Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ଭୋଟ ଦେବା ପାଇଁ ଯାଇ କଂଗ୍ରେସକୁ ଟାର୍ଗେଟ କଲେ କଂଗନା

30/04/2019 at 2:38 PM

ମୁମ୍ୱାଇ୩୦|୪: ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତ ସୋମବାର ଦିନ ଭୋଟ ଦେବା ପାଇଁ ଯାଇ କଂଗ୍ରେସକୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ, ଦେଶ ଏବେ ସଠିକ୍‌ ଭାବେ ସ୍ୱତନ୍ତ୍ର ହେଉଛି। ପ୍ରଥମେ ଭାରତ ଇଟାଲିୟାନ ସରକାରର ଗୁଲାମ ଥିଲା। ଏହା ପୂର୍ବରୁ କଂଗନା ଅନେକ ସ୍ଥାନରେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରିଛନ୍ତି।
ସୋମବାର ଦିନ ମୁମ୍ୱାଇ ସ୍ଥିତ ଏକ ପୋଲିଂ ବୁଥରେ କଂଗନା ଭୋଟ ଦେବା ପାଇଁ ଯାଇଥିଲେ। ସେଠାରେ ସେ ମିଡିଆକୁ କହିଥିଲେ ଯେ, କଂଗ୍ରେସ ଥିବା ସମୟରେ ଦେଶର ଦୁର୍ଦ୍ଦଶା ବହୁତ ଖରାପ ଥିଲା। ଭୋଟ ଦେବା ସମଗ୍ର ଭାରତବାସୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ।ଏହି ଖାସ ଦିନ ପ୍ରତି ୫ ବର୍ଷକୁ ଥରେ ଆସିଥାଏ । ତେଣୁ ଏହି ଦିନର ଭରପୁର ଫାଇଦା ଉଠାଇବା ଉଚିତ୍‌।
ଏବେ ଭାରତ ସମ୍ପୂର୍ଣ୍ଣ ଭାବେ ସ୍ୱତନ୍ତ୍ର। ପୂର୍ବରୁ କେବେ ମୋଗଲ, କେବେ ବ୍ରିଟିସ ତ କେବେ ଇଟାଲିୟାନ ସରକାରର ଗୁଲାମ ଥିଲା । ପୂର୍ବରୁ ଦେଶର ରାଜନେତା ଲଂଡନରେ ଚିଲ୍‌ କରୁଥିଲେ ଓ ଆମ ଦେଶ ଦାରିଦ୍ର୍ୟ, ପ୍ରଦୁଷଣ ଭଳି ସମସ୍ୟାର ସାମ୍ନା କରୁଥିଲା । ଦେଶରେ କଂଗ୍ରେସ ଶାସନ କରୁଥିଲେ, ଆହୁରି ଖରାପ ସ୍ଥିତି ଥାନ୍ତା ବୋଲି କଂଗନା କହିଥିଲେ। ଏହା ସହ କଂଗନା ଲୋକଙ୍କୁ ଭୋଟ୍‌ ଦେବା ପାଇଁ ମଧ୍ୟ ଅପିଲ କରିଥିଲେ।

ସେ କହିଥିଲେ ଯେ, ଲୋକ କେବଳ ଅଭିଯୋଗ କରନ୍ତି କିନ୍ତୁ ନିଜ ଡିମାଣ୍ଡ କୁହନ୍ତି ନାହିଁ। ରାଜନେତା କୌଣସି ବଡ ବୈଜ୍ଞାନିକ ନୁହଁ ସେମାନେ ସେବା କରିବା ପାଇଁ ଅଛନ୍ତି। ତେଣୁ ଲୋକଙ୍କୁ ଯାହା ଦରକାର ତାହା ରାଜନେତା ମାନଙ୍କୁ ଖୋଲି କହିବା ଉଚିତ୍‌।  ଏଥିପାଇଁ ପ୍ରତ୍ୟେକ ଲୋକଙ୍କୁ ଭୋଟ୍‌ ଦେବା ଆବଶ୍ୟକ।    

 

   Related Posts