଙ୍ଗନାଙ୍କ ସେହି ପୋଷ୍ଟକୁ ହଟାଇ ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.