ତାପସୀଙ୍କ ଉପରେ ପୁଣି ଥରେ ବର୍ଷିଲେ କଙ୍ଗନା ରଣଓ୍ବତ : କହିଲେ ମୁଭି ମାଫିଆଙ୍କ ସହ ଚାପୁଲୁସି କରୁଥିବାରୁ ମିଳୁଛି ସିନେମା

Published By : Prameya-News7 Bureau | July 08, 2020 IST

ମୁମ୍ବାଇ ୮/୭: ବଲିଉଡ କୁଇନ୍ କଙ୍ଗନା ରଣଓ୍ବତ ଏବଂ ତାପସୀ ପାନ୍ନୁଙ୍କ ମଧ୍ୟରେ ପୁଣି ଥରେ ବିବାଦ ଦେଖା ଦେଇଛି। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ନେପୋଟିଜମକୁ ନେଇ ଝଡ଼ ଉଠିଥିବାବେଳେ କଙ୍ଗନା ତାପସୀଙ୍କୁ ପୁଣି ଥରେ ଟାର୍ଗେଟ୍ କରିଛନ୍ତି।

wp:core-embed/twitter {"url":"https://twitter.com/KanganaTeam/status/1279265273548165120","type":"rich","providerNameSlug":"twitter","className":""}
https://twitter.com/KanganaTeam/status/1279265273548165120
/wp:core-embed/twitter

ତାପସୀ କହିଛନ୍ତି ଯେ ‘ସବୁ ଜିନିଷ ପାଇଁ ଆମେ ନେପୋଟିଜମକୁ ନେଇ ଦାୟୀ କରିପାରିବା ନାହିଁ। ଯଦି ବଲିଉଡ କଥା କହିବା ତେବେ ଏଠାରେ ଆଉଟସାଇଡରଙ୍କ ସହ ସାବତପଣିଆ ବ୍ୟବହାର କରାଯାଇନଥାଏ।’

ଏହାର ଜବାବ ଦେଇ କଙ୍ଗନାଙ୍କ ଟିମ୍ ନିକଟରେ ଏକ ଟ୍ବିଟରେ ତାପସୀଙ୍କୁ ‘ଚାପଲୁସ ଆଉଟସାଇଡର’ କହି ଲେଖିଛନ୍ତି- ଅନେକ ଚାପଲୁସ ଆଉଟସାଇଡର ଲଗାତାର କଙ୍ଗନାଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଆନ୍ଦୋଳନକୁ ଦୁର୍ବଳ କରିବାକୁ ଉଦ୍ୟମ କରିଥାନ୍ତି,ସେମାନେ ମୁଭି ମାଫିଆଙ୍କ ଗୁଡ ବୁକ୍ସ ରହିବାକୁ ଚାହଁନ୍ତି,ଏମାନଙ୍କୁ ଫିଲ୍ମ ଏବଂ ଆଓ୍ବାର୍ଡ଼ କଙ୍ଗନାଙ୍କୁ ଆଟାକ୍ କରିବାକୁ ଦିଆଯାଇଥାଏ ଯେଉଁଥିପାଇଁ ସେମାନେ ଜଣେ ମହିଳାଙ୍କ ଶୋଷଣର ଶିକାର ହୋଇଥାନ୍ତି। ଲଜ୍ଜା ଲାଗିବା କଥା ତାପସୀ,ତୁମେ କଙ୍ଗନାଙ୍କ ସଂଘର୍ଷର ଫାଇଦା ଉଠାଇ ତାଙ୍କ ବିରୁଦ୍ଧରେ ଛିଡ଼ା ହୋଇଥିବା ଗ୍ୟାଙ୍ଗର ଅଂଶ ହୋଇଛ।’

wp:core-embed/twitter {"url":"https://twitter.com/taapsee/status/1279289294004170755","type":"rich","providerNameSlug":"twitter","className":""}
https://twitter.com/taapsee/status/1279289294004170755
/wp:core-embed/twitter

ତାପସୀ ଏଥିରେ ତାଙ୍କୁ ସିଧାସଳଖ ଉତ୍ତର ତ ଦେଇନଥିଲେ କିନ୍ତୁ ସେ ନିଜ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ୍ ସେୟାର କରିଥିଲେ ଏବଂ ନାଁ ନନେଇ କଙ୍ଗନାଙ୍କୁ ଏହି ଆଟାକର ଜବାବ ଦେଇଥିଲେ। ତାପସୀ ଲେଖିଥିଲେ,‘ ମୁଁ ନିଜ ଜୀବନରେ ବହୁତ କିଛି ଶିଖିଛି,ଖାସ୍ କରି ଗତ କିଛି ମାସ ମଧ୍ୟରେ …ଯେଉଁମାନେ ଜୀବନକୁ ଏକ ଉତ୍ତମ ଏବଂ ସକରାତ୍ମକ ଦୃଷ୍ଟିକୋଣରେ ଦେଖିବାରେ ମୋର ସାହାଯ୍ୟ କରିଛନ୍ତି।’

ଏହା ସହିତ ତାପସୀ କିଛି କୋଟ୍ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ଲେଖିଛନ୍ତି,‘ନକରାତ୍ମକ ଏବଂ ଦୁଃଖି ଲୋକଙ୍କ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ,ତାଙ୍କ ବ୍ୟବହାର କହିଥାଏ ଯେ ସେମାନେ କିପରି ଏବଂ ଆପଣଙ୍କୁ ଭଗବାନଙ୍କୁ ଧନ୍ୟବାଦ ଦେବା ଉଚିତ୍ ଯେ ଆପଣ ତାଙ୍କ ପରି ନୁହେଁ।’ ସେହିପରି ଆଉ ଏକ କୋଟରେ ଲେଖିଛନ୍ତି ଯେ‘ ଆପଣ ନକରାତ୍ମକ ଲୋକଙ୍କ ସହ ଖରାପ କରି ଭଲ ହୋଇପାରିବେ ନାହିଁ ବରଂ ଆପଣ ତାଙ୍କ ସହ ଭଲ କରି ଭଲ ହୋଇପାରିବେ। ଏପରି ଲୋକ ପଜିଟିଭ ଜିନିଷରେ ମଧ୍ୟ କିଛି ନା କିଛି ନେଗେଟିଭ ଖୋଜି ନେଇଥାନ୍ତି,ସେମାନେ ଆପଣଙ୍କ ପାଇଁ କେବେ ଖୁସି ହୋଇପାରିବେ ନାହିଁ କାରଣ ସେମାନେ ଦୁଃଖୀ ,ଏପରି ଲୋକଙ୍କ ପାଇଁ ପ୍ରାର୍ଥନା କରନ୍ତୁ।’

ପୂର୍ବରୁ ମଧ୍ୟ କଙ୍ଗନା ଏବଂ ତାପସୀ ପରସ୍ପର ଉପରେ ଆଟାକ୍ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.