Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

‘ତାଣ୍ଡବ’କୁ ନେଇ ଅଲି ଅବ୍ବାସଙ୍କୁ କଙ୍ଗନାଙ୍କ ଆକ୍ଷେପ-‘ଜାଣିଶୁଣି ହିନ୍ଦୁ ଧାର୍ମିକ ଭାବନାକୁ ପକ୍ଷାଘାତ କରାଯାଇଛି, ଆଲ୍ଲାକୁ ପରିହାସ କରିବାକୁ ସାହସ କରିଛନ୍ତି କି? ‘

19/01/2021 at 12:22 PM

ମୁମ୍ବାଇ ୧୯/୦୧ : ନିକଟରେ ରିଲିଜ୍ ହୋଇଥିବା ସୈଫ ଅଲି ଖାନଙ୍କ ୱେବ ସିରିଜ ‘ତାଣ୍ଡବ’କୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ନେଉନାହିଁ। ତାଣ୍ଡବ ଟିମ୍ କ୍ଷମା ମାଗିବା ପରେ ବି ବିବାଦ ଜାରି ରହିଛି। ୱେବ୍ ସିରିଜର କିଛି ଦୃଶ୍ୟ ଓ ଡାଇଲଗକୁ ନେଇ ଆରମ୍ଭ ହୋଇଛି ବିବାଦ। ସାରା ଦେଶକୁ ଏହାକୁ ସମାଲୋଚନା କରାଯାଉଛି। ଏହି ଦୃଶ୍ୟ ହିନ୍ଦୁ ଧାର୍ମିକ ଭାବନାକୁ ପକ୍ଷାଘାତ କରିଥିବା ଅଭିଯୋଗ ହୋଇଛି। ଅନେକ ନେତା ରାଜନେତା ମଧ୍ୟ ଏଥିପାଇଁ କ୍ରୋଧ ଜାହିର କରିଛନ୍ତି। ବଲିଉଡ୍ ପଙ୍ଗା ଗାର୍ଲ କଙ୍ଗନା ରଣାୱତ ମଧ୍ୟ  ତାଣ୍ଡବକୁ ବିରୋଧ କରିଛନ୍ତି।

ସତ୍ୟେନ୍ଦ୍ର ରାବତ ନାମକ ଜଣେ ୟୁଜର ବିଜେପି ନେତା କପିଲ ମିଶ୍ରଙ୍କ ଏକ ଭିଡିଓ ସେୟାର କରିଛନ୍ତି। ସେହି ଭିଡିଓକୁ କଙ୍ଗନା ରିଟ୍ୱିଟ୍ କରିଛନ୍ତି। ଭିଡିଓ ରିଟ୍ୱିଟ୍ କରି କଙ୍ଗନା ଲେଖିଛନ୍ତି, ‘ସମସ୍ୟା ହିନ୍ଦୁ ଫୋବିକ୍ କଣ୍ଟେଣ୍ଟକୁ ନେଇ ନୁହେଁ ବରଂ ଏହା ରଚନାତ୍ମକ ଭାବେ ମଧ୍ୟ ଭୁଲ। ପ୍ରତ୍ୟେକ ସ୍ଥରରେ ଆପତ୍ତିଜନକ ଓ ବିବାଦସ୍ପଦ ଦୃଶ୍ୟ ରହିଛି। ସେ ବି ଜାଣୁଁସୁଣୀ କରାଯାଇଛି। ଦର୍ଶକଙ୍କୁ ପ୍ରତାରିତ କରିବା ଏବଂ ଆପତ୍ତିଜନକ ଦୃଶ୍ୟ ଯୋଗୁଁ ଜେଲକୁ ପଠାଇଦେବା ଉଚିତ।’

ଅପରପକ୍ଷରେ କପିଲ ମିଶ୍ର ଅଲି ଅବ୍ବାସ ଜଫରଙ୍କ କ୍ଷମା ପରେ ଏକ ଟ୍ୱିଟ କରିଥିଲେ। ଟ୍ୱିଟ୍ ମାଧ୍ୟମରେ ସେ ଅଲି ଅବ୍ବାସ ଜଫରଙ୍କୁ ପ୍ରଶ୍ନ କରିଛନ୍ତି ଯେ, “ଏହିଭଳି ସେ କଣ ନିଜ ଧର୍ମ ସହ କରିଥାନ୍ତେ ? ଅଲି ଅବ୍ବାସ ଜଫର-କେବେ ନିଜ ଧର୍ମ ଉପରେ ଫିଲ୍ମ କରି କ୍ଷମା ମାଗନ୍ତୁ। ସବୁ ଅଭିବ୍ୟକ୍ତର ସ୍ୱାଧୀନତା ଆମ ଧର୍ମ ସହ କାହିଁକି ? କେବେ ନିଜର ଏକମାତ୍ର ଇଷ୍ଟଙ୍କ ମଜାକ ଉଡାଇ ଥଟ୍ଟା କରି ଲଜ୍ଜିତ ହୁଅନ୍ତୁ। ଆପଣଙ୍କ ଅପରାଧର ହିସାବ ଭାରତୀୟ ଆଇନ କରିବ। ବିଷାକ୍ତ କଣ୍ଟେଣ୍ଟ ଫେରାଇ ନିଅନ୍ତୁ, ତାଣ୍ଡବକୁ ହଟାଇବାକୁ ହିଁ ପଡିବ।”

କଙ୍ଗନା କପିଲ ମିଶ୍ରଙ୍କ ଟ୍ୱିଟକୁ ରିଟ୍ୱିଟ କରି ଲେଖିଛନ୍ତି, କ୍ଷମା ମାଗିବାକୁ ସେ ରହିବ କି ? ଏମାନେ ସିଧା ଗଳା କାଟିଦିଅନ୍ତି, ଜିହାଦି ଦେଶ ଫାଟୱା ଜାରି କରନ୍ତି। ଲିବ୍ରୁ ମିଡିଆ ଭର୍ଚୁଆଲ୍ ଲିଞ୍ଚିଂ କରିଦିଅନ୍ତି, ତୁମକୁ କେବଳ ଜୀବନରେ ମାରିଦିଆଯିବନି, ବରଂ ସେହି ମୃତ୍ୟୁକୁ ବି ଜଷ୍ଟିଫାଇ କରାଯିବ, କୁହ ଅଲି ଅବ୍ବାସ ଜାଫର ଆଲ୍ଲାହାକୁ ପରିହାସ କରିବାକୁ ସାହସ କରିଛନ୍ତି କି? ‘

   Related Posts