ନାଥୁରାମ ଗଡ୍ସେଙ୍କ ସମର୍ଥନରେ କଙ୍ଗନାଙ୍କ ଟ୍ୱିଟ୍-'ସତ ସମସ୍ତଙ୍କୁ ଲୁଚାଯାଇଛି'

Published By : Prameya-News7 Bureau | January 31, 2021 IST

ମୁମ୍ବାଇ ୩୧/୦୧ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଦେଶର ପ୍ରତ୍ୟେକ ପ୍ରସଙ୍ଗରେ ନିଜ ରାୟ ରଖିଥାନ୍ତି। ଯେକୌଣସି ପ୍ରସଙ୍ଗ ହେଉନା କାହିଁକି ସେ ନିଜ ରାୟ ଦେବାରେ କେବେ ପଛଘୁଞ୍ଚା ଦିଅନ୍ତିନି। ନିକଟରେ କୃଷକ ଆନ୍ଦୋଳନ ଉପରେ ନିଜ ମନ୍ତବ୍ୟ ଦେଇ ସେ ଚର୍ଚ୍ଚାକୁ ଆସିଥିଲେ। କଙ୍ଗନା କୃଷକ ଆନ୍ଦୋଳନକୁ ବିରୋଧ କରିଥିଲେ। ଏହାପରେ ଅନେକ ସେଲିବ୍ରିଟି ତାଙ୍କୁ ଟାର୍ଗେଟ କରିଥିଲେ। ନିଜର ଏହି ଅନ୍ଦାଜ ପାଇଁ ସୋସିଆଲ ମିଡ଼ିଆରେ ସେ ଅନେକଥର ଟ୍ରୋଲର ଶିକାର ମଧ୍ୟ ହୋଇଛନ୍ତି। କିନ୍ତୁ ତଥାପି ସେ କେବେ ପଛକୁ ହଟିନାହାନ୍ତି କି ନିଜ ରାୟ ଦେବାରେ ଭୟ କରିନାହାନ୍ତି। କଙ୍ଗନା ପୁଣି ଏହିଭଳି ଏକ ରାୟ ଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚା ହେଉଛି।

wp:embed {"url":"https://twitter.com/KanganaTeam/status/1355756730777481219","type":"rich","providerNameSlug":"twitter","responsive":true,"className":""}
https://twitter.com/KanganaTeam/status/1355756730777481219
/wp:embed

କଙ୍ଗନା ଏକ ଟ୍ୱିଟ କରିଛନ୍ତି। ଟ୍ୱିଟରେ ସେ ନାଥୁରାମ ଗଡ୍ସେଙ୍କୁ ସମର୍ଥନ କରିଛନ୍ତି। ଶହୀଦ ଦିବସରେ କଙ୍ଗନା ଏହି ଟ୍ୱିଟ କରିଥିଲେ। ଏହି ଟ୍ୱିଟରେ ନାଥୁରାମ ଗଡ୍ସେଙ୍କୁ ସମର୍ଥନ କରି ସେ ଲେଖିଥିଲେ, "ପ୍ରତ୍ୟେକ କାହାଣୀର ୩ଟି ଦିଗ ଥାଏ, ଗୋଟିଏ ମୋର, ଗୋଟିଏ ଆପଣଙ୍କର ଓ ଅନ୍ୟଟି ହେଲା ସତ୍ୟର...ଭଲ କାହାଣୀ କହୁଥିବା ଲୋକେ ନା କେବେ ବାନ୍ଧି ହୋଇଥାଏ ନା କେବେ କିଛି ଲୁଚାଏ। ସେଥିପାଇଁ ଆମର ସବୁ ବହି ବେକାର, କାରଣ ଏସବୁ କେବଳ ଶୋ'ଅଫ୍। #NathuramGodse."

wp:embed {"url":"https://twitter.com/KanganaTeam/status/1355483992477335555","type":"rich","providerNameSlug":"twitter","responsive":true,"className":""}
https://twitter.com/KanganaTeam/status/1355483992477335555
/wp:embed

ନିଜର ଏହି ଟ୍ୱିଟକୁ ନେଇ ବର୍ତ୍ତମାନ କଙ୍ଗନା ଚର୍ଚ୍ଚାରେ। କିଛି ଲୋକ ତାଙ୍କ ଟ୍ୱିଟକୁ ନେଇ ତାଙ୍କ ସାହସର ପ୍ରଶଂସା କରୁଥିବାବେଳେ କିଛି ଲୋକ ତାଙ୍କୁ ସମାଲୋଚନା କରୁଛନ୍ତି। କଙ୍ଗନାଙ୍କ ଏହି ଟ୍ୱିଟ ଅନୁଯାୟୀ, ବହିରେ ଯେଉଁ ଇତିହାସ ପଢ଼ାଯାଏ ସେଥିରେ ଅନେକ ତଥ୍ୟ ଲୁଚାଯାଇଥାଏ। ଏହା ସମ୍ପୂର୍ଣ ଭୁଲ। କଙ୍ଗନାଙ୍କ ଟ୍ୱିଟକୁ ନେଇ ବିବାଦ ମୁଣ୍ଡ ଟେକିଥିବା ପ୍ରଥମ ଘଟଣା ନୁହେଁ। ସେ ସବୁ ପ୍ରସଙ୍ଗରେ ଦୃଢର ସହ ନିଜ ପକ୍ଷ ରଖନ୍ତି। ଏଥିପାଇଁ କିଛି ଲୋକ ତାଙ୍କୁ ଟ୍ରୋଲ କରୁଥିବାବେଳେ କିଛି ଲୋକେ ତାଙ୍କୁ ସମର୍ଥନ କରିଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.